ନୂଆଦିଲ୍ଲୀ ୩୧/୦୫: ଆଇପିଏଲ୍‌ର ଫାଇନାଲ ମ୍ୟାଚ୍‌ ରବିବାର  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ  ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଅହମ୍ମଦାବାଦରେ ଖେଳାଯିବ । ତେବେ ମ୍ୟାଚ୍‌ ପାଇଁ ଅହମ୍ମଦାବାଦକୁ ବିମାନ ଭଡ଼ା  ୧୭,୦୦୦ ଟଙ୍କାରୁ ୩୫,୦୦୦ ଟଙ୍କା ପର୍ଯ୍ୟନ୍ତ  ବୃଦ୍ଧି ପାଇଛି । ସେହିଭଳି ଅହମ୍ମଦାବାଦରେ ବଡ଼ ହୋଟେଲଗୁଡ଼ିକରେ ଗୋଟିଏ ରାତିର ଭଡ଼ା  ବି ୩୬,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଛି ।  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ ଟିମ୍‌  ପାଖରେ ଦ୍ୱିତୀୟ ଥର ଟାଇଟଲ ଜିତିବାର  ସୁଯୋଗ ରହିଛି । ବେଙ୍ଗାଲୁରୁ ଗତବର୍ଷ  ପ୍ରଥମ ଟାଇଟଲ ଜିତିଥିଲା ।

ସେହଭଳି  ଗୁଜରାଟ ୨୦୨୨ରେ ଏହାର ପ୍ରଥମ  ସିଜନରେ ଚାମ୍ପିୟନ ହୋଇଥିଲା । ମେ’ ଶେଷ ଭାଗକୁ ବିଶେଷ କରି  ହୋଟେଲ ଶିଳ୍ପ ପାଇଁ ଅଫ୍‌-ସିଜନ ଭାବେ ଗଣାଯାଇଥାଏ । ସହରର କେତେକ ବଡ଼  ହୋଟେଲରେ ପୂର୍ବରୁ ହିଁ ବୁକିଂ ହେଉଛି ।  ଅହମ୍ମଦାବାଦର ଅଧିକାଂଶ ପ୍ରିମିୟମ  ହୋଟେଲ ୩୦ ଏବଂ ୩୧ ମେ’ରେ ସମ୍ପୂର୍ଣ୍ଣ  ବୁକ୍‌ ହୋଇଯାଇଛି । ଅନୁମାନ କରାଯାଉଛି  ଯେ, ହୋଟେଲ ଶିଳ୍ପକୁ ମାତ୍ର ଦୁଇ ଦିନରେ  ୨୦୦ କୋଟି ଟଙ୍କାରୁ ଅଧିକ ଲାଭ ହେବ ।

 

​​​​​​​

ଆଇପିଏଲ ଫାଇନାଲର ସବୁଠୁ ବଡ଼ ଫାଇଦା କେବଳ ହୋଟେଲ ଶିଳ୍ପକୁ ନୁହେଁ  ବରଂ ସହରର ସମଗ୍ର ବ୍ୟବସାୟ ଜଗତକୁ  ହେଉଛି । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କ୍ରିକେଟ୍‌ ଫ୍ୟାନ୍‌ମାନେ ମ୍ୟାଚ୍‌ ଦେଖିବା ପାଇଁ  ଅହମ୍ମଦାବାଦ ଆସୁଛନ୍ତି । ଫଳରେ ବିମାନ  ଟିକଟ ଚାହିଦା ବଡ଼ ମାତ୍ରାରେ ବଢ଼ିଯାଇଛି ।  ଟ୍ରେନ ଏବଂ ବସ୍‌ ଟିକଟ ଚାହିଦା ବି ବୃଦ୍ଧି  ପାଇଛି।  

ଏହା ପୂର୍ବରୁ ବି ବଡ଼ କ୍ରିକେଟ  ଆୟୋଜନ ସମୟରେ ଅହମ୍ମଦାବାଦରେ  ବିମାନ ଭଡ଼ାରେ ବଡ଼ ବୃଦ୍ଧି ଦେଖିବାକୁ  ମିଳିଛି । ଆଇପିଏଲ୍‌ ଫାଇନାଲ ମ୍ୟାଚ୍‌  ଯୋଗୁ ଏସ୍‌ଜି ହାଇୱେ, ମୋଟେରା,  ଚାନ୍ଦଖେଡା ଏବଂ ଗାନ୍ଧିନଗର ଆଦି ସ୍ଥାନରେ  ହୋଟେଲର ସବୁଠାରୁ ଅଧିକ ଚାହିଦା  ରହିଛି । ଅହମ୍ମଦାବାଦ ହୋଟେଲଗୁଡ଼ିକରେ  ପ୍ରାୟ ୨୦୦୦୦ ରୁମ୍‌ ଉପଲବ୍ଧ । ତେବେ  ଆଇପିଏଲ୍‌ ଫାଇନାଲ ମ୍ୟାଚ୍‌ ଯୋଗୁ ସବୁ  ରୁମ୍‌ ବୁକ୍‌ ହୋଇସାରିଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ :-  IPL Final 2026: ଦ୍ୱିତୀୟ ଟାଇଟଲ ପାଇଁ ହାଇଭୋଲଟେଜ୍ ମୁକାବିଲା, ଅହମ୍ମଦାବାଦରେ ଗୁଜରାଟ- ବେଙ୍ଗାଲୁରୁ ମଧ୍ୟରେ ଫାଇଟ୍