ନୂଆଦିଲ୍ଲୀ: ଛକା-ଚୌକା ହେଉ କି ଆଉଟ୍, ଯେତେବେଳେ ଏଭଳି ହୁଏ ନାଚନ୍ତି ଚିୟରଗାର୍ଲ । ଆଇପିଏଲରେ ଏହି ଚିୟରଲିଡରଙ୍କ ଉପରେ ରହିଥାଏ କ୍ୟାମେରା । ମ୍ୟାଚ ସମୟରେ ଏମାନେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ତେବେ ଏଥିରେ ବହୁ ବିଦେଶୀ ଯୁବତୀମାନେ ଦେଖିବାକୁ ମିଳନ୍ତି । ତେବେ ଏମାନଙ୍କୁ କେମିତି ମିଳେ ସୁଯୋଗ ? ଯେ କେହି ଚାହିଁବ ସେ କଣ ଫ୍ରାଞ୍ଚାଇଜ୍ ସହ କରି ପାରିବ କି ଚୁକ୍ତି ? ଏମିତି ଅନେକ ପ୍ରଶ୍ନ ସାଧାରଣତଃ ସମସ୍ତଙ୍କ ମନରେ ଉଠିଥାଏ । ତେବେ ଚିୟରଗାର୍ଲ ହେବା ପାଇ କୌଣସି ଫର୍ମ କିମ୍ବା ବିଜ୍ଞପ୍ତି ପ୍ରକାଶ ପାଇନଥାଏ । ଏବଂ ଏଥିରେ ବିସିସିଆଇ କୌଣସି ହସ୍ତକ୍ଷେପ ମଧ୍ୟ କରେ ନାହିଁ ।
ତେବେ ଏହି ଚିୟରଲିଡର୍ସ ହେବା ଏତେ ସହଜ ମଧ୍ୟ ନୁହେଁ । ଏହା କୌଣସି ରିଆଲିଟି ଶୋ’ଠାରୁ ମଧ୍ୟ କମ୍ ନୁହେଁ । ଏହା ଏକ ଏଜେନ୍ସି ମାଧ୍ୟମରେ ଅନଲାଇନରେ କାଷ୍ଟିଂ କିମ୍ବା ଆବେଦନ କରାଯାଏ । ଏହାସହ ନୃତ୍ୟ ଅଡିସନ, ଭିଡିଓ ଦାଖଲ, ଫିଟନେସ୍ ଏବଂ ଷ୍ଟାମିନା ମଧ୍ୟ ପରୀକ୍ଷା କରାଯାଏ । କ୍ୟାମେରା ଆଗରେ କେମିତି ପ୍ରଦର୍ଶନ କରିପାରୁଛନ୍ତି ଏହା ମଧ୍ୟ ଦେଖାଯାଏ ଏବଂ ଫ୍ରାଞ୍ଚାଇଜ୍ ସହ ଚୁକ୍ତି ସ୍ବାକ୍ଷରିତ ହୋଇଥାଏ । ତେବେ ଅଧିକାଂଶ ଏଜେନ୍ସିମାନେ ବିଦେଶୀ ନୃତ୍ୟଶିଳ୍ପୀଙ୍କୁ ଏଥିରେ ସ୍ଥାନ ଦିଅନ୍ତି । ଯଦିଓ କିଛି ଭାରତୀୟ ସ୍ଥାନ ପାଆନ୍ତି ତଥାପି ବିଦେଶୀଙ୍କ ଉପରେ ଧ୍ୟାନ ଦିଆଯାଏ ।
ମିଳିଥିବା ଏକ ସୂତ୍ରକୁ ଯଦି ବିଶ୍ବାସ କରିବା ତାହେଲେ ଜଣେ ଚିୟରଲିଡର୍ସଙ୍କ ଦରମାର ଗୋଯିଏ ମ୍ୟାଚରେ ୧୨ରୁ୨୫ ହଜାର ଟଙ୍କା । ଏହାସହ ସେମାନଙ୍କ ହୋଟେଲ ଖର୍ଚ୍ଚ, ଯାତ୍ରା କରିବା ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ଫ୍ରାଞ୍ଚାଇଜ୍ ଯୋଗାଇଥାଏ । ତେବେ ଏଥିରେ କୌଣସି ସ୍ଥାୟୀ ନିଯୁକ୍ତି ହୋଇନଥାଏ । ପ୍ରତିବର୍ଷ ଫ୍ରାଞ୍ଚାଇଜମାନେ ଏମାନଙ୍କୁ ବଦଳାଇଥାନ୍ତି । ପ୍ରଥମେ ଆମେରିକାରୁ ଏହି ଚିୟରଗର୍ଲ ପରମ୍ପରା ଆରମ୍ଭ ହୋଇଥିବା କୁହାଯାଏ ।
ଏହାସହ ପଢ଼ନ୍ତୁ : ନୂଆ ରେକର୍ଡ କଲେ ପାକିସ୍ତାନୀ କ୍ରିକେଟର ବାବର ଆଜମ୍