ନୂଆଦିଲ୍ଲୀ:​‌ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଆଇପିଏଲ ମ୍ୟାଚ ସମୟର ଭିଡିଓକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି । ତେବେ ଏହି ଭାଇରାଲ ଭିଡିଓରେ ଚିୟରଗର୍ଲ ରାଗୁଥିବା ଦେଖାଯାଉଛନ୍ତି । ତେବେ ଏହା ପଛର କାରଣ ହେଉଛି ଫ୍ୟାନ୍ସ ତାଙ୍କ ଉପରକୁ କାଗଜ ଫୋପାଡ଼ିଛନ୍ତି । ଆଉ ଏଥିରେ ନମ୍ବର ଲେଖି ଫୋପାଡ଼ିଥିଲେ । ଏହି ଭିଡିଓଟି ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି ।

ପଞ୍ଜାବ ଏବଂ ଲକ୍ଷ୍ନୌ ବିପକ୍ଷ ମ୍ୟାଚ ସମୟରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ଚିୟରଲିଡର୍ସ ରାଗିବା ପରେ ପୁଲିସକୁ କହିଥିଲେ । ଆଉ ପୁଲିସ ମ୍ୟାଡାମ ମଧ୍ୟ ରାଗିଯାଇଥିଲେ ଫ୍ୟାନ୍ସ ଉପରେ ।  କାଗଜରେ ନମ୍ବର ଲେଖି ଫୋପାଡ଼ିଥିବାବେଳେ ଭିଡିଓରେ ୟୁଜର୍ସମାନେ ମଜାଳିଆ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି । କିଏ କହୁଛି ଭାଗ୍ୟ ପରୀକ୍ଷା କରଉଛନ୍ତି ବୋଲି ଲେଖୁଛନ୍ତି କି ଆଉ କିଏ ଲେଖୁଛି ପୁରା ଫର୍ମରେ ଫ୍ୟାନ । ସେପଟେ ଏଭଳି ଘଟଣାକୁ ଅନେକ ନିନ୍ଦା ମଧ୍ୟ କରିଛନ୍ତି ।

ଏହାସହ ପଢ଼ନ୍ତୁ : Vaibhav Suryavanshi: ବୈଭବ ସୂର୍ଯ୍ୟବଂଶୀ କହିଲେ କେଉଁ ମ୍ୟାଚରେ ମାରିବେ ୨୦୦ ରନ୍