ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଇସ୍ରାଏଲ ଆକ୍ରମଣ ମଧ୍ୟରେ ଇରାନକୁ ଝଟକା, ଗମ୍ଭୀର ରୋଗରେ ପୀଡିତ ଖାମନେଇ: ଦାୟିତ୍ବ ଗ୍ରହଣ କରିପାରନ୍ତି ପୁଅ

Published By : Harapriya Biswal | October 27, 2024 3:08 PM

ନୂଆଦିଲ୍ଲୀ,୨୭।୧୦:  ପ୍ରତିଶୋଧ ନିଆଁରେ ଜଳୁଥିବା ଇସ୍ରାଏଲ ଇରାନ ଉପରେ କରିଛି ବୋମା ବର୍ଷା। ବେଞ୍ଜାମିନ ନେତନ୍ୟାହୁ ସରକାର ୧୦୦ରୁ ଅଧିକ ଫାଇଟର ବିମାନକୁ ଇରାନର ସାମରିକ ଆଡ୍ହା ଉପରେ ମାଡ଼ କରିବାକୁ ବାହାରିଛି। ଏହା ଭିତରେ ଇସ୍ରାଏଲର ଆକ୍ରମଣ ଦେଇ ଗତି କରୁଥିବା ଇରାନ ପାଇଁ ଏକ ଖରାପ ଖବର ସାମନାକୁ ଆସିଛି। ଇରାନ ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲି ଖାମନେଇଙ୍କ ବିଷୟରେ କୁହାଯାଉଛି ଯେ, ସେ ଗୁରୁତର ରୋଗରେ ପୀଡିତ। ତାଙ୍କ ଆଗରେ ନିଜ ଉତ୍ତରାଧିକାରୀ ଘୋଷିତ କରିବା ନେଇ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।

ନ୍ୟୁୟକର୍ର୍ ଟାଇମ୍ସର ରିପୋର୍ଟ ଅନୁସାରେ, ଖାମନେଇଙ୍କ ଦ୍ବିତୀୟ ସବୁଠାରୁ ବଡ଼ ପୁଅ ମୋଜତବା ଖାମନେଇ(୫୫)କୁ ତାଙ୍କ ଉତ୍ତରାଧିକାରୀ କରିବାର ସମ୍ଭାବନା ରହିଛି। ଖାମନେଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବାର କୁହାଯାଉଛି। ଇସଲାମିକ୍ ରିଭୋଲ୍ୟୁସନ୍ ଗାର୍ଡସ କର୍ପସ ଏହି କଥା ଉପରେ ବିଚାର କରୁଛି ଯେ, ତାଙ୍କର ଉତ୍ତରାଧିକାରୀ କିଏ ହେବ ?

ରୁହୋଲ୍ଲାହ ଖୁମୈନୀଙ୍କ ମୃତ୍ୟୁ ପରେ ୧୯୮୯ ରୁ ଖାମନେଇ ସର୍ବୋଚ୍ଚ ନେତା ଭାବରେ କାର୍ଯ୍ୟରତ ଅଛନ୍ତି। ଗତ ବର୍ଷ ଏକ ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀକୁ ନେଇ ଚିନ୍ତା ଥିଲା। ଏବେ ରଇସିଙ୍କ ମୃତ୍ୟୁ ପରେ ହି ସମ୍ଭାବିତ ଉତ୍ତରାଧିକାରୀକୁ ନେଇ ଚିନ୍ତା ବଢିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.