ନୂଆଦିଲ୍ଲୀ: ଗୁଜୁରାଟଠାରୁ ଗୁରୁବାର ଆଇପିଏଲର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ପରାଜୟ ବରଣ କରିଛି ବେଙ୍ଗାଲୁରୁ । ଦଳ ଏହି ମ୍ୟାଚ ଜିତିଥିଲେ ପଏଣ୍ଟଂ ଟେବୁଲରେ ଉପରକୁ ଉଠିଥାନ୍ତା । ମାତ୍ର ୪ ଓ୍ବିକେଟରେ ଗୁଜୁରାଟ ଏହି ମ୍ୟାଚକୁ ଜିତି ନେଇଥିଲା । ତେବେ ବେଙ୍ଗାଲୁରୁର ପରାଜୟ ପରେ ଏହାର କାରଣ ଖୋଜା ଚାଲିଛି । ଦଳ କେବଳ ୪ ଜଣ ବୋଲରଙ୍କୁ ବୋଲିଂ ପାଇଁ ଦେଇଥିଲା । ତେବେ ଅଭିଜ୍ଞ ବୋଲର କୃନାଲ ପାଣ୍ଡ୍ୟାଙ୍କୁ ଏହି ମ୍ୟାଚରେ ବୋଲିଂ କରିବାର ସୁଯୋଗ ମିଳିନଥିଲା । କାହିଁକି ବୋଲିଂ ଦିଆ ଗଲାନି ? ଏହାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଜବାବ ରଖିଛନ୍ତି ଦଳର ପେସର ବୋଲର ଭୁବନେଶ୍ବର କୁମାର ।
କୃନାଲଙ୍କୁ ବୋଲିଂ ନ ଦେବାର କାରଣ କହିଛନ୍ତି ଭୁବି । ସେ କହିଛନ୍ତି କି, ପିଚ୍ ସ୍ପିନରଙ୍କ ପାଇଁ ଅନୁକୂଳ ନଥିଲା । ତେଣୁ ରଣନୀତି ପ୍ରସ୍ତୁତ ବେଳେ ଏ ସମ୍ପର୍କରେ ଆଲୋଚନା ମଧ୍ୟ କରାଯାଇଥିଲା । ଖେଳାଯାଇଥିବା ମ୍ୟାଚରେ ଦଳ ସ୍ପିନରଙ୍କୁ ବୋଲିଂ ନ ଦେବା ପାଇଁ ପୂର୍ବରୁ ଯୋଜନା ହୋଇଥିଲା । ଯେଉଁ କାରଣରୁ ପେସର ବୋଲରଙ୍କ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିଲା । ଏଣୁ ଏହି ମ୍ୟାଚରେ କୃନାଲଙ୍କୁ ବୋଲିଂ ପାଇଁ ସୁଯୋଗ ମିଳିନଥିଲା ।
ସେପଟେ ପ୍ରଶ୍ନ ଉଠିଛି କି, ଯଦି ପିଚ୍ ସ୍ପିନରଙ୍କୁ ସୁହାଉ ନାହିଁ ତାହେଲେ ସୂୟସ ଶର୍ମାଙ୍କୁ କିଭଳି ବୋଲିଂ ଦିଆଯାଇଥିଲା । ଆଉ ସେ ୩.୫ ବଲରେ ୪୪ ରନ୍ ବ୍ୟୟ କରିଥିଲେ । କୁହାଯାଉଛି କି, ସୂୟସ ଯେତେବେଳେ ରନ୍ ବ୍ୟୟ କରିଥିଲେ ସେତେବେଳେ କୃନାଲଙ୍କୁ ସୁଯୋଗ ଦେବାର ଥିଲା । ସେ ଜଣେ ଅଭିଜ୍ଞ ବୋଲର । ଏହାସହ ସେ ଭଲ ବାଉନ୍ସର ମଧ୍ୟ ମାରୁଛନ୍ତି । ଚଳିତ ସିଜିନରେ ୯ ମ୍ୟାଚରେ ୯ ଓ୍ବିକେଟ୍ ମଧ୍ୟ ଅକ୍ତିଆର କରିସାରିଲେଣି । ଏଣୁ କାହିଁକି ସୁଯୋଗ ଦିଆଗଲା ନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠିଛି ।
ଏହାସହ ପଢ଼ନ୍ତୁ : ଫଳାଫଳ ପୂର୍ବରୁ ବିଜେପିର ଆକ୍ସନ, ଏଗଜିଟ୍ ପୋଲ ଆଧାରରେ ମାଷ୍ଟରପ୍ଲାନ୍