ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଏବେ ଇରାନ ତିଆରି କରିବ ପରମାଣୁ ଅସ୍ତ୍ର,ସଂସଦରେ ଏହି ନିଷ୍ପତ୍ତିରୁ ମିଳିଲା ସଙ୍କେତ

Published By : Harapriya Biswal | June 25, 2025 8:14 PM

ନୂଆଦିଲ୍ଲୀ,୨୫।୬: ଇରାନ ସରକାର ଇସ୍ରାଏଲ ଓ ଆମେରିକାର ଆକ୍ରମଣ ପରେ ପରମାଣୁ ହତିଆରକୁ ନିଜର ଆବଶ୍ୟକତା ବୋଲି ଅନୁଭବ କରିଛନ୍ତି। ଏହି ଯୁଦ୍ଧ ପୂର୍ବରୁ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରାଘାଚୀଙ୍କଠାରୁ ନେଇ ସୁପ୍ରିମ ଲିଡରଙ୍କ ପର୍ଯ୍ୟନ୍ତ ସମସ୍ତେ ଇରାନର ପରମାଣୁ ପୋଗ୍ରାମକୁ ସିଭିଲ ୟୁଜ ପାଇଁ ତିଆରି କରିଥିଲେ। ଏହା ସହ କହିଥିଲେ ହତିଆର ତିଆରି କରିବାର କୌଣସି ଉଦେଶ୍ୟ ନାହିଁ। କିନ୍ତୁ ଏବେ ଯୁଦ୍ଧ  ପରେ ସ୍ଥିତି ବଦଳି ଯାଇଛି। 

ଇରାନ ସଂସଦ ବୁଧବାର ପରମାଣୁ ଗତିବିଧି ନୀତିରେ ଏକ ବଡ଼ ପରିବର୍ତ୍ତନର ଘୋଷଣା କରିଛନ୍ତି, ଯେଉଁଥିରେ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି(IAEA ) ସହ ଯୋଗାଯୋଗ ସ୍ଥଗିତ କରିବାକୁ ଭୋଟିଂ କରାଯାଇଥିଲା, ଯେଉଁ ପର୍ଯ୍ୟନ୍ତ ଏହାର ପରମାଣୁ ସୁବିଧାର ସୁରକ୍ଷା ଗ୍ୟାରେଣ୍ଟି ଦିଆ ନଯାଇଛି।

ଏହି ପଦକ୍ଷେପ ନିକଟରେ ଇସ୍ରାଏଲ-ଆମେରିକା ପକ୍ଷରୁ ପ୍ରମୁଖ ପରମାଣୁ ସ୍ଥଳକୁ ଟାର୍ଗେଟ କରି କରାଯାଇଥିବା ଆକ୍ରମଣକୁ ଦୃଷ୍ଟି ରଖି ନିଆଯାଇଛି। ଏ ବିଷୟରେ ଇରାନ ସାଂସଦଙ୍କ କହିବା ଅନୁସାରେ IAEA ଏହାର ନିନ୍ଦା କରିବାରେ ବିଫଳ ରହିଛି। IAEA  ଦୁନିଆର ସବୁ ନ୍ୟୁକ୍ଲିଅର ପୋଗ୍ରାମ ଉପରେ ନଜର ରଖିଥାଏ, ଯେଉଁଥିରୁ ଜାଣିବାରେ ସହଜ ହୋଇଥାଏ କୌଣସି ଦେଶ ନିଜର ନ୍ୟୁକ୍ଲି୍ରର ପୋଗ୍ରାମ ଏନର୍ଜି ସ୍ଥାନରେ ହତିଆରକୁ ବିକଶିତ କରୁନି ତ। ସଂସଦରେ ଏହି ପ୍ରସ୍ତାବ ପରେ IAEA  ଅଧିକାରୀ ଇରାନର ନ୍ୟୁକ୍ଲିଅର ସାଇଟ୍ ଭିଜିଟ୍ କରିପାରିବେନି। ଇରାନ ନ୍ୟୁକ୍ଲିଅର ଫାସିଲିଟିରେ କ’ଣ ଚାଲିଛି, ଏ ବିଷୟରେ କାହାକୁ ଜଣାପଡିବନି। କାରଣ IAEA ଉପରେ ଇରାନର ସାଂସଦମାନେ କ୍ଷୁବ୍ଧ ଅଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.