ନୂଆଦିଲ୍ଲୀ, ୨୦/୦୬ : ଇରାନର ଲୋକପ୍ରିୟ ଗାୟିକା ପରସ୍ତୂ ଅହମଦୀଙ୍କୁ ଅନଲାଇନ୍ କନସର୍ଟ ପାଇଁ ୭୪ ଚାବୁକ୍ ପାହାର ମାରିବାକୁ ଦଣ୍ଡ ମିଳିଛି । ତାଙ୍କ ସହ କାମ କରୁଥିବା ୮ ଜଣଙ୍କୁ ମଧ୍ୟ ସମାନ ଦଣ୍ଡବିଧାନ ହୋଇଛି । ଏଥିସହ ସେମାନଙ୍କର ୨ ବର୍ଷ ଯାଏ ଦେଶ ଛାଡ଼ିବା ଓ କୌଣସି କଳାତ୍ମକ ଗତିବିଧି ଉପରେ ରୋକ୍ ଲାଗିଛି । ଇରାନର କୋମ୍ ପ୍ରାନ୍ତର କୋର୍ଟ ୟୁଟ୍ୟୁବରେ ପରସ୍ତୂଙ୍କର ଏକ କନସର୍ଟର ସିଧାପ୍ରସାରଣ ମାମଲାରେ ଏହି ଦଣ୍ଡ ଶୁଣାଇଛି । କୋର୍ଟ ପରସ୍ତୂଙ୍କ ବିରୋଧରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାର ଏବଂ ସର୍ବସାଧାରଣରେ ଶାଳୀନତା ଉଲ୍ଲଂଘନ ଅଭିଯୋଗ କରିଛି ।
ଏ ମାମଲା ଡିସେମ୍ବର ୨୦୨୪ର । ସେତେବେଳେ ପରସ୍ତୂ ହିଜାବ ବିନା ଏକ ହାତକଟା ଡ୍ରେସ୍ ପିନ୍ଧି ୟୁଟ୍ୟୁବରେ ଏକ କନ୍ସର୍ଟର ସିଧାପ୍ରସାରଣ କରିଥିଲେ । ଇରାନର ଦେଶଭକ୍ତି ଗୀତ ‘ଅଜ ଖୁନେ ଜବାନାନେ ୱତନ’ (ମାତୃଭୂମିର ଯୁବାଙ୍କ ରକ୍ତରେ) ଗାଇଥିଲେ । ସେ ୨୭ ମିନିଟ୍ର ଏକ ଭିଡିଓ ଶେୟାର କରିଥିଲେ । ଏଥିରେ ସେ ୪ ଜଣ ପୁରୁଷ ସଙ୍ଗୀତକାରଙ୍କ ସହ ଗୀତ ଗାଉଥିଲେ । କନ୍ସର୍ଟର ଭିଡିଓ କିଛି ସମୟ ଭିତରେ ଭାଇରାଲ ହୋଇଗଲା । ୟୁଟ୍ୟୁବରେ ଏହାକୁ ଲକ୍ଷାଧିକ ଲୋକ ଦେଖିଲେ । ଇରାନୀ ଅଧିକାରୀ ପରସ୍ତୂ ଓ ଅନେକ ସଙ୍ଗୀତଜ୍ଞଙ୍କୁ କିଛି ସମୟ ପାଇଁ ଗିରଫ କଲେ । କିନ୍ତୁ ଭିଡିଓ ଅପଲୋଡ୍ ମାମଲାରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଲା । ପରସ୍ତୂଙ୍କର ଏହି ଭିଡିଓକୁ ଅନେକ ମହିଳାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତାର ପ୍ରତୀକ ବୋଲି କହିଲେ । କିନ୍ତୁ ଇରାନୀ ଅଧିକାରୀ ଏହାକୁ ଆଇନ ବିରୁଦ୍ଧ କହିଲେ । ଇରାନରେ ମହିଳାଙ୍କ ପାଇଁ ସର୍ବସାଧାରଣ ସ୍ଥାନରେ ହିଜାବ ପିନ୍ଧିବା ଅନିବାର୍ଯ୍ୟ । ଏଥିସହ ଅନେକ ସାମାଜିକ ପ୍ରତିବନ୍ଧକ ବି ରହିଛି।
ଆହୁରି ପଢନ୍ତୁ- ଟ୍ରମ୍ପଙ୍କ ଦାବି, G7 ଶିଖର ସମ୍ମିଳନୀରେ ମୋ ସହ ଫଠୋ ପୋଜ୍ ପାଇଁ ବ୍ୟାକୁଳ ହେଉଥିଲେ ମେଲୋନି, ଇଟାଲୀୟ ପିଏମ କହିଲେ ‘ଏହା ସମ୍ପୂର୍ଣ୍ଣ ମନଗଢା’…
ଭର୍ସେଲ ଚୁକ୍ତି କ’ଣ ? ଭର୍ସେଲ ପ୍ୟାଲେସରେ ଆମେରିକା-ଇରାନ ମଧ୍ୟରେ ପିସ୍ ଡିଲ୍ । ଜାଣନ୍ତୁ ଏହା ପଛର ବଡ଼ କାରଣ..