ନୂଆଦିଲ୍ଲୀ,୨୦/୦୬; ଭାରତୀୟ ଷ୍ଟାର ଜାଭେଲିନ୍ ଥ୍ରୋଅର ଏବଂ ଦୁଇଥର ଅଲିମ୍ପିକ୍ ପଦକ ବିଜେତା ନୀରଜ ଚୋପ୍ରା ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଜବରଦସ୍ତ କମବ୍ୟାକ୍ କରିଛନ୍ତି । ଦୋହା ଡାଇମଣ୍ଡ ଲିଗ୍ରେ ନୀତର ତାଙ୍କର ଦ୍ୱିତୀୟ ଥ୍ରୋରେ ୮୨.୭୭ ମିଟର ଥ୍ରୋ କରି ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬ରେ ତାଙ୍କର ସ୍ଥାନ ସୁରକ୍ଷିତ କରିଛନ୍ତି । ୮୨.୬୧ ମିଟରର ଯୋଗ୍ୟତା ମାର୍କକୁ ପୂରଣ କରିଛନ୍ତି । ତାଙ୍କର ପ୍ରଥମ ଥ୍ରୋ ଫାଉଲ୍ ହୋଇଥିଲେ କିନ୍ତୁ ତାଙ୍କର ଦ୍ୱିତୀୟ ଥ୍ରୋକୁ ସଠିକ୍ ଭାବରେ ଲ୍ୟାଣ୍ଡ କରିବାରେ ସଫଳ ହୋଇଥିଲେ । ଚତୁର୍ଥ ସ୍ଥାନରେ ରହି ବି କମନୱେଲଥ୍ ଗେମ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରୀଲଙ୍କାର ରୁମେଶ ପାଥିରେଜ ୮୮.୬୮ ମିଟରର ସର୍ବୋତ୍ତମ ଥ୍ରୋ ସହିତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଗ୍ରେନାଡାର ଆଣ୍ଡରସନ୍ ପିଟର୍ସ ୮୬.୩୮ ମିଟରର ସର୍ବୋତ୍ତମ ଥ୍ରୋ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆମେରିକାର କର୍ଟସ୍ ଥମ୍ପସନ୍ ୮୫.୯୯ ମିଟରର ସର୍ବୋତ୍ତମ ଥ୍ରୋ ସହିତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ପିଠି ଆଘାତ ଯୋଗୁଁ ନୀରଜ ଚୋପ୍ରା ଗତ ଗୋଟିଏ ବର୍ଷେ ହେବ କୌଣସି ଇଭେଣ୍ଟରେ ଅଂଶଗ୍ରହଣ କରୁନଥିଲେ । ଏହି ଆଘାତରୁ ସୁସ୍ଥ ହେବା ପରେ, ସେ ମେ ୨୫ ଠାରୁ ସ୍ୱିଜରଲ୍ୟାଣ୍ଡରେ ତାଲିମ ନେଉଥିଲେ। ନୀରଜ ଚୋପ୍ରା ଶେଷ ମୁହୂର୍ତ୍ତରେ ଦୋହା ଡାଇମଣ୍ଡ ଲିଗରେ ଅଂଶଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ, ସମସ୍ତଙ୍କ ନଜର ତାଙ୍କ ଉପରେ ଥିଲା । ଏହି ଇଭେଣ୍ଟରେ ନୀରଜଙ୍କର ଆରମ୍ଭ ଭଲ ନଥିଲା ଏବଂ ତାଙ୍କର ପ୍ରଥମ ଥ୍ରୋ ଫାଉଲ୍ ଥିଲା, ଯାହା ପରେ ସେ ଦ୍ୱିତୀୟ ଥ୍ରୋରେ ନିଜର ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ୮୨.୭୭ ମିଟର ଫିଙ୍ଗି କମନୱେଲଥ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ନୀରଜଙ୍କ ପ୍ରକୃତ ଚମତ୍କାର ତୃତୀୟ ଥ୍ରୋରେ ଦେଖାଯାଇଥିଲା, ଯାହାକୁ ସେ ୮୫.୬୯ ମିଟର ଫିଙ୍ଗିଥିଲେ ।
🚨 NEERAJ CHOPRA QUALIFIED FOR CWG 2026
— The Khel India (@TheKhelIndia) June 19, 2026
On return to the international season, India's Neeraj Chopra finished 4th with best throw of 85.69m
Well Played Champ on return after injuries 🇮🇳🙌pic.twitter.com/A3gZyfXczO
ଏହା ବି ପଢନ୍ତୁ...୨୦୨୭ ଦିନିକିଆ ବିଶ୍ୱକପରେ ବିରାଟ ଓ ରୋହିିତଙ୍କୁ ମିଳିବ କି ସୁଯୋଗ? ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ରଖିଲା BCCI
ଚତୁର୍ଥ ଥ୍ରୋ ନିରାଶ କରିଥିଲା, ପଞ୍ଚମଟି ଫାଉଲ୍ ଥିଲା- ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ନୀରଜ ଚୋପ୍ରା ତାଙ୍କର ଶେଷ ତିନୋଟି ଥ୍ରୋରେ ସତର୍କତାର ସହିତ ଖେଳିଥିଲେ । ତାଙ୍କର ଚତୁର୍ଥ ଥ୍ରୋ ୮୩.୪୫ ମିଟର ଥିଲା, ଯେତେବେଳେ ତାଙ୍କର ପଞ୍ଚମ ଫାଉଲ୍ ହୋଇଥିଲା । ଶ୍ରୀଲଙ୍କାର ରୁମେଶ ପଥିରଙ୍ଗା, ଯିଏ ଏହି ସିଜନରେ ଉତ୍କୃଷ୍ଟ ଫର୍ମରେ ଅଛନ୍ତି ଏବଂ ସମାନ ଇଭେଣ୍ଟରେ ଅଂଶଗ୍ରହଣ କରିଛନ୍ତି, ତାଙ୍କର ଚତୁର୍ଥ ଥ୍ରୋ ୮୮.୬୮ ମିଟର ସହିତ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପଞ୍ଚମ ରାଉଣ୍ଡ ଶେଷରେ ନୀରଜ ଚତୁର୍ଥ ସ୍ଥାନରେ ରହିଥିଲେ, ଯାହା ଦୋହା ଡାଇମଣ୍ଡ ଲିଗରେ ତାଙ୍କ ଯାତ୍ରାର ଶେଷ ହୋଇଥିଲା । ନୀରଜଙ୍କୁ ସମ୍ପ୍ରତି ଏସୀୟ କ୍ରୀଡ଼ା ଦଳରେ ସାମିଲ କରାଯାଇଥିଲା । ଦୋହା ଡାଇମଣ୍ଡ ଲିଗରେ ତାଙ୍କର ପ୍ରଦର୍ଶନ ଯୋଗୁଁ ତାଙ୍କର ପୁରୁଣା ଫର୍ମକୁ ଶୀଘ୍ର ଫେରିବାର ଆଶା ସୃଷ୍ଟି ହୋଇଛି ।