ନୂଆଦିଲ୍ଲୀ,୧୧/୦୫; ଆମେରିକା ଏବଂ ଇସ୍ରାଏଲ ସହ ଯୁଦ୍ଧ ଯୋଗୁ ଇରାନ ଗମ୍ଭୀର ଭାବେ ତୈଳ ସଂରକ୍ଷଣ ସମସ୍ୟାର ସମ୍ମୁଖୀନ ହେଉଛି । ହୋର୍ମୁଜରେ ଆମେରିକାର ଅବରୋଧ ଯୋଗୁଁ ଇରାନ ବେଶ୍ ପ୍ରଭାବିତ ହେଉଛି । ତୈଳ ରପ୍ତାନୀ ବାଧାପ୍ରାପ୍ତ ହେବା ସତ୍ତେ୍ୱ ଉତ୍ପାଦନ ଜାରି ଥିବାରୁ ସଂରକ୍ଷଣ ପାଇଁ ଇରାନ ପାଖରେ ଯଥେଷ୍ଟ ଜାଗା ନାହିଁ । ତେଣୁ ଇରାନ ବାଧ୍ୟ ହୋଇ ସମୁଦ୍ରରେ ତେଲ ନଷ୍ଟ କରୁଛି । ଅଦ୍ୟାବଧି ଏହା ସମୁଦ୍ରରେ ୩ ହଜାର ବ୍ୟାରେଲ୍ରୁ ଅଧିକ ତୈଳ ଫିଙ୍ଗିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଇରାନ ପ୍ରତ୍ୟେକ ଦିନ ୩୦ ଲକ୍ଷ ବ୍ୟାରେଲରୁ ଅଧିକ ଅଶୋଧିତ ତୈଳ ଉତ୍ପାଦନ କରିଥାଏ । ପାଣିକୁ ଛାଡ଼ିଛି ୩ ହଜାର
ବ୍ୟାରେଲ୍ ତୈଳ । ଏହାର ଅଧିକାଂଶ ଭାଗ ଖାର୍ଗ ଦ୍ୱୀପ ସ୍ଥିତ ମୁଖ୍ୟ ଏକ୍ସପୋର୍ଟ ଟର୍ମିନାଲକୁ ପଠାଯାଇଥାଏ । କିନ୍ତୁ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ ବନ୍ଦ ଏବଂ ଇରାନ ବନ୍ଦର ଉପରେ ଆମେରିକୀୟ ନୌସେନାର ନାକାବନ୍ଦୀ ଯୋଗୁ ଇରାନର ତୈଳ ଟ୍ୟାଙ୍କର ବାହାରକୁ ବାହାରି ପାରୁନାହାନ୍ତି ।
ଫଳରେ ଇରାନ ନିଜ ତେଲକୁ ଅନ୍ୟ ଦେଶକୁ ବିକ୍ରି କରିପାରୁନି । ସେପଟେ ଉତ୍ପାଦନ ଜାରି ରହିଥିବାରୁ ତେଲ ଗଚ୍ଛିତ କରି ରଖିବାକୁ ଇରାନ ପାଖରେ ଆଉ ଜାଗା ମଧ୍ୟ ନାହିଁ । ଇରାନ ଅଫ୍ସୋର ଟ୍ୟାଙ୍କ୍ ଏବଂ ଭାସମାନ ସଂରକ୍ଷଣ ଜାହାଜକୁ ସକ୍ରିୟ କରିଥିଲେ ହେଁ ତାହା ମଧ୍ୟ ଭର୍ତ୍ତି ହୋଇଯାଇଛି । ତେଣୁ ଇରାନ ଯେଉଁ ତୈଳ ଷ୍ଟୋର କରିପାରୁନି ତାହାକୁ ସମୁଦ୍ରରେ ଛାଡ଼ୁଥିବା ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ଇରାନ ଏହାର ତୈଳ ଉତ୍ପାଦନ ବନ୍ଦ ମଧ୍ୟ କରିପାରିବ ନାହିଁ । କାରଣ ତୈଳ କୂଅଗୁଡ଼ିକ ଦୀର୍ଘ ସମୟ ପାଇଁ ବନ୍ଦ ରହିଲେ ପଥର ସ୍ତର ମଧ୍ୟକୁ ପାଣି ଏବଂ ଗ୍ୟାସ୍ ପ୍ରବେଶ କରିପାରେ । ଏହା ଦ୍ୱାରା ଭୂତଳ ଭଣ୍ଡାରଗୁଡ଼ିକର ଗୁରୁତର ଏବଂ ସ୍ଥାୟୀ କ୍ଷତି ହେବାର ଆଶଙ୍କା ରହିଛି । ଖାର୍ଗ ଦ୍ୱୀପ ନିକଟରେ ସମୁଦ୍ର ପୃଷ୍ଠରେ ବଡ଼ ବଡ଼ ଭାସମାନ ଦାଗର ସାଟେଲାଇଟ ଚିତ୍ର ସାମ୍ନାକୁ ଆସିଛି । ଇରାନ ସମୁଦ୍ରରେ ତେଳ ଛାଡ଼ୁଥିବାର ଏଥିରୁ ସନ୍ଦେହ କରାଯାଉଛି । ଯଦି ଏହା ବାସ୍ତବ ହୋଇଥାଏ ତେବେ ଏଥିଯୋଗୁ ପରିବେଶ ଉପରେ ଗମ୍ଭୀର ପ୍ରଭାବ ପଡ଼ିପାରେ । ସମୁଦ୍ର ପାଣି ବିଷାକ୍ତ ହେବା ଯୋଗୁ ସାମୁଦ୍ରିକ ଜୀବଗୁଡ଼ିକ ଉପରେ ଏହାର କୁପ୍ରଭାବ ପଡ଼ିବ । ଏଥିସହ ଜଳ ପ୍ରଦୂଷଣର ଆଶଙ୍କା ବଢ଼ିବ ।
ଏହା ବି ପଢନ୍ତୁ...Russia - Ukraine War: ବନ୍ଦ ହେବ ରୁଷ-ୟୁକ୍ରେନ ଯୁଦ୍ଧ! ସଙ୍କେତ ଦେଲେ ରାଷ୍ଟ୍ରପତି ପୁଟିନ୍,ପରୋକ୍ଷରେ ଜେଲେନସ୍କିଙ୍କୁ ମସ୍କୋ ଡାକିଲେ
ଇରାନ ବର୍ତ୍ତମାନ ଅଶୋଧିତ ତୈଳ ସଂରକ୍ଷଣ ଦୃଷ୍ଟିରୁ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି । ହୋର୍ମୁଜ୍ ପ୍ରଣାଳୀ ପାଖରେ ଆମେରିକା ଦ୍ୱାରା ଲଗାଯାଇଥିବା କଠୋର ଅବରୋଧ ଇରାନୀ ତୈଳ ଟ୍ୟାଙ୍କରଗୁଡ଼ିକର ଚଳାଚଳକୁ ବନ୍ଦ କରିଦେଇଛି। ରିପୋର୍ଟ ଅନୁଯାୟୀ, ଇରାନ ପ୍ରତିଦିନ ୩ ନିୟୁତ ବ୍ୟାରେଲରୁ ଅଧିକ ଅଶୋଧିତ ତୈଳ ଉତ୍ପାଦନ କରେ, ଯାହାର ଏକ ବଡ଼ ଅଂଶ ରପ୍ତାନି ପାଇଁ ଖାର୍ଗ ଦ୍ୱୀପରେ ସଂରକ୍ଷଣ କରାଯାଏ । ରପ୍ତାନି ବନ୍ଦ ହେବା ସୀମାରେ ପହଞ୍ଚିଛି, ଯାହା ସଂରକ୍ଷଣ କ୍ଷମତାକୁ ସୀମିତ କରୁଛି । ଇରାନ ପୁରୁଣା ଜାହାଜ ଏବଂ ଭାସମାନ ଟ୍ୟାଙ୍କର ମଧ୍ୟ ବ୍ୟବହାର କରିଛି, କିନ୍ତୁ ଏଗୁଡ଼ିକ ମଧ୍ୟ ଏବେ ସମ୍ପୂର୍ଣ୍ଣ ପୂର୍ଣ୍ଣ । ଇରାନ ସମ୍ମୁଖରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଯଦି ଏହା ଉତ୍ପାଦନ ବନ୍ଦ କରେ, ତେବେ ଏହାର ତୈଳ କୂପଗୁଡ଼ିକ ସ୍ଥାୟୀ କ୍ଷତିର ସମ୍ମୁଖୀନ ହୋଇପାରେ ।