ନୂଆଦିଲ୍ଲୀ : ଆଇପିଏଲ୍ ୨୦୨୬ର ୪୦ ତମ ମୁକାବିଲା ଆଜି ପଞ୍ଜାବ କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳା ଯାଉଛି। ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ରେ ଅନୁଷ୍ଠିତ ହେଉଛି। ଟସ୍ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ ର ନିଷ୍ପତ୍ତି ନେଇଥିବାବେଳେ ପଞ୍ଜାବ ଟିମକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଛି।

ଚଳିତ ଆଇପିଏଲରେ ଆଜି ଟେବୁଲ ଟପ୍ପର ପଞ୍ଜାବ ଘରୋଇ ଗ୍ରାଉଣ୍ଡରେ ରାଜସ୍ଥାନକୁ ଭେଟିଛି। ଏକମାତ୍ର ଦଳ ଭାବେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ହାରି ନଥିବା ପଞ୍ଜାବ ଆଧିପତ୍ୟ ଜାରି ରଖି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିବାକୁ ପ୍ରସ୍ତୁତ ରହିଛି। ରାଜସ୍ଥାନ ଦଳ ମଧ୍ୟ ଶୃଙ୍ଖଳିତ ପ୍ରଦର୍ଶନ ଜାରି ରଖି ପଞ୍ଜାବ ବିଜୟଧାରାରେ ବ୍ରେକ ଲଗାଇବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଫଳରେ ଆଜି ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ।​​​​​​​

ପୂର୍ବ ରେକର୍ଡ ରାଜସ୍ଥାନ ପକ୍ଷରେ ରହିଥିଲେ ହେଁ ପଞ୍ଜାବର ପଲା ଭାରି ଜଣା ପଡ଼ୁଛି। ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୩୦ଥର ଭେଟି ସାରିଛନ୍ତି। ଏଥିରୁ ପଞ୍ଜାବ ୧୩ଟି ମ୍ୟାଚ ଜିତିଥିବାବେଳେ ୧୭ଟି ମ୍ୟାଚରେ ପରାଜିତ ହୋଇଛି। ଗତ ବର୍ଷ ଉଭୟ ଦଳ ୨ଥର ସାମ୍ନା ସାମ୍ନି ହୋଇଥିଲେ ଓ ଗୋଟିଏ ଲେଖାଏଁ ମ୍ୟାଚ ଜିତି ଥିଲେ। ଏଥର ପଞ୍ଜାବର ପ୍ରଦର୍ଶନ ବାକି ସବୁ ଦଳର ନିଦ ହଜାଇ ଦେଇଛି। ଦଳରେ ଏକାଧିକ ମ୍ୟାଚ୍‌ ବିଜେତାଙ୍କ ଆବିର୍ଭାବ ହୋଇଛି।

ପଞ୍ଜାବ କିଙ୍ଗସ (ପ୍ଲେଇଂ ଇଲେଭନ): ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, କୁପର କନ୍ନଲି, ଶ୍ରେୟାସ ଆୟର (ଅଧିନାୟକ), ନେହାଲ ୱଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟଇନିସ, ମାର୍କୋ ଜାନସେନ, ଜାଭିୟର ବାର୍ଟଲେଟ୍, ବିଜୟ କୁମାର ବୈଶାଖ, ୟୁଝବେନ୍ଦ୍ର ଚହଲ ।

ରାଜସ୍ଥାନ ରୟାଲ୍ସ (ପ୍ଲେଇଂ ଇଲେଭନ) : ଯଶସ୍ୱୀ ଜୈସ୍ୱାଲ୍, ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଜୁରେଲ, ରିୟାନ ପରାଗ (ଅଧିନାୟକ), ଶିମରୋନ ହେଟମାୟର, ଡୋନୋଭାନ ଫେରେରା, ରବିନ୍ଦ୍ର ଜାଡ଼େଜା, ଜୋଫ୍ରା ଆର୍ଚର, ବ୍ରିଜେଶ ଶର୍ମା, ନାନ୍ଦ୍ରେ ବର୍ଗର, ତୁଷାର ଦେଶପାଣ୍ଡେ ।