ତେହରାନ, ୨୦/୦୫ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ହତ୍ୟା କଲେ ୫୦୦ କୋଟି ଟଙ୍କା ପୁରସ୍କାର ଦେବ ଇରାନ । ଏଥିପାଇଁ ଦେଶ ସଂସଦରେ ବିଲ୍‌ ଆଣିପାରେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟ ଅନୁସାରେ, ଇରାନୀ ସଂସଦର ଜାତୀୟ ସୁରକ୍ଷା ଆୟୋଗ ଏହି ବିଲ୍‌ ପ୍ରସ୍ତୁତ କରୁଛି ।

ଆୟୋଗର ମୁଖ୍ୟ ଇବ୍ରାହିମ ଅଜିଜି କହିଛନ୍ତି, ‘ଇସଲାମିକ ରିପବ୍ଲିକର ସୈନ୍ୟ ଏବଂ ସୁରକ୍ଷା ବଳଗୁଡ଼ିକର ଜବାବୀ କାର୍ଯ୍ୟାନୁଷ୍ଠାନ’ ନାମରେ ବିଲ୍‌ ପ୍ରସ୍ତୁତି ଚାଲିଛି । ସଂସଦରେ ଖୁବଶୀଘ୍ର ଏହା ଉପରେ ଭୋଟିଂ ହୋଇପାରେ । ଏହା ଅନୁସାରେ, ଯିଏ ବି ଟ୍ରମ୍ପ୍‌ ଓ ନେତନ୍ୟାହୁଙ୍କୁ ହତ୍ୟା କରିବ, ତାକୁ ପୁରସ୍କାର ଦିଆଯିବ । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ସମେତ ଅନେକ ସେନା କମାଣ୍ଡର ଏବଂ ରାଜନେତାଙ୍କ ମୃତ୍ୟୁ ପରେ ଇରାନ ଏହି ପଦକ୍ଷେପ ଗ୍ରହଣ କରିଛି ।

ଇତିମଧ୍ୟରେ ଇରାନର ଇସଲାମିକ ରିଭଲ୍ୟୁସନାରି ଗାର୍ଡ କର୍ପସ (ଆଇଆରଜିସି)ର ଜଣେ ଅବସରପ୍ରାପ୍ତ ସଦସ୍ୟଙ୍କର ତେହରାନରେ ମୃତ୍ୟୁ ଘଟିଛି । ଯୁଦ୍ଧ ବେଳେ ଆମେରିକା ଓ ଇସ୍ରାଏଲ୍‌ ପକ୍ଷରୁ ମାଡ଼ କରାଯାଇଥିବା ଅଫୁଟା ଗୋଳା-ବାରୁଦକୁ ନିଷ୍କ୍ରିୟ କରିବା ଅଭିଯାନରେ ସେ ସାମିଲ ଥିଲେ । ଦିନେ ସେ ଏହି କାର୍ଯ୍ୟରେ ଲାଗିଥିଲା ବେଳେ ଏକ ବୋମା ଫୁଟିଯାଇଥିଲା । ଏଥିରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କର ଏବେ ମୃତ୍ୟୁ ଘଟିଛି।

ଏହି ଖବରଟିକୁ ପଢନ୍ତୁ‘ଆମେ ଖୁବଶୀଘ୍ର ଇରାନ ଉପରେ ଆଉ ଏକ ବଡ ଆକ୍ରମଣ କରିବୁ’…ପୁଣି ଏକ ଚେତାବନୀ ଜାରି କଲେ ଟ୍ରମ୍ପ…