ନୂଆଦିଲ୍ଲୀ: ସବୁଠି ଏବେ ଗୋଟିଏ ଚର୍ଚ୍ଚା । ଶେଷ ହୋଇଯିବ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ କ୍ୟାରିୟର । ଟିମରେ ଅଲୋଡ଼ା ହୋଇଗଲେ କି ? କାହିଁକି ଅଧୁରା ରହିଯିବ ସ୍ବପ୍ନ ? ଏମିତି ଅନେକ ଚର୍ଚ୍ଚା ଏବେ ରୋହିତଙ୍କୁ ନେଇ ଆରମ୍ଭ ହୋଇଛି । କାରଣ ୨୦୨୩ ବିଶ୍ବକପ ଫାଇନାଲରେ ହାରିବା ପରେ ୨୦୨୭ ବିଶ୍ବକପ ଜିତିବା ଥିଲା ହିଟମ୍ୟାନଙ୍କ ବଡ଼ ସ୍ବପ୍ନ । ଯେଉଁଥିପାଇଁ ନିଜକୁ ସୁଧାରିଲେ । ନିଜର ଫିଟନେସ୍ ଉପରେ ଦେଲେ ଅଧିକ ଧ୍ୟାନ । ଏମିତି ୧୧ କେଜି ଓଜନ ମଧ୍ୟ କମାଇଲେ । ତଥାପି ତାଙ୍କ କ୍ୟାରିୟରରେ କିଏ ପାଲଟିଛନ୍ତି ଶତ୍ରୁ ?

ସଦ୍ୟତମ ଚର୍ଚ୍ଚାକୁ ଯଦି ବିଶ୍ବାସ କରାଯାଏ ତାହେଲେ ବିସିସିଆଇ ୨୦୨୭ ବିଶ୍ବକପରେ ରୋହିତଙ୍କୁ ଟିମରେ ସାମିଲ ନକରିବାର ଯୋଜନା କରୁଛି ବୋଲି କୁହାଯାଉଛି । ଏବେ ଭାରତୀୟ କ୍ରିକେଟର ନୂଆ ପିଢ଼ିକୁ ଗଢ଼ିବା ଉପରେ ଧ୍ୟାନ ଦେଉଛନ୍ତି, ଯାହା ରୋହିତଙ୍କ ସ୍ଥାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଚୟନ ସମିତିର ଅଧ୍ୟକ୍ଷ ଅଜିତ ଅଗରକର  ଲୋକପ୍ରିୟତା ବଦଳରେ ଭବିଷ୍ୟତର ଟିମ୍ ତିଆରି କରିବାକୁ ପ୍ରାଥମିକତା ଦେଉଛନ୍ତି ।

​​​​​​​

କୋଚ୍ ଗୌତମ ଗମ୍ଭୀରଙ୍କ ପାଇଁ ନାମଠାରୁ ପ୍ରଦର୍ଶନ ଅଧିକ ଗୁରୁତ୍ୱପୂର୍ଣ୍ଣ । ରୋହିତଙ୍କ ଫର୍ମରେ ପଡ଼ିଥିବା ଭଟ୍ଟା ଏବଂ ଆଘାତ ସମସ୍ୟା ତାଙ୍କୁ ଟିମରୁ ବାହାର କରିପାରେ ବୋଲି ଚର୍ଚ୍ଚା ହେଉଛି।ଏହାସହ ଯଶସ୍ୱୀ ଜୈସ୍ୱାଲଙ୍କ ପରି ଯୁବ ପ୍ରତିଭାମାନଙ୍କୁ ସୁଯୋଗ ଦେଇ ଭାରତୀୟ ଦଳ ଏକ ନୂଆ ଅଧ୍ୟାୟ ଲେଖିବାକୁ ପ୍ରସ୍ତୁତ ହେଉଛି। କାରଣ ଜୟସ୍ବାଲ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ବୋଲି ପୂର୍ବରୁ ପ୍ରମାଣିତ କରିଛନ୍ତି । ମାତ୍ର ଟେଷ୍ଟକୁ ଛାଡ଼ିଦେଲେ ବାକି ଦୁଇ ଫର୍ମାଟରେ ଦଳରେ ତାଙ୍କର ସ୍ଥାନ ନାହିଁ । ରୋହିତଙ୍କ ବିକଳ୍ପଭାବେ ଜୟସ୍ବାଲ ଦଳରେ ରହିବେ ବୋଲି କୁହାଯାଉଛି ।

ଏହାସହ ପଢ଼ନ୍ତୁ : IND vs ENG: ଅଚାନକ ଲଣ୍ଡନରେ ପହଞ୍ଚିଲେ ରୋହିତ ଶର୍ମାଙ୍କ ବାପା-ମାଆ; ଲର୍ଡସ ଦିନିକିଆ ପରେ ସନ୍ନ୍ୟାସ ନେବେ କି ହିଟ୍ ମ୍ୟାନ୍ ?