ନୂଆଦିଲ୍ଲୀ, ୧୨/୦୩ : ଇରାନର ମିନାବ ସହର ସ୍ଥିତ ଗାର୍ଲ୍ସ ସ୍କୁଲ ଉପରେ ମିସାଇଲ୍ ଆଟାକ୍ କରିଥିଲା ଆମେରିକା। ଏହି ଆକ୍ରମଣରେ ହୋଇଥିଲା ୧୭୫ ନିରୀହଙ୍କ ମୃତ୍ୟୁ। ଆମେରିକୀୟ ସେନା ତଦନ୍ତରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ସତ। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଏଆଇର ଭୁଲ୍ ପାଇଁ ଚାଲିଗଲା ଏତେ ଲୋକଙ୍କ ଜୀବନ। ଟାର୍ଗେଟ୍ ଲକ୍ କରିବାରେ ବିଫଳ ହେବାରୁ ସ୍କୁଲ୍ ଉପରେ ପଡ଼ିଥିଲା ମିସାଇଲ୍।
ଇରାନ ସହ ଚାଲୁଥିବା ଯୁଦ୍ଧରେ ଆମେରିକା ଏଆଇକୁ ଅସ୍ତ୍ର କରିଛି। ଏଆଇ ସାହାଯ୍ୟରେ ମାତ୍ର ୨୪ ଘଣ୍ଟାରେ ଇରାନରେ ୧ ହଜାର ଟାର୍ଗେଟ୍ ରେ ଆକ୍ରମଣ କରାଯାଇଛି। ଏହି କ୍ରମରେ ଟମହକ୍ ମିସାଇଲ୍ ଦ୍ଵାରା ମିନାବ ସହରର ଶାଜରରାହ ତୟବେ ପ୍ରାଥମିକ ବିଦ୍ୟାଳୟରେ ଆକ୍ରମଣ କରାଯାଇଛି। ପ୍ରାଥମିକ ତଦନ୍ତ ଅନୁଯାୟୀ, ୟୁଏସ୍ ସେଣ୍ଟ୍ରାଲ କମାଣ୍ଡର ଅଧିକାରୀମାନେ ଏହି ଆକ୍ରମଣ ପାଇଁ ଟାର୍ଗେଟ୍ କୋଅର୍ଡିନେଟ୍ସ କରିବା ପାଇଁ ଡିଫେନ୍ସ ଇଣ୍ଟେଲିଜେଣ୍ଟ ଏଜେନ୍ସି ଠାରୁ ମିଳିଥିବା ପୁରୁଣା ତଥ୍ୟ ଆଧାରରେ କରାଯାଇଛି। ଏହି ଆଟାକ୍ ରେ ୧୭୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସ୍କୁଲ ଇରାନର ଇସଲାମିକ ରିଭୋଲ୍ୟୁସନାରି ଗାର୍ଡସ୍ କର୍ପସ୍ ର ଏକ ନାଭାଲ୍ ବେସ୍ ନିକଟରେ ରହିଛି। ଆଡଭାନ୍ସଡ୍ ଏଆଇ ସିଷ୍ଟମର ଭୁଲ୍ କାରଣରୁ ଏତେ ଲୋକଙ୍କ ଜୀବନ ଯାଇଛି।
ଆମେରିକୀୟ ସେନା ଆନ୍ଥ୍ରୋପିକ୍ ର ଏଆଇ ମଡେଲ୍ କ୍ଲାଉଡ୍ ର ବ୍ୟବହାର କରୁଛି। ଏହାକୁ ୱାର୍ ଟେକ୍ କମ୍ପାନୀ Palantir ସହ ପାର୍ଟନରସିପ୍ ରେ ଏହାକୁ ବ୍ୟବହାର କରାଯାଉଛି। ଦ ୱାଶିଂଟନ୍ ପୋଷ୍ଟ ଏବଂ ଦ ଗାର୍ଡିଅନ ଅନୁଯାୟୀ, କ୍ଲାଉଡ୍ ପାଲାଣ୍ଟିରର ମାଭେନ୍ ସ୍ମାର୍ଟ ସିଷ୍ଟମରେ ସ୍ଥାପିତ ହୋଇଛି। ଯାହା ମିଲିଟାରୀର ରିଅଲ ଟାଇମ୍ ରେ ସଠିକ୍ ଟାର୍ଗେଟ୍ ଲୋକେସନ କୁହେ।
ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘେଇ Xରେ ସ୍କୁଲ ଆକ୍ରମଣର ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଆମେରିକାକୁ ଯୁଦ୍ଧ ଅପରାଧ ପାଇଁ ଆକ୍ଷେପ କରିଛନ୍ତି। ବାଘେଇ ଲେଖିଛନ୍ତି, "୨୮ ଫେବୃଆରୀରେ ମିନାବ ସହରରେ ଆମେରିକାର ଏକ ଟୋମାହକ୍ କ୍ଷେପଣାସ୍ତ୍ର ୧୬୮ ଜଣ ଛୋଟ ଦୂତଙ୍କୁ ହତ୍ୟା କରିଥିଲା। ଏହା ଏକ ଯୁଦ୍ଧ ଅପରାଧ ଯାହାକୁ କ୍ଷମା କରାଯାଇପାରିବ ନାହିଁ ଏବଂ ଦଣ୍ଡ ନଦେଇ ଛଡ଼ାଯିବା ଅନୁଚିତ୍।"
ଏହି ଖବରଟିକୁ ପଢନ୍ତୁ- ମାଇନ୍ ଖଞ୍ଜି ୩ କିମିର ସଂକୀର୍ଣ୍ଣ ମାର୍ଗକୁ ଛକିଛି ଇରାନ, ସୁରକ୍ଷା ଦେଉଛନ୍ତି ମାଳମାଳ ଆତ୍ମଘାତୀ ବୋଟ୍, ସାହସ ଜୁଟାଇ ପାରୁନି ଆମେରିକା