ନୂଆଦିଲ୍ଲୀ,୨୬।୧୦: ଇରାନର ସିସ୍ତାନା-ବେଲୁଚିସ୍ତାନର ପ୍ରଦେଶର ତୁଫସ୍ତାନ ଅଞ୍ଚଳରେ ଗୁଳିକାଣ୍ଡ ଘଟଣା ସାମନାକୁ ଆସିଛି। ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ମଧ୍ୟରେ ହୋଇଥିବା ଏହି ଆକ୍ରମଣ ଇରାନର ଅଡୁଆ ବଢାଇ ଦେଇଛି। ଅଜଣା ବନ୍ଧୁକଧାରୀଙ୍କ ଦ୍ବାରା ହୋଇଥିବା ଗୁଳିମାଡରେ ଇରନର ଫାରାଜା ଫୋର୍ସର ୧୦ ଜଣ ଯବାନଙ୍କ ମୃତ୍ୟୁ ହୋଇଛି।
ସ୍ଥାନୀୟ ମିଡିଆ ଓ ସରକାରୀ ସମାଚାର ଏଜେନ୍ସି ଆଇଆରଏନ୍ଏ କହିଛି, ଅଜଣା ବ୍ୟକ୍ତିମାନେ ଫୋର୍ସ ଉପରେ ଆକ୍ରମଣ କରିଛନ୍ତି। ତେବେ ଆକ୍ରମଣକୁ ନେଇ ସରକାରୀ ଏଜେନ୍ସି ବିଶେଷ କିଛି ସୂଚନା ଦେଇ ନାହିଁ ଓ କହିଛି ଏହା ଉପରେ ଖୁବ୍ ଶୀଘ୍ର ବିସ୍ତାରିତ ଭାବରେ ବୟାନ ଜାରି କରାଯିବ।
ଇସ୍ରାଏଲ ଏୟାରଷ୍ଟ୍ରାଇକ୍ ନେଇ ଇରାନ ସାଂସଦ ଓ ରାଷ୍ଟ୍ରୀୟ ସୁରକ୍ଷା ଆୟୋଗର ସଦସ୍ୟ ଅହମ୍ମଦ ଅଜ୍ଜାମ ଇସ୍ରାଏଲୀ ଆକ୍ରମଣ ଉପରେ କଡ୍ଡା ଟିପ୍ପଣୀ କରି କହିଛନ୍ତି, ଆମକୁ ନିଜର ରକ୍ଷା କରିବାର ଅଧିକାର ରହିଛି ଓ ଆମେ ଠିକ୍ ସମୟରେ ଜବାବ୍ ଦେବୁ। ତେବେ ଆମେ ଏକ ପ୍ରମୁଖ ସିଦ୍ଧାନ୍ତର ପାଳନ କରିବୁ। ଆମେ ତରବରିଆ ଭାବରେ କୌଣସି କାମ କରିବୁନି।’ ଅଧିକାରୀମାନେ ଏପର୍ଯ୍ୟନ୍ତ ଆକ୍ରମଣ ପାଇଁ କୌଣସି ସନ୍ଦିଗ୍ଧର ଚିହ୍ନଟ କରିନାହାନ୍ତି। ଆକ୍ରମଣ ପାଇଁ କୌଣସି ସଂଗଠନ ମଧ୍ୟ ନିଜକୁ ଦାୟୀ କରିନାହିଁ।