ମୁମ୍ବାଇ,୧୮/୬ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଆଇପିଏଲ ୨୦୨୬ଟାଇଟଲ ଜିତିଥିଲା। ଏହା ଆରସିବିର ଲଗାତର ଦ୍ୱିତୀୟ ଟାଇଟଲ ଥିଲା । ଟୁର୍ଣ୍ଣାମେଣ୍ଟ ମଧ୍ୟରେ ଏବଂ ପରେ ଅନେକ ବିଷୟରେ ଆଲୋଚନା ହୋଇଥିଲା। କେତେକ ଏହି ସିଜନରେ ପ୍ରଦାନ କରାଯିବାକୁ ଥିବା ବିପୁଳ ପୁରସ୍କାର ରାଶି ବିଷୟରେ ଆଲୋଚନା କରିଥିଲେ ତ ଆଉ କେତେକ ୧୫ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଯାଇଥିବା ପୁରସ୍କାର ରାଶି ଉପରେ ଧ୍ୟାନ ଦେଇଥିଲେ। କିନ୍ତୁ ଏଠାରେ ଆମେ ଆପଣଙ୍କୁ କହିବୁ ଯେ ଏହି ସିଜନରେ କେଉଁ ୫ଜଣ ଖେଳାଳୀ ସବୁଠାରୁ ମହଙ୍ଗା ବ୍ୟାଟ୍ ବ୍ୟବହାର କରିଥିଲେ । ଏହି ତାଲିକା ଉପରେ ଯଦି ନଜର ପକାଇବା ତେବେ ବିରାଟ କୋହଲି ଶୀର୍ଷରେ ଅଛନ୍ତି ।
ବିରାଟ କୋହଲି-୧.୫୦ଲକ୍ଷ
କିଙ୍ଗ୍ କୋହଲି IPL ୨୦୨୬ରେ ସବୁଠାରୁ ମହଙ୍ଗା ବ୍ୟାଟ୍ ବ୍ୟବହାର କରିଥିଲେ । ତାଙ୍କ ବ୍ୟାଟର ମୂଲ୍ୟ ୧.୫୦ଲକ୍ଷ ଟଙ୍କା ଥିଲା । ଆପଣ ହୁଏତ କୋହଲି RCB ପାଇଁ ଖେଳୁଥିବା ସମୟରେ ତାଙ୍କ ବ୍ୟାଟରେ MRF ଷ୍ଟିକର ଦେଖିଥିବେ, କିନ୍ତୁ ସେ SS ବ୍ୟାଟ୍ ବ୍ୟବହାର କରନ୍ତି। MRF ହେଉଛି ତାଙ୍କ ବ୍ୟାଟର ସ୍ପନ୍ସର ।
କେଏଲ୍ ରାହୁଲ- ୧.୧୦ ଲକ୍ଷ
ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବ୍ୟାଟର କେଏଲ ରାହୁଲ ସବୁଠାରୁ ମହଙ୍ଗା ବ୍ୟାଟ୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ରାହୁଲଙ୍କ ବ୍ୟାଟର ମୂଲ୍ୟ ୧.୧୦ଲକ୍ଷ ଟଙ୍କା ଅଟେ । ସେ SGର କେଏଲଆର-୧ ଏଡ଼ିଶନ ବ୍ୟବହାର କରନ୍ତି।
ଅଭିଷେକ ଶର୍ମା- ୧ ଲକ୍ଷ
ଲିଷ୍ଟରେ ସନରାଇଜର୍ସ ହାଇଦ୍ରାବାଦ ଲାଗି ଖେଳୁଥିବା ଅଭିଷେକ ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି । ଅଭିଷେକଙ୍କ ବ୍ୟାଟର ମୂଲ୍ୟ ୧ ଲକ୍ଷ ଟଙ୍କା ଅଟେ । ସେ SSର ବ୍ୟାଟ୍ ବ୍ୟବହାର କରିଥାନ୍ତି, ଯାହା ଉପରେ HERO ଷ୍ଟିକାର ଲଗାଇ ଖେଳିଥାନ୍ତି ।
ଇଶାନ କିଶନ- ୧ ଲକ୍ଷ
ଇଶାନ କିଶନ ଲିଷ୍ଟରେ ଚତୁର୍ଥ ସ୍ଥାନରେ ନଜର ଆସିଥାନ୍ତି । ସିଜନରେ ସନରାଇଜର୍ସ ହାଇଦ୍ରାବାଦ ଲାଗି ଖେଳୁଥିବା ଇଶାନଙ୍କ ବ୍ୟାଟର ମୂଲ୍ୟ ୧ ଲକ୍ଷ ଟଙ୍କା ଅଟେ । ସେ SGର SG ପ୍ଲେୟର ଇଶାନ କିଶନ ଏଡ଼ିଶନର ବ୍ୟବହାର କରିଥାନ୍ତି ।
ଫିଲ ସାଲ୍ଟ- ୯୦ ହଜାର
ଇଂଲିଶ ବ୍ୟାଟର ଫିଲ ସାଲ୍ଟ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି । ଆରସିବି ଲାଗି ଖେଳୁଥିବା ସାଲ୍ଟଙ୍କ ବ୍ୟାଟର ମୂଲ୍ୟ ୯୦ ହଜାର ଟଙ୍କା ଅଟେ ।