ନୂଆଦିଲ୍ଲୀ,୧୩/୦୪; ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୪୦/୪ ରନର ବିଶାଳ ସ୍କୋର କରିଥିଲା । ଫିଲ ସଲ୍ଟ, ବିରାଟ କୋହଲି ଓ ରଜତ ପଟିଦାର ଅର୍ଦ୍ଧଶତକ ହାସଲ କରିଥିଲେ । କୋହଲି ୩୮ ବଲ ସାମ୍ନା କରି ୫ ଚୌକା ଓ ଗୋଟିଏ ଛକା ମାରି ଅର୍ଦ୍ଧଶତକ ହାସଲ କରିଥିଲେ । ଏହାପରେ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । କୋହଲି ବଡ଼ ଇନିଂସ ଖେଳିବା ଲକ୍ଷ୍ୟ ରହିଥିଲେ । ତେଣୁ ସେ ନିଜ ଆଉଟକୁ ସହଜରେ ଗ୍ରହଣ କରିପାରି ନଥିଲେ । ପାଭିଲିୟନ ଫେରିବା ପଥରେ ବାଉଣ୍ଡାରୀ ଅତିକ୍ରମ କରିବା ପରେ କୋହଲି ନିଜ ହେଲମେଟ୍ ଓ ଗ୍ଲୋଭ୍ସ ଫିଙ୍ଗି ଦେଇଥିଲେ । ପରେ ସେ ଆଉ ଫିଲ୍ଡିଂ କରିବାକୁ ନଆସି ଡ୍ରେସିଂ ରୁମରେ ବିଶ୍ରାମ ନେଇଥିଲେ ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପାଦ ଗଣ୍ଠିରେ ଆଘାତ ଯୋଗୁ ସେ ଫିଲ୍ଡିଂ କରିନଥିଲେ । କିନ୍ତୁ ଆଘାତ କେତେ ଗଭୀର ଓ ଜଟିଳ ସେ ବିଷୟରେ କିଛି ଜଣା ପଡ଼ିନାହିଁ । କୋହଲି ଓ ସଲ୍ଟଙ୍କ ମଧ୍ୟରେ ପ୍ରଥମ ୱିକେଟରେ ୧୨୦ ର ଭାଗିଦାରୀ ଗଢ଼ି ଉଠିଥିଲା । ଏଥିସହ କୋହଲି ଟି-ଟ୍ୱେଣ୍ଟି କ୍ରିକେଟ୍ରେ ୪୭ତମ ଶତକୀୟ ଭାଗିଦାରୀ ଗଠନ କରି ନୂଆ ରେକର୍ଡ କରିଛନ୍ତି । ସେ ବାବର ଆଜାମଙ୍କ (୪୬ଟି ) ରେକର୍ଡ ଭାଙ୍ଗିଛନ୍ତି । କ୍ରିସ୍ ଗେଲଙ୍କ ନାମରୋ ୪୬ଟି, ଡେଭିଡ୍ ୱାର୍ଣ୍ଣରଙ୍କ ନାମରେ ୪୫ଟି ଏବଂ ଫାଫା ଡୁପ୍ଲେସିଙ୍କ ନାମରେ ୪୦ଟି ଶତକୀୟ ଭାଗିଦାରୀ ରେକର୍ଡ ରହିଛି ।
ଏହା ବି ପଢନ୍ତୁ...ସଂଘର୍ଷ କରି ହାରିଲା ହାର୍ଦ୍ଦିକ ବାହିନୀ, ୧୮ ରନରେ ଜିତିଲା RCB
ବିରାଟ କୋହଲି ଏପରି ରାଗି ହେଲମେଟ୍ ଏବଂ ଗ୍ଲୋବସ୍ ଫିଙ୍ଗିବା କାର୍ଯ୍ୟରେ ତାଙ୍କ ଉପରେ ଆକ୍ସନ ହେବ କି ? ବିସିସିଆଇ ଜରିମାନା ଲଗାଇବ କି ନା ଆଇପିଏଲରୁ ବ୍ୟାନ୍ ହେବେ କିଙ୍ଗ କୋହଲି ? ୧୫ ତମ ଓଭରର ଚତୁର୍ଥ ବଲରେ, ଦ୍ରୁତ ରନ ପାଇଁ ବ୍ୟାକୁଳ ବିରାଟ କୋହଲି ଏକ ବଡ଼ ସଟ୍ ଖେଳିଥିଲେ । ତଥାପି, ଲଙ୍ଗ-ଅନରେ ଠିଆ ହୋଇଥିବା ସୂର୍ଯ୍ୟକୁମାର ଯାଦବ ଏକ ସହଜ କ୍ୟାଚ୍ ନେଇଥିଲେ । ବିରାଟ କୋହଲି ତାଙ୍କ ୱିକେଟ ହରାଇବା ପରେ କ୍ରୋଧିତ ହେବା ଆଶ୍ଚର୍ଯ୍ୟଜନକ ନଥିଲା । ଆଉଟ୍ ହେବା ପରେ, ସେ ରାଗରେ ଡଗ୍ଆଉଟ୍ ପାଖରେ ତାଙ୍କର ଗ୍ଲୋବସ ଏବଂ ହେଲମେଟ୍ ଫିଙ୍ଗି ଦେଇଥିଲେ। ତାଙ୍କ ଇନିଂସ ସମୟରେ ବିରାଟ ଗୋଟିଏ ଛକା ଏବଂ ପାଞ୍ଚଟି ଚୌକା ମାରିଥିଲେ । ବିରାଟ କୋହଲି ଆଇପିଏଲ ଆଚରଣ ସଂହିତା ଉଲ୍ଲଂଘନ କରିଛନ୍ତି । ଆଇପିଏଲ ଆଚରଣ ସଂହିତାର ଧାରା ୨.୨ ମ୍ୟାଚ୍ ସମୟରେ କ୍ରିକେଟ ଉପକରଣ, ପୋଷାକ, ଗ୍ରାଉଣ୍ଡ ଫିକ୍ସଚର କିମ୍ବା ଫିଟିଂର ଅପବ୍ୟବହାର ସହିତ ଜଡିତ । ଏହା ଏକ ସ୍ତର ୧ ଅପରାଧ, ଯାହା ପାଇଁ ମ୍ୟାଚ୍ ଫିର ୧୦-୨୫% ଜରିମାନା ଏବଂ ଡିମେରିଟ୍ ପଏଣ୍ଟ ହୋଇପାରେ ।