ତେହରାନ, ୨୬/୦୩: ଆମେରିକା ନୌସେନାର ଏକ ଏଫ-୧୮ ଯୁଦ୍ଧ ବିମାନକୁ ଇରାନ ଖସାଇ ଦେଇଥିବା ଦାବି କରିଛି । ଆଇଆରଜିସି ଏକ ବିବୃତ୍ତି ଜାରି କରି କହିଛି ଯେ ଇରାନ ବାୟୁସୀମାକୁ ଅନୁପ୍ରବେଶ କରିଥିବା ଶତ୍ରୁ ରାଷ୍ଟ୍ରର ଏକ ବିମାନକୁ ଆମର ଏୟାର ଡିଫେନ୍ସ ସିଷ୍ଟମ ସହାୟତାରେ ସଫଳତାର ସହ ଖସାଇ ଦେଇଛୁ । ଇରାନର ଦକ୍ଷିଣାଞ୍ଚଳରେ ଏହି ଘଟଣା ଘଟିଛି । ଇରାନର ସରକାରୀ ମିଡିଆ ପ୍ରେସ୍ ଟିଭି ପକ୍ଷରୁ ଏହାର ଭିଡିଓ ଜାରି କରାଯାଇଛି । ତେବେ ଆମେରିକା ପକ୍ଷରୁ ଏଫ-୧୮ ଖସାଯିବା ସମ୍ପର୍କରେ ଇରାନର ଦାବିକୁ ଖଣ୍ଡନ କରାଯାଇଛି । ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି କି ଇରାନ କୌଣସି ଯୁଦ୍ଧବିମାନକୁ ଖସାଇ ନାହିଁ ।
ସୂଚନାଯୋଗ୍ୟ ଯେ ଗତ ରବିବାର ଇରାନ ହୋର୍ମୁଜ ଦ୍ୱୀପ ନିକଟରେ ଆମେରିକାର ଏକ ଏଫ-୧୫ ବିମାନ ଖସାଇଦେଇଥିବାର ଦାବି ମଧ୍ୟ କରିଥିଲା । ଏହା ପୂର୍ବରୁ ଗତ ଗୁରୁବାର ଇରାନ ଆମେରିକାର ଆଉ ଏକ ଯୁଦ୍ଧବିମାନ ଏଫ-୩୫କୁ ଖସାଇଥିବା କହିଥିଲା । ତେବେ ଆମେରିକା କହିଥିଲା କି ବୈଷୟିକ ତ୍ରୁଟି ଯୋଗୁ ଏଫ-୩୫ ଜରୁରି ଲ୍ୟାଣ୍ଡିଂ କରିଥିଲା । କିନ୍ତୁ ତ୍ରୁଟି କିଭଳି ହେଲା ତାହା ଉପରେ ତଦନ୍ତ ଚାଲିଛି ।
ଅଧିକ ପଢ଼ନ୍ତୁ :- ଭୂକମ୍ପ ଝଟକାରେ ଥରିଲା ଟୋଙ୍ଗା, ରିକ୍ଟର ସ୍କେଲରେ ତୀବ୍ରତା ୭.୬ ରେକର୍ଡ