ନୂଆଦିଲ୍ଲା,୧୮/୦୭: ଚରମ ସ୍ଥିତିରେ ଆମେରିକା-ଇରାନ ଉତ୍ତେଜନା । ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ପୁଣି ବିସ୍ଫୋରଣ । ଜଳିଗଲା ତୈଳ ଟ୍ୟାଙ୍କର । ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ସମ୍ପୂର୍ଣ୍ଣ ବିନାଶକାରୀ ସ୍ଥିତିରେ ପହଞ୍ଚିଛି । ସାମରିକ ସଂଘର୍ଷ ମଧ୍ୟରେ ଇରାନ ବଡ଼ ଦାବି କରିଛି । ଇରାନୀ ଗଣମାଧ୍ୟମ ଏବଂ ଇସଲାମିକ୍ ରିଲ୍ୟୁସନାରୀ ଗାର୍ଡ କର୍ପସ୍ (IRGC) ଅନୁଯାୟୀ, ଇରାନ ବୁଶେହର ଉପରେ ଉଡୁଥିବା ଏକ ଆମେରିକୀୟ MQ-9 ଡ୍ରୋନକୁ ଗୁଳିକରି ଖସାଇ ଦେଇଛି । ଇରାନ ଦାବି କରିଛି କି ପ୍ରାୟ ୩୪ ନିୟୁତ ମୂଲ୍ୟର ଡ୍ରୋନଟି କିଛି ମୂହୁର୍ତ୍ତ ମଧ୍ୟରେ ନଷ୍ଟ ହୋଇଯାଇଥିଲା । ସେପଟେ ଷ୍ଟ୍ରେଟ୍ ଅଫ ହର୍ମୁଜରେ ଆମେରିକାର ଜାହାଜ ଅଟକାଇଲା ଇରାନ । ଆମେରିକାର ପ୍ରୋଟେକ୍ସନରେ ଯାଉଥିବା ୪ ଜାହାଜ ଅଟକାଇଲା IRGC । ବିଛାଯାଇଥିବା ମାଇନ୍ସ ବିସ୍ଫୋରଣରେ ଜଳିଗଲା ଦୁଇଟି ଟ୍ୟାଙ୍କର । କ୍ରମାଗତ ସପ୍ତମ ଦିନରେ ଇରାନ ଉପରେ ଆମେରିକାର ଆକ୍ରମଣ ଜାରି ରହିଛି । ମିସାଇଲ ମାଡରେ ବନ୍ଦର ଖାମିରର ଦୁଇ ବ୍ରିଜ୍ ଧ୍ବସ୍ତ ହୋଇଥିବା ରିପୋର୍ଟ ଆସୁଛି । ୭ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

ଇରାନୀ ଗଣମାଧ୍ୟମ ଦାବି କରିଛି କି, ହୋର୍ମୁଜ୍ ପ୍ରଣାଳୀର ଦକ୍ଷିଣରେ ଦୁଇଟି ତେଲ ଟ୍ୟାଙ୍କର ଏକ ମାଇନ୍ ଫିଲ୍ଡ ଦେଇ ଯାଉଥିବା ସମୟରେ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା । ଇରାନ ସେନା କୁୱେତ ଏବଂ ଜୋର୍ଡାନରେ ଥିବା ଆମେରିକୀୟ ଘାଟି ଏବଂ ଶିବିରଗୁଡିକୁ ଟାର୍ଗେଟ୍ କରିଛି । ଆମେରିକା ଏୟାରଷ୍ଟାରଇକରେ ମିସାଇଲ ମାଡ କରିବା ସତ୍ତ୍ୱେ, ଇରାନୀ ମିସାଇଲ ଡୋର୍ଡାନରେ ମୁୱାଫାକ ସାଲଟି ବାୟୁ ଘାଟି ଉପରେ ଆକ୍ରମଣ କରିଛି । ସେଥିରେ ଆମେରିକୀୟ ସେନା ରହିଛନ୍ତି । ଇରାନ ସେନାର ଚେତାବନୀ ସତ୍ତ୍ୱେ ୨ଟି ଟ୍ୟାଙ୍କର ଆଗକୁ ବଢି ଏକ ମାଇନ ଫିଲ୍ଡରେ ପ୍ରବେଶ କରିଥିଲା । ଆଇଆରଜିସି ଦାବି କରିଛି ଯେ, ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ହୋର୍ମୁଜ ପ୍ରଣାଳୀ ଏବେ ସମ୍ପୂର୍ଣ୍ଣ ଅସୁରକ୍ଷିତ ଏବଂ ବନ୍ଦ ହୋଇଯାଇଛି । ସମୁଦ୍ର ଏବଂ ଆକାଶରେ ଚାଲିଥିବା ଧ୍ୱଂସଲୀଳା ମଧ୍ୟରେ, ଆମେରିକା ବାୟୁସେନା ଇରାନ ମୁଖ୍ୟଭୂମି ଉପରେ ଏହାର ଆକ୍ରମଣକୁ ବିସ୍ତାର କରିଛି । ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିସ୍ଫୋରଣ ଶଦ୍ଦ ଶୁଣାଯାଇଥିଲା ।

ଏହା ବି ପଢନ୍ତୁ...BLA ଆକ୍ରମଣରେ ୪୫ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ , ଦେଶରେ ଏମର୍ଜେନ୍ସି ଭଳି ସ୍ଥିତି , ହାଇୱେ ବନ୍ଦ

ଆମେରିକା ସେନା ପକ୍ଷରୁ ଗତକାଲି (ଶୁକ୍ରବାର) ଲଗାତାର ଷଷ୍ଠ ଦିନରେ ଇରାନର ବିଭିନ୍ନ ସହର ଉପରେ ପ୍ରଚଣ୍ଡ ବିମାନ ଆକ୍ରମଣ କରାଯାଇଥିଲା । ଏଥିରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୨୦ ଜଣ ଆହତ ହୋଇଥିଲେ । ଇରାନର ବିମାନଘାଟି, ସାମରିକ ପ୍ରତିଷ୍ଠାନ, ବନ୍ଦର, ପୋଲ, ତୈଳ କେନ୍ଦ୍ର ଓ ପାନୀୟ ଜଳ ବିଶୋଧନାଗାର ଭଳି ଭିତ୍ତିଭୂମି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଇରାନର ସାମରିକ ଶକ୍ତିକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଛି । ଅନ୍ୟପକ୍ଷରେ ଇରାନ ପଡୋଶୀ ଦେଶ ବାହାରିନ, ୟୁଏଇ, ଜୋର୍ଡାନ, କାତାର ଓ କୁଏତରେ ଥିବା ଆମେରିକାର ସେନାଘାଟି ଓ ଅନ୍ୟ ଭିତ୍ତିଭୂମିକୁ ଟାର୍ଗେଟ କରିଛି । ସୂଚନା ଅନୁସାରେ ଭାରତ ନିବେଶ କରିଥିବା ଇରାନର ଚାବହାର ବନ୍ଦର ଉପରେ ଆମେରିକା ବିମାନ ଆକ୍ରମଣ କରିଛି । ଆକ୍ରମଣରେ ବନ୍ଦରର କଣ୍ଟ୍ରୋଲ ଟାୱାର (ମାରିଟାଇମ ସର୍ଭେଲାନ୍ସ ଟାୱାର) ଧ୍ୱଂସ ହୋଇଥିଲା । ସେଠାରେ ପଣ୍ୟ କାରବାର ବନ୍ଦ ହୋଇଯାଇଛି ।