ନୂଆଦିଲ୍ଲୀ,୦୩/୦୩; ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ସଙ୍କଟ । ଯାହା ଅନୁମାନ କରାଯାଉଥିଲା ତାହା ହେଲା । ଟେନସନ ବଢାଇଲା ଇରାନ । ଆମେରିକା କରିଥବା ଭୁଲର ପରିଣାମ ଭୋଗିବ ବିଶ୍ୱ । ଷ୍ଟେଟ୍ ଅଫ ହୋର୍ମୁଜ ମାର୍ଗକୁ ଇରାନ ବନ୍ଦ କରିଥିବା ଖବର ଆସୁଛି । କୌଣସି ବି ଜାହାଜ ଅତିକ୍ରମ କଲେ ଧ୍ବଂସ କରିବାକୁ ଚେତାବନୀ ଦେଇଛି ଇରାନ । ଟିଏ ବୁନ୍ଦା ତେଲ ନ ଛାଡିବାକୁ IRGC କମାଣ୍ଡର ଇନ ଚିଫ୍ ଇବ୍ରାହିମ ଜଦ୍ଦାରୀ ଧମକ ଦେଇଛନ୍ତି ।
ଇରାନ ଏବଂ ଇସ୍ରାଏଲ ସହିତ ଯୁଦ୍ଧ ମଧ୍ୟରେ ଇରାନ ଏକ ବଡ଼ ପଦକ୍ଷେପ ନେଇଛି । ଇରାନ ବନ୍ଦ ହୋର୍ମୁଜ ମାର୍ଗ ବନ୍ଦ କରିବାକୁ କହିଛି । ଚେତାବନୀ ଦେଇଛି କି, ହୋର୍ମୁଜ ମାର୍ଗ ବନ୍ଦ ଅଛି ଏହି ମାର୍ଗ ଦେଇ ଯିବାକୁ ଚେଷ୍ଚା କଲେ ଜାହାଜକୁ ଯିବାକୁ ଦିଆଯିବ ନାହିଁ । ଜାହଜରେ ନିଆଁ ଲଗାଇ ଦେବୁ । ହୋର୍ମୁଜ ମାର୍ଗ ବନ୍ଦ ଅଛି ଯଦି କେହି ସେବାଟରେ ଯାଏ ତେବେ ରିଭଲ୍ୟୁସନାରୀ ଗାର୍ଡର ନୌସେନା ଜାହାଜଗୁଡିକରେ ନିଆଁ ଲାଗାଇ ଦେବେ । ରଏଟର୍ସ ଅନୁଯାୟୀ, ଇସଲାମିକ ରିଭୋଲ୍ୟୁସନରୀ ଗାର୍ଡ ସର୍ପସ କମାଣ୍ଡର ଇନ୍ ଚିଫ୍ ପରାମର୍ଶଦାତା ଇବ୍ରାହିମ ଜଦ୍ଦାରୀ କହିଛନ୍ତି, ଷ୍ଟେଟ୍ ଅଫ୍ ହୋର୍ମୁଜ ବନ୍ଦ ଅଛି । ଯଦି କେହି ସେ ଦେଇ ଯିବାକୁ ଚେଷ୍ଟା କରନ୍ତି ତେବେ ଜାହଜରେ ନିଆଁ ଲଗାଇଦିଆ ଯିବ । ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବାର ଆଶଙ୍କା ଶକ୍ତି ବଜାରକୁ ପୂର୍ବରୁ ଦୋହଲାଇ ଦେଇଥିଲା । ବର୍ତ୍ତମାନ, ଦୀର୍ଘକାଳୀନ ଅବରୋଧର ଭୟ ତେଲ ମୂଲ୍ୟକୁ ବୃଦ୍ଧି କରିଛି । ଯଦିଓ ପ୍ରଣାଳୀ ସମ୍ପୂର୍ଣ୍ଣ ଭାବରେ ସିଲ୍ ହୋଇଛି ବୋଲି କୌଣସି ଆନ୍ତର୍ଜାତୀୟ ସ୍ତରରେ ନିଶ୍ଚିତ ହୋଇନାହିଁ ।
ଏହା ବି ପଢନ୍ତୁ...ଖାମେନେଇଙ୍କ ହତ୍ୟାକୁ ନେଇ ଟ୍ରମ୍ପ୍ଙ୍କ ବୟାନ, କହିଲେ 'ମୋତେ ମାରିବାକୁ ୨ ଥର ଚେଷ୍ଟା କରିଥିଲେ, ପୂର୍ବରୁ ତାଙ୍କୁ ମାରିଦେଲୁ'
ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ହୋର୍ମୁଜ ଜଳମାର୍ଗକୁ ଇରାନ ବନ୍ଦ କରିପାରେ ବୋଲି ଆଶଙ୍କା ରହିଥିଲା । ଫଳରେ ପେଟ୍ରୋଲ ଡିଜେଲ ଦର ପ୍ରାୟ ୧୨ ଟଙ୍କା ବୃଦ୍ଧି ହେବ । ଆମେରିକା ଆକ୍ରମଣ ଯୋଗୁ ଇରାନ ସୁପ୍ରିମ୍ଲିଡର ଅୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ହୋଇଥିଲା । ଏଭଳି ସ୍ଥିତିରେ ଇରାନ ହୋର୍ମୁଜ ମାର୍ଗ ବନ୍ଦ କରିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏହି ଜଳମାର୍ଗ ବନ୍ଦ ହେବାଦ୍ୱାରା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୨୦ ଡଲାର ଛୁଇଁବ ବୋଲି ଆକଳନ କରାଯାଇଛି । ଯାହାର ସିଧାସଳଖ ପ୍ରଭାବ ପେଟ୍ରୋଲ ଡିଜେଲ ଦର ଉପରେ ପଡିବ । ଇରାନ ହୋର୍ମୁଜ ମାର୍ଗ ବନ୍ଦ ନେଇ ବିଧିବଦ୍ଧ ଭାବେ ଘୋଷଣା କରିନାହିଁ ହେଲେ ଧମକ ଦେଇଛି । ତେଲ ଟ୍ୟାଙ୍କର ଗୁଡ଼ିକୁ ଆକ୍ରମଣ କରିପାରେ । ନିକଟରେ ପର୍ସିଆନ ଗଲ୍ଫ ମୁହାଣରେ ୩ ଜାହାଜ ଉପରେ ଆକ୍ରମଣ କରିଥିଲା ଇରାନ । ତେଲ ପରିବହନ କରୁଥିବା କମ୍ପାନି ଗୁଡ଼ିକ ଏହି ରାସ୍ତା ଦେଇ ଯିବାକୁ ଭୟ କରୁଛନ୍ତି । ଯୁଦ୍ଧ ଦୀର୍ଘ ସମୟ ଧରି ଜାରି ରହିଲେ ଏଭଳି ଆକ୍ରମଣ ମଧ୍ୟ ଆଗାମୀ ଦିନରେ ହୋଇପାରେ । ଏହି ରାସ୍ତାରେ ୫୦% ତେଲ ଭାରତ ଆସିଥାଏ ।