ନୂଆଦିଲ୍ଲୀ,୧୨/୦୬: କିଛି ଦିନର ନୀରବତା ପରେ ପୁଣି ମଧ୍ୟପ୍ରାଚ୍ୟ ଆଶାନ୍ତ ହୋଇଛି । ଶାନ୍ତି ଫେରିବା ଆଶା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଘଟଘଟା ଜାରି ରହିଛି । ଗୁରୁବାର ଇରାନ ଉପରେ ବୋମା ବର୍ଷା କରିଥିଲା ଆମେରିକା । ଆକ୍ରମଣର ଧମକ ଦେଇଥିଲେ ଟ୍ରମ୍ପ । କିନ୍ତୁ ଧମକର କେଇଘଣ୍ଟା ପରେ ଟ୍ରମ୍ପ ସ୍ୱର ବଦଳାଇଛନ୍ତି । ଇରାନ ଉପରେ ଆକ୍ରମଣ କରିବେ ନାହିଁ ବୋଲି କହିଛନ୍ତି । ହୋର୍ମୁଜ ପାଖରେ ୨ଟି ଇରାନୀ ଡ୍ରୋନ୍ ଗୁଳି କରି ଖସାଇଛି ଆମେରିକା । ସବୁଠୁ ବଡ଼ କଥା ହେଉଛି ସପ୍ତାହ ମଧ୍ୟରେ ଶାନ୍ତି ଚୁକ୍ତି ଡିଲ୍ ହେବ ବୋଲି ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କିନ୍ତୁ ଟ୍ରମ୍ପଙ୍କ ଦାବିକୁ ପ୍ରତ୍ୟାଖାନ କରିଛି ତେହେରାନ । ଆମେରିକା ସହିତ କୌଣସି ଚୁକ୍ତି ହୋଇନାହିଁ ବୋଲି କହି ଟ୍ରମ୍ପଙ୍କ ଦାବିକୁ ଖାରଜ କରିଛି ।

କଣ କହିଲେ ଟ୍ରମ୍ପ ? ଇରାନ ଉପରେ ଦୁଇ ଦିନର ଆକ୍ରମଣ ଏବଂ ତୃତୀୟ ଦିନର ଧମକ ପରେ, ଡୋନାଲ୍ଡ ଟ୍ରମ୍ପ ଏବେ ୟୁ-ଟର୍ଣ୍ଣ ନେଇଛନ୍ତି । ସେ ଦାବି କରିଛନ୍ତି ଯେ, ଯୁଦ୍ଧ ଶେଷ ହୋଇଯାଇଛି। କିନ୍ତୁ ଏହା ପ୍ରଥମ ଥର ନୁହେଁ ଯେବେ ଆମେରିକା ରାଷ୍ଟ୍ରପତି ଏହି ଦାବି କରିଛନ୍ତି । ଟ୍ରମ୍ପ କହିଛନ୍ତି, ତୁମେ ଶୁଣିଛ କି ନାହିଁ ମୁଁ ଜାଣିନାହିଁ, କିନ୍ତୁ ଆମେ ଆଜି ଇରାନ ସହିତ ଯୁଦ୍ଧ ସମାପ୍ତ କରିଛୁ । ସେମାନେ ସହମତ ହୋଇଥିଲେ ଯେ ସେମାନେ କେବେବି ପରମାଣୁ ଅସ୍ତ୍ର ନିର୍ମାଣ କରିବେ ନାହିଁ। ଏହା ହିଁ ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ଥିଲା। ଚୁକ୍ତିର ୯୫ ପ୍ରତିଶତ ଏହା ବିଷୟରେ ହିଁ ଥିଲା । ସପ୍ତାହ ମଧ୍ୟରେ ୟୁରୋପରେ ଐତିହାସିକ ଚୁକ୍ତି ସ୍ୱାକ୍ଷର ହୋଇପାରେ ବୋଲି ଦାବି କରିଛନ୍ତି ଟ୍ରମ୍ପ । ଏହି ଚୁକ୍ତିରେ ଇରାନ୍ କେବେ ବି ପରମାଣୁ ଅସ୍ତ୍ର କରିପାରିବ ନାହିଁ 

ଇରାନର ପ୍ରତ୍ୟାଖାନ- ଇରାନ ସହିତ ଏକ ଚୁକ୍ତି ବିଷୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତିର କିଛି ଘଣ୍ଟା ପରେ, ଇରାନ ଏହାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛି । ଇରାନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ କୌଣସି ଚୂଡାନ୍ତ ଚୁକ୍ତି ହୋଇନାହିଁ । ଏପରି ରିପୋର୍ଟ କେବଳ ଅନୁମାନ । ସେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ସମ୍ପ୍ରତି ଆମେରିକାର ଆକ୍ରମଣକୁ ନିନ୍ଦା କରିଛନ୍ତି । ଆମେରିକାକୁ ଦାୟୀ କରିବାକୁ ଅନ୍ତର୍ଜାତୀୟ ସମୁଦାୟକୁ ଅପିଲ୍ କରିଛନ୍ତି । ଇରାନ ଏ ପର୍ଯ୍ୟନ୍ତ କୌଣସି ଚୂଡାନ୍ତ ଚୁକ୍ତି କରିନାହିଁ । ଇରାନ ସରାକରୀ ନ୍ୟୁଜ ଏଜେନ୍ସିଂ ସୂଚନା ଅନୁସାରେ ବାଘାଇ କହିଛନ୍ତି ରେଡ୍ ଲାଇନ୍ ସହ ଆମେ କେବେ ସାଲିସ୍ କରିବୁ ନାହିଁ । ଚୁକ୍ତି ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ ।

ଏହା ବି ପଢନ୍ତୁ...India-Bangladesh Border: ଭାରତ ବିରୋଧରେ ବାଂଲାଦେଶର ବଡ଼ ଚକ୍ରବ୍ୟୁହ ! ସୀମା ଆଡ଼କୁ ମାଡ଼ି ଆସୁଛନ୍ତି ହଜାର ହଜାର କଟ୍ଟରପନ୍ଥୀ