ନୂଆଦିଲ୍ଲୀ : ଆଇପିଏଲ ୨୦୨୬ର ତୃତୀୟ ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ ରୟାଲ୍ସ । ସିଏସକେକୁ ବ୍ୟାଟିଂ ପାଇଁ କଲା ଆମନ୍ତ୍ରଣ । ପୂର୍ବ ୨ ମ୍ୟାଚରେ ଚେଜ କରିଥିବା ଦଳ ବିଜୟୀ ହୋଇଛନ୍ତି । ବେଙ୍ଗାଲୁରୁ ଏବଂ ମୁମ୍ବାଇ ବିଜୟୀ ହୋଇଥିବାବେଳେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛି ରାଜସ୍ଥାନ । ଆଜିର ମ୍ୟାଚରେ ଧୋନୀ ନଜର ଆସିବେ ନାହିଁ । ଯାହାକି ଚେନ୍ନାଇ ପ୍ରଂଶସକଙ୍କୁ ଏକ ବଡ଼ ଝଟକା ।

ଏହାସହ ପଢ଼ନ୍ତୁ : ଫ୍ୟାନ୍ସଙ୍କ ଉପରେ ରାଗିଗଲେ ମାହିକା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଆଜି ମ୍ୟାଚ୍କୁ ନେଇ ଉଭୟ ଦଳର ପ୍ରଶଂସକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଏହା ପଛର କାରଣ ହେଉଛି ସଞ୍ଜୁ ସାମସନ ଓ ରବୀନ୍ଦ୍ର ଜାଡେଜା । ଗତ ସିଜନରେ ରାଜସ୍ଥାନ ରୟାଲ୍ସର ନେତୃତ୍ୱ ନେଇଥିବା ସଞ୍ଜୁ ସାମସନ ଚଳିତ ବର୍ଷ ସୁପରକିଙ୍ଗସ ପକ୍ଷରୁ ଖେଳିବେ । ସେହିପରି ଦୀର୍ଘ ଦିନ ଧରି ସୁପରକିଙ୍ଗ୍ସ ଦଳର ସଦସ୍ୟ ରହିଥିବା ଜାଡେଜା ଏଥର ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବାକୁ ଯାଉଛନ୍ତି ।

ଏହାସହ ପଢ଼ନ୍ତୁ : ଲାଇଭ୍ ମ୍ୟାଚରେ କେକେଆର ଫ୍ୟାନଙ୍କୁ ପ୍ରପୋଜ କରୁ କରୁ ପଡ଼ିଗଲେ MI ପ୍ରଂଶସକ, ଦେଖନ୍ତୁ ଭାଇରାଲ ଭିଡିଓ...

ଉଭୟଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବା ସ୍ୱଭାବିକ । ଦୁଇ ଦଳରେ ଏକାଧିକ ଷ୍ଟାର୍ ଓ ଯୁବ ଖେଳାଳି ରହିଛନ୍ତି । ରିୟାନ ପରାଗ ରାଜସ୍ଥାନ ରୟାଲ୍ସ ଓ ଋତୁରାଜ ଗାଏକୱାଡ୍ ସୁପରକିଙ୍ଗ୍ସ ଦଳର ନେତୃତ୍ୱ ନେବେ । ରାଜସ୍ଥାନ ରୟାଲ୍ସର ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀଙ୍କ ସମେତ ଯଶସ୍ୱୀ ଜୈସ୍ୱାଲ, ସିମରନ୍ ହେତମାୟର ଏବଂ ଚେନ୍ନାଇ ସୁପରକିଙ୍ଗ୍ସର ଆୟୂଷ ମାହତ୍ରେ, ସାମସନ୍, ଗାଏକୱାଡ ଓ ନବାଗତ ପ୍ରଶାନ୍ତ ବୀରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଖାସ୍ କରି ବୈଭବଙ୍କ ବିଧ୍ୱଂସୀ ବ୍ୟାଟିଂ ଦେଖିବା ପାଇଁ ପ୍ରଶଂସକଙ୍କ ଭିଡ଼ ଜମିବ ।

ଏହାସହ ପଢ଼ନ୍ତୁ : କାହିଁକି ଏମିତି ଚର୍ଚ୍ଚା, ବିଶ୍ବକପ ଦଳକୁ ଫେରିବେ କି ସାର୍ଦ୍ଦୁଲ ଠାକୁର ?

ପୂର୍ବରୁ ଉଭୟ ଦଳ ୩୧ଥର ପରସ୍ପରକୁ ଭେଟିଛନ୍ତି । ସୁପରକିଙ୍ଗ୍ସ ୧୬ଟି ଓ ରାଜସ୍ଥାନ ରୟାଲ୍ସ ୧୫ଟି ମ୍ୟାଚ୍ ଜିତିଛନ୍ତି । ଗତ ସିଜନରେ ଉଭୟ ଦଳ ୨ଥର ସାମ୍ନାସାମ୍ନି ହୋଇଥିଲେ ଏବଂ ରାଜସ୍ଥାନ ରୟାଲ୍ସ ଉଭୟ ମ୍ୟାଚ୍ ଜିତିଥିଲା । ଏଥର ସୁପରକିଙ୍ଗ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।