ନୂଆଦିଲ୍ଲୀ : ମଙ୍ଗଳବାର ଦିନ ମୁମ୍ବାଇରେ ଥିବା ଇରାନର କନସୁଲେଟ୍ ଜେନେରାଲ୍ , ଅଭିନେତା ଶାହରୁଖ ଖାନଙ୍କ ଏକ ପ୍ରସିଦ୍ଧ ସଂଳାପକୁ ଉଦ୍ଧୃତ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକର ଜବାବ ଦେଇଛନ୍ତି। ଇରାନ ବାରମ୍ବାର ଟ୍ରମ୍ପଙ୍କ ଧମକର ଜବାବ ଦେଇଛି। ପୂର୍ବରୁ, ଭାରତରେ ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଅବଦୁଲ ମଜିଦ ହାକିମ ଏଲାହି କହିଥିଲେ- ଆମେରିକାର ଆଲୋଚନାର ଉଦ୍ଦେଶ୍ୟ ଉପରେ ସନ୍ଦେହ ହେଉଛି। ଜଣା ନାହିଁ ଟ୍ରମ୍ପ କଣ କରିବାକୁ ଚାହାନ୍ତି ?
ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ମୁମ୍ବାଇରେ ଥିବା ଇରାନୀ କନସୁଲେଟ୍ ଜେନେରାଲ କହିଛନ୍ତି- ପାରସ୍ୟର ଉପସାଗରରେ ଲାଲ ରଙ୍ଗର ମହୁମାଛି ଅର୍ଥାତ୍ ଦ୍ରୁତ କ୍ଷେପଣାସ୍ତ୍ର ବୋଟ୍ ପ୍ରସ୍ତୁତ ଅଛି। ଟ୍ରମ୍ପଙ୍କର ଏହି ଦାବି ଖୁବ୍ ହାସ୍ୟାସ୍ପଦ ଯେ, ଇରାନର ନୌସେନା ସମାପ୍ତ ହୋଇ ସାରିଛି... ଏବେ ସେ ଜାଣିବାକୁ ପାଇବେ ଯେ, କେମିତି ଦଳ ଆପଣଙ୍କୁ କାବୁ କରିପାରେ। ଏବେ ତ କେବଳ ଟ୍ରେଲର , ପିକଚର ଏବେ ବାକି ଅଛି।
ଭାରତରେ ଇରାନର ସୁପ୍ରିମ୍ ଲିଡରଙ୍କର ପ୍ରତିନିଧି ଅବଦୁଲ ମଜିଦ୍ ହକିମ ଇଲାହୀ କହିଛନ୍ତି ଯେ, ଇରାନ ସର୍ବଦା ଆମେରିକାର କଥାବାର୍ତ୍ତାର ଉଦ୍ଦେଶ୍ୟକୁ ନେଇ ସଂଶୟରେ ରହିଛି।
ଇଲାହି ଅଯୋଧ୍ୟାରେ ଇମାମବାଡା ଜବାହର ଅଲୀ ଖାନରେ ଶିୟା ସଂପ୍ରଦାୟର ଅଂଶୀଦାରଙ୍କ ସହ ଆୟୋଜିତ ୟାଦ୍-ଏ-ଶୋହଦା କାର୍ଯ୍ୟକ୍ରମ ବେଳେ କଥାବାର୍ତ୍ତାରେ କହିଥିଲେ – ମୋତେ ଜଣାନାହିଁ ସେ କରଣ କରିବାକୁ ଚାହାନ୍ତି, କାରଣ ସେ କହୁଛନ୍ତି ଯେ, ହର୍ମୁଜ ପ୍ରଣାଳୀ ଖୋଲା ହେବା ଉଚିତ୍। କିନ୍ତୁ ଏହାସହ ସେ ହର୍ମୁଜ ପ୍ରଣାଳୀର ଆଖପାଖକୁ ନାକାବନ୍ଦୀ କରିବାକୁ ଯାଉଛନ୍ତି। ଏହା ବିରୋଧାଭାସ କଥା।
“Red bees of the #PersianGulf” yeah, the fast missile boats are warming up.
— Consulate General of the I.R. Iran in Mumbai (@IRANinMumbai) April 13, 2026
Funny how #Trump kept claiming #Iran’s navy was “finished”… now they’re about to find out how a swarm can pin you down real quick.
Abhi toh sirf trailer hai, picture abhi baaki hai 😏.#HORMUZ pic.twitter.com/Wu0FV5iMIc
ଇଲାହି କହିଛନ୍ତି - ଆମେରିକା ଇରାନକୁ ତା'ର ଦାବି ମାନିବା ପାଇଁ ଚାପ ପକାଇବାକୁ ଚାହୁଁଛି। ପ୍ରକୃତରେ, ଆରମ୍ଭରୁ, ଆମେ ଯୁଦ୍ଧବିରତି ଏବଂ ଆଲୋଚନା ପାଇଁ ସେମାନଙ୍କର ଉଦ୍ଦେଶ୍ୟ ଉପରେ ସନ୍ଦେହ କରୁଥିଲୁ। ସେ କହିଛନ୍ତି - ସେମାନେ ଆଲୋଚନା କରନ୍ତି ନାହିଁ। ସେମାନେ କେବଳ ନିଜ ଇଚ୍ଛାରେ ଚାଲିବାକୁ ଚାହାଁନ୍ତି। ସେମାନେ ବଳ ପ୍ରୟୋଗ କରି ନିଜର ରାସ୍ତା ବାହାର କରିବାକୁ ଚାହୁଁଛନ୍ତି। ଆରମ୍ଭରୁ, ଆମେ ଘୋଷଣା କରିଥିଲୁ ଯେ, ଆମେ ସେମାନଙ୍କ ପ୍ରତି ସନ୍ଦେହ କରୁଛୁ, କିନ୍ତୁ ଆମେ ବିଶ୍ୱକୁ ଦେଖାଇବାକୁ ଚାହୁଁଥିଲୁ ଯେ ,ଆମେ ଯୁଦ୍ଧପ୍ରିୟ ଲୋକ ନୁହଁ, ଆମେ ଯୁଦ୍ଧ ଚାହୁଁନାହୁଁ, ଆମେ କୌଣସି ସଙ୍କଟ ଚାହୁଁନାହୁଁ, ଏବଂ ଆମେ ସବୁଠି ଶାନ୍ତି ଚାହୁଁ। ପ୍ରକୃତରେ, ଆମେ ଆରମ୍ଭରୁ ଜାଣିଥିଲୁ ଯେ ସେମାନେ ଆଲୋଚନା ପାଇଁ ଆସୁ ନାହାଁନ୍ତି।
ଆହୁରି ମଧ୍ୟ ପଢନ୍ତୁ : ଇରାନ ହୋର୍ମୁଜରେ ବିଛାଇଛି କେଉଁ ପ୍ରକାରର ମାଇନ୍ସ, ,ଆମେରିକା କେମିତି ଏହାକୁ ହଟାଉଛି ?
ଇରାନର ଏହି ବିବୃତ୍ତି ସେତେବେଳେ ଆସିଛି, ଯେବେ ଟ୍ରମ୍ପ କହିଥିଲେ ଯେ ଇରାନ ଏକ ଚୁକ୍ତି ଚାହୁଁଛି। ଏହା ପୂର୍ବରୁ, ଟ୍ରମ୍ପ ଇରାନ ଉପରେ ମନ୍ତବ୍ୟ ଦେଇ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ, ତାଙ୍କ ଜ୍ୱାଇଁ ଜାରେଡ କୁଶନର ଏବଂ ସ୍ୱତନ୍ତ୍ର ଦୂତ ଷ୍ଟିଭ ୱିଟକଫଙ୍କ ଦ୍ୱାରା ଇରାନ ସହ ହୋଇଥିବା ଆଲୋଚନାକୁ ପ୍ରଶଂସା କରିଥିଲେ। ଟ୍ରମ୍ପ ଏକ ଭିତ୍ତିହୀନ ଦାବି କରିଥିଲେ, ଯାହାକୁ ଇରାନ ଖଣ୍ଡନ କରିଥିଲା।
ଟ୍ରମ୍ପ ଏହି ଭିତ୍ତିହୀନ ଦାବି କରି କହିଥିଲେ, ସେମାନେ ଏକ ମହାନ କାମ କରିଛନ୍ତି, ଏବଂ ଷ୍ଟିଭ୍ ଏବଂ ଜେରେଡ୍ ମଧ୍ୟ ଖୁବ୍ ମହାନ କାମ କରିଛନ୍ତି ଏବଂ ମୁଁ ଆପଣଙ୍କୁ କହିପାରିବି, ଅନ୍ୟ ପାର୍ଶ୍ୱରୁ ଆମକୁ ଫୋନ୍ ଆସିଛି, ସେମାନେ ଚୁକ୍ତି କରିବାକୁ ଖୁବ୍ ଆଗ୍ରହୀ। ଏହା ପରମାଣୁ ପ୍ରସଙ୍ଗରେ ଥିଲା। ଏହା ଏହି ସତ୍ୟ ଉପରେ ଯେ ସେମାନଙ୍କର କେବେ ପରମାଣୁ ଅସ୍ତ୍ର ରହିବ ନାହିଁ।