ନୂଆଦିଲ୍ଲୀ : ଜାମୁ କୋଳି ଏମିତି ଏକ ଫଳ ଯାହାକୁ କେବଳ ଖାଇବା ପାଇଁ ନୁହେଁ, ବରଂ ଏହାର ମଞ୍ଜି ମଧ୍ୟ ଅନେକ ଘରୋଇ ଏବଂ ଆୟୁର୍ବେଦିକ ବ୍ୟବହାରରେ କାମରେ ଆସି ଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି , ଜାମୁ କୋଳି ବିକ୍ରି କରି ଭଲ ଆୟ କରି ହୁଏ ? ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି , ଯେଉଁଥିରେ ଜଣେ ବ୍ୟକ୍ତି କେବଳ ଦିନକରେ ଜାମୁ କୋଳି ବିକ୍ରି ଯଥେଷ୍ଟ ଲାଭ କରିଥିବା ଦାବି କରୁଛନ୍ତି। ଭିଡିଓଟି ଦେଖିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ, ଋତୁକାଳୀନ ଫଳ ବିକ୍ରୟ କରି ମଧ୍ୟ ଏତେ ଭଲ ଆୟ କରି ହୁଏ।
ଏହି ଭିଡିଓଟି ରାଜେଶ ବର୍ମା ନାମକ ଜଣେ କଣ୍ଟେଣ୍ଟ କ୍ରିଏଟର ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓର ଆରମ୍ଭରେ ସେ ଫଳ ମଣ୍ଡିରେ ପହଞ୍ଚୁଛନ୍ତି ଏବଂ ସେଠାରୁ ଜାମୁ କୋଳି କ୍ରୟ କରିବାର ନଜର ଆସୁଛନ୍ତି। ସେ କହୁଛନ୍ତି ଯେ, ସେ ମୋଟ ତିନୋଟି ପେଟି ଜାମୁ କିଣି ଥିଲେ , ଯାହାର ଦାମ ପ୍ରାୟ ୬୦୦୦ ଟଙ୍କା। ଏହାପରେ ସେ ତାଙ୍କର ଠେଲାରେ ସବୁ ଜାମୁ କୋଳିକୁ ଭଲ ଭାବେ ସଜାଇ ବିକ୍ରି ପାଇଁ ପ୍ରସ୍ତୁତ ହୁଅନ୍ତି।
ରାଜେଶ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ରାସ୍ତା କଡ଼ରେ ତାଙ୍କର ଠେଲା ଲଗାନ୍ତି। ଭିଡିଓରେ ସେ ସମୟ ସମୟରେ ତାଙ୍କ ବିକ୍ରିର ଅପଡେଟ୍ ମଧ୍ୟ ଦେଉଛନ୍ତି। ସନ୍ଧ୍ୟା ପ୍ରାୟ ୭ଟା ଯାଏ ସେ ପ୍ରାୟ ୧୫୦୦ ଟଙ୍କାର ଜାମୁ କୋଳି ବିକ୍ରି କରି ସାରିଥିଲେ। ଏହାପରେ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇ ଥିଲା ଏବଂ ବିକ୍ରି ମଧ୍ୟ ଖୁବ୍ ହୋଇଥିଲା।
ରାତି ପ୍ରାୟ ୧୦.୩୦ ହେବ , ସେ ପୁନର୍ବାର ସୂଚନା ଦେଉଛନ୍ତି ଯେ, ତାଙ୍କର ମୋଟ ବିକ୍ରି ୮ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ସାରି ଥିଲା। ଏହାର କିଛି ସମୟ ପରେ , ଅର୍ଥାତ୍ ପ୍ରାୟ ୧୧ଟା ସମୟରେ , ସେ ଆଉ ଏକ ଅପଡେଟ୍ ସେୟାର କରନ୍ତି। ଏଥର ସେ କୁହନ୍ତି ମୋଟ ୯୦୦୦ ଟଙ୍କାର ଜାମୁ ବିକ୍ରି କରି ସାରିବା ପରେ ବି ଏବେ ତାଙ୍କ ପାଖରେ ୫୦୦ ଟଙ୍କାର ଜାମୁ ରହିଛି। ଅର୍ଥାତ୍ ଯଦି ରହି ଯାଇଥିବା ଜାମୁ ମଧ୍ୟ ବିକ୍ରି ହୁଏ ମୋଟ ବିକ୍ରି ପ୍ରାୟ ୯୫୦୦ଟଙ୍କା ଯାଏ ପହଞ୍ଚି ପାରେ।
ଏବେ ଯଦି ଖର୍ଚ୍ଚ ଓ ଆୟର ହିସାବ କରାଯାଏ ତ ଏହା ଆହୁରି ଚମତ୍କାର ମନେ ହେବ। ରାଜେଶ ଜାମୁ କ୍ରୟରେ ୬୦୦୦ ଟଙ୍କା ସାରିଛନ୍ତି। ସେପଟେ ପୂରା ଦିନରେ ତାଙ୍କର ମୋଟ ବିକ୍ରି ପ୍ରାୟ ୯୫୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ଏହି ହିସାବରେ ଗୋଟିଏ ଦିନରେ ସିଧାସଳଖ ଲାଭ ପ୍ରାୟ ୩୫୦୦ ଟଙ୍କା ହେବ। ହେଲେ ଏଥିରେ ଠେଲା ଲଗାଇବା , ଯିବା ଆସିବା , ପରିଶ୍ରମ ଓ ଅନ୍ୟ ଛୋଟ ମୋଟ ଖର୍ଚ୍ଚ ମଧ୍ୟ ସାମିଲ ହୋଇ ପାରେ, କିନ୍ତୁ ଏହା ସତ୍ତ୍ୱେ ଆୟକୁ ଲୋକେ ଖୁବ୍ ଭଲ ମନେକରୁଛନ୍ତି।
ସୋସିଆଲ ମିଡିଆରେ ଏହି ଭିଡିଓକୁ ଦେଖିବା ପରେ ଲୋକେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକଙ୍କ କହିବା ହେଲା ଯେ, ଯଦି ସଠିକ୍ ସ୍ଥାନ ଓ ସଠିକ୍ ସମୟରେ ଋତୁକାଳୀନ ଫଳ ବିକ୍ରି କରାଯାଏ ତ ଭଲ ଲାଭ ମିଳିପାରେ।
ଆହୁରି ମଧ୍ୟ ପଢନ୍ତୁ : RPSC Hack : ଚାକିରି ପାଇବା ପାଇଁ ଏମିତି ଚଞ୍ଚକତା , RPSC ୱେବସାଇଟ୍ ହ୍ୟାକ୍ କରି ଜେଲ୍ ଗଲେ ଇଞ୍ଜିନିୟର