ନୂଆଦିଲ୍ଲୀ,୨।୨: ଇରାନ ଓ ୟୁରୋପୀୟ ସଂଘ ଭିତରେ କୁଟନୈତିକ ବିବାଦ ଲଗାତାର ବଢିବାରେ ଲାଗିଛି। ଏହା ଭିତରେ ଇରାନ ନିଜର ଅର୍ଦ୍ଧସାମରିକ ସେନା ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର (ଆଇଆରଜିସି)କୁ ଆତଙ୍କବାଦୀ ସଂଗଠନ ଘୋଷିତ କରିଛି। ଏହାକୁ ନେଇ ୟୁରୋପୀୟ ସଂଘ (ଇୟୁ)ର ନିଷ୍ପତ୍ତି ବିରୋଧରେ ସବୁ ଇୟୁ ରାଷ୍ଟ୍ରଦୂତଙ୍କୁ ଜବାବ ତଲବ କରାଯାଇଛି।

ଏହି ପଦକ୍ଷେପ ଏଭଳି ସମୟରେ ନିଆଯାଇଛି ଯେତେବେଳେ ନିକଟରେ ଇରାନ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଉପରେ କଥିତ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ଓ ସାମୁହିକ ଫାଶୀ ମାମଲା କାରଣରୁ ଆମେରିକାରୁ ସମ୍ଭାବିତ ସାମରିକ କାର୍ଯ୍ୟାନୁଷ୍ଠାନ ପ୍ରତି ବିପଦ ସହିବାକୁ ପଡୁଛି। ଆମେରିକା ସେନା ୟୁଏଏସ୍ ଆବ୍ରାହମ ଲିଙ୍କନ ବିମାନବାହକ ଯୁଦ୍ଧ ଜାହାଜ ଓ ବହୁ ମିସାଇଲ ବିଧ୍ବଂସକ ଜାହାଜକୁ ପଶ୍ଚିମ ଏସିଆରେ ମୁତୟନ କରିଦେଇଛି। ଯଦିଓ ଏବେ ଏବେ ସ୍ପଷ୍ଟ ହୋଇପାରିନି ଯେ,ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ସାମରିକ ବଳ ପ୍ରୟୋଗ କରିବାର ନିଷ୍ପତ୍ତି ନେବେ କି ନାହିଁ। କାରଣ ଆଞ୍ଚଳିକ ଦେଶ ପଶ୍ଚିମ ଏସିଆରେ ଆଉ ଏକ ନୂଆ ଯୁଦ୍ଧକୁ ରୋକିବା ପାଇଁ କୁଟନୈତିକ ଚେଷ୍ଟା କରୁଛନ୍ତି।

ଉଲ୍ଲେଖନୀୟ ଯେ, ୟୁରୋପୀୟ ସଂଘ ଗତ ସପ୍ତାହ ଇରାନରେ ଦେଶବ୍ୟାପୀ ପ୍ରଦର୍ଶନ ଉପରେ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନରେ ଆଇଆରଜିସିର ଭୂମିକା କାରଣରୁ ଏହାକୁ ଆତଙ୍କବାଦ ସଂଗଠନ ଘୋଷିତ କରିବା ଉପରେ ସହମତି ପ୍ରକାଶ କରିଥିଲା। ଏହି ପ୍ରଦର୍ଶନରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି ଓ ହଜାର ହଜାରଙ୍କୁ କଷ୍ଟଡିରେ ନେଇଛି। ଆମେରିକା ଓ କାନାଡା ସହିତ ବହୁ ଅନ୍ୟ ଦେଶ ପୂର୍ବରୁ ହିଁ ଆଇଆରଜିସିକୁ ଆତଙ୍କବାଦୀ ସଂଗଠନ ଘୋଷିତ କରିସାରିଛି। ତେବେ ଏହି ପଦକ୍ଷେପ ଖୁବ୍ ପ୍ରତୀକାତ୍ମକ ବୋଲି ମନେକରାଯାଉଛି। କିନ୍ତୁ ଏହାଦ୍ବାରା ଇରାନ ଉପରେ ଆର୍ଥିକ ଚାପ ଆହୁରି ବଢିଯାଇଛି। ବିଶେଷ କରି ଏଥିପାଇଁ ଯେ, ଦେଶର ଅର୍ଥବ୍ୟବସ୍ଥାରେ ଆଇଆରଜିସିର ବଡ଼ ଭୂମିକା ରହିଛି।

ଆହୁରି ପଢନ୍ତୁ :ଆତଙ୍କବାଦ ବିରୋଧରେ ଭାରତ ସହ ଏହି ମୁସଲମାନ ଦେଶର ଯୋଡି ଏକାଠି କରିବେ ସମରାଭ୍ୟାସ