ରାଉରକେଲା, ୨୦/୦୬ : ରାଉରକେଲାରେ ଗର୍ଜିଲା ପୁଲିସ ବନ୍ଧୁକ। ଶନିବାର ସକାଳୁ ଡବଲ୍ ଏନକାଉଣ୍ଟର। ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଚୁନୁ ହରିପାଲ ଏବଂ ସୁଶାନ୍ତ ନାୟକଙ୍କୁ ଝିରିପାଣି ନୂଆ ଟୋଲାରେ ଏନକାଉଣ୍ଟର କରିଛି ରାଉରକେଲା ପୁଲିସ ।

ଏନକାଉଣ୍ଟରରେ ଆହତ ହୋଇଥିବା ଦୁଇ ଅପରାଧୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ଭର୍ତ୍ତି କରାଯାଇଛି । ଗତ ୧୬ ତାରିଖରେ ସେକ୍ଟର-୭ ଥାନା ଅନ୍ତର୍ଗତ ସରସ୍ୱତୀ ଶିଶୁ ମନ୍ଦିର ପାଖ ରାମେଶ୍ୱର ବସ୍ତିରେ ଜଣଙ୍କୁ ହତ୍ୟା କରି ଉଭୟ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଲୋକ ଥାନାରେ ଧାରଣା ଦେଇଥିଲେ। ସଂଘବଦ୍ଧ ଆକ୍ରମଣରେ ପ୍ରାୟ ୩୦ଜଣ ଅଭିଯୁକ୍ତ ସାମିଲ ଥିବା ବେଳେ ଦୁଇ ଜଣଙ୍କୁ ଏନକାଉଣ୍ଟର କରାଯାଇଛି।..

ଆହୁରି ପଢନ୍ତୁ- ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ, ବିଭିନ୍ନ ଜନହିତକର ପ୍ରକଳ୍ପର କଲେ ଉଦ୍ଘାଟନ