ନୂଆଦିଲ୍ଳୀ,୧୨।୫: ଇରାନ ସଂସଦର ମୁଖପାତ୍ର ଇବ୍ରାହିମ ରେଜାଇ ମଙ୍ଗଳବାର ଦିନ କହିଛନ୍ତି ଯେ ଯଦି ଇରାନ ଉପରେ ପୁଣି ଆକ୍ରମଣ ହୁଏ, ତେବେ ଦେଶ ୯୦% ପର୍ଯ୍ୟନ୍ତ ୟୁରାନିୟମ ଶୁଦ୍ଧ କରିପାରିବ। ୯୦% ସ୍ତର ପର୍ଯ୍ୟନ୍ତ ଶୁଦ୍ଧ ୟୁରାନିୟମକୁ ପରମାଣୁ ଅସ୍ତ୍ର ପାଇଁ ଉପଯୁକ୍ତ ବୋଲି କୁହାଯାଏ। ସଂସଦର ଜାତୀୟ ସୁରକ୍ଷା ଏବଂ ବୈଦେଶିକ ନୀତି କମିଶନର ମୁଖପାତ୍ର ରେଜାଇ ଏକ୍ସରେ ଲେଖିଛନ୍ତି, ଯଦି ପୁଣି ଥରେ ଆକ୍ରମଣ ହୁଏ ତେବେ ଇରାନ ୯୦% ଶୁଦ୍ଧତା ବୃଦ୍ଧି କରାଯିବ। ସଂସଦରେ ଏହାର ସମୀକ୍ଷା କରାଯିବ।’

ଗତ ଜୁନ୍ରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ ୧୨ ଦିନିଆ ଯୁଦ୍ଧ ସମୟରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଦ୍ୱାରା ଇରାନର ପରମାଣୁ କେନ୍ଦ୍ରଗୁଡ଼ିକ ‘ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ’ ହୋଇଥିଲା, ଯାହା ଏହାର ୟୁରାନିୟମ୍ ସମୃଦ୍ଧି କ୍ଷମତାକୁ ଯଥେଷ୍ଟ କ୍ଷତି ପହଞ୍ଚାଇଥିଲା। ଉଲ୍ଲେଖନୀୟ ଯେ, ୬୦% ପର୍ଯ୍ୟନ୍ତ ସମୃଦ୍ଧ ୪୦୦ କିଲୋଗ୍ରାମ ୟୁରାନିୟମର, ଯାହାକି ଏବେ ଇରାନ ପାଖରେ ରହିଛି, ଏବେ ତାହା କ’ଣ ହେଲା ତାହା ସ୍ପଷ୍ଟ ହୋଇପାରିନି।

ଆମେରିକୀୟ ଗୁଇନ୍ଦା ସଂସ୍ଥା ଅନୁଯାୟୀ, ଯଦି ଏହି ଅତ୍ୟନ୍ତ ସମୃଦ୍ଧ ୟୁରାନିୟମ (HEU) ଭଣ୍ଡାରକୁ ଅପସାରିତ କିମ୍ବା ନଷ୍ଟ ନ କରାଯାଏ, ତେବେ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ କୌଣସି ବଡ଼ ପ୍ରଭାବ ପଡ଼ିବ ନାହିଁ। ଆମେରିକୀୟ ଗୁଇନ୍ଦା ସଂସ୍ଥା ଅନୁଯାୟୀ, ଯେଉଁ ପର୍ଯ୍ୟନ୍ତ ଏହି ହାଇଲି ଏନରିଚଡ୍ ୟୁରାନିୟମ (HEU) ଭଣ୍ଡାରକୁ ଅପସାରିତ କିମ୍ବା ନଷ୍ଟ ନ କରାଯାଏ, ସେ ପର୍ଯ୍ୟନ୍ତ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ କୌଣସି ବଡ଼ ପ୍ରଭାବ ପଡ଼ିବ ନାହିଁ।

ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକା ଏବଂ ଇସ୍ରାଏଲ ଫେବୃଆରୀ ୨୮ରେ ଇରାନ ଉପରେ ଆକ୍ରମଣ କରିଥିଲେ। ବର୍ତ୍ତମାନ ଏକ ଅସ୍ଥାୟୀ ଅସ୍ତ୍ରବିରତି ଜାରି ରହିଛି, କିନ୍ତୁ ଦୁଇ ପକ୍ଷ ସଂଘର୍ଷ ଶେଷ କରିବା ପାଇଁ ଏକ ଚୁକ୍ତିରେ ପହଞ୍ଚି ପାରୁ ନାହାଁନ୍ତି। ପରମାଣୁ ପ୍ରସଙ୍ଗ ଉଭୟ ପକ୍ଷ ମଧ୍ୟରେ ବିବାଦର ସବୁଠାରୁ ବଡ଼ କାରଣ ହୋଇ ରହିଛି। ଇରାନ ପରମାଣୁ ପ୍ରସଙ୍ଗ ଉପରେ ପରେ ଆଲୋଚନା କରିବାକୁ ଚାହୁଁଛି, କିନ୍ତୁ ଆମେରିକା ଦାବି କରୁଛି ଯେ ଇରାନ ଏହାର ଅତ୍ୟନ୍ତ ସମୃଦ୍ଧ ୟୁରାନିୟମ ଭଣ୍ଡାର ଦେଶ ବାହାରକୁ ପଠାଉ ଏବଂ ଘରୋଇ ସ୍ତରରେ ୟୁରାନିୟମ ସମୃଦ୍ଧିକୁ ଛାଡି ଦେଉ। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାକର ଗାଲିବାଫ କହିଛନ୍ତି , ୧୪-ସୂତ୍ରୀ ପ୍ରସ୍ତାବରେ କୁହାଯାଇଛି ଇରାନ ଲୋକଙ୍କ ଅଧିକାରକୁ ସ୍ୱୀକାର କରିବା ବ୍ୟତୀତ ଆମେରିକା ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ସେମାନେ ଯେତେ ଅଧିକ ବିଳମ୍ବ କରିବେ, ଆମେରିକୀୟ କରଦାତାଙ୍କ ପାଇଁ ସେତେ ଅଧିକ କ୍ଷତି ହେବ।’