ନୂଆଦିଲ୍ଲୀ, ୧୨/୦୬ : ୪୦ ଟଙ୍କାରେ କେଜିଏ ମିଳୁଥିବା ଏହି ପରିବାକୁ ମୁହଁ ମୋଡନ୍ତି ଭାରତୀୟ। ହେଲେ ୭ ହଜାର ୨୫୦ ଟଙ୍କା ଦେଇ ମନ ଆନନ୍ଦରେ ଖାଆନ୍ତି ଆମେରିକୀୟ। ଶରୀର ପାଇଁ ଏହା ଖୁବ୍ ଉପକାରୀ। ଏହି ପରିବାଟି ହେଉଛି ଭେଣ୍ଡି। ଭାରତରେ ଏହା ଖୁବ୍ ସହଜରେ ମିଳିଯାଏ। ୪୦ ରୁ ୫୦ ଟଙ୍କାରେ ବଜାରରେ କେଜିଏ ଭେଣ୍ଡି ମିଳିଯାଏ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଭେଣ୍ଡିକୁ ଆମେରିକୀୟମାନେ ୭ ହଜାରରୁ ଅଧିକ ଟଙ୍କା ଦେଇ କିଣନ୍ତି।
ଆମେରିକାରେ ଭେଣ୍ଡି ଚିପ୍ସର ଏକ ୮୫ ଗ୍ରାମର ପ୍ୟାକେଟ୍ ୬.୫ ୟୁଏସ୍ ଡଲାରରେ ମିଳେ। ଯାହାକି ୬୦୦ ଟଙ୍କା ବରାବର। ୟୁଏସ୍ ରେ ରହୁଥିବା ଜଣେ ଭାରତୀୟ ଏହି ଚିପ୍ସର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେ କହିଛନ୍ତି ଯେ, ଏହା ଆମେରିକାର ଲୋକାଲ୍ ଫୁଡ୍ ନୁହେଁ, ଏଥିପାଇଁ ବୋଧେ ଏଠି ଭେଣ୍ଡିର ଦାମ୍ ଏତେ ଅଧିକ। ତେବେ ଜାଣିଛନ୍ତି କି ଏତେ ଟଙ୍କା ଖର୍ଚ୍ଚ କରି ଆମେରିକୀୟ ଏହାକୁ କାହିଁକି ଖାଆନ୍ତି ? କାରଣ ଏହା ଶରୀର ପାଇଁ ଖୁବ୍ ଉପକାରୀ।
ଭେଣ୍ଡିରେ ଗୁରୁତ୍ଵପୂର୍ଣ୍ଣ ବାୟୋଆକ୍ଟିଭ୍ କମ୍ପାଉଣ୍ଡ ଅଛି। ଯାହାକି ଔଷଧୀୟ ଗୁଣରେ ଭରପୁର। ଏହା ସହ ଭେଣ୍ଡିରେ ଥିବା ଫାଇଟୋକେମିକାଲ୍ସ ଟାଇପ୍-୨ ମଧୁମେହ, ହୃଦ୍ରୋଗ ଏବଂ ପାଚନତନ୍ତ୍ର ଜନିତ ସମସ୍ୟାରୁ ମୁକ୍ତି ପ୍ରଦାନ କରେ । ଏହା ଲିଭର ଡିଟକ୍ଟିଫିକ୍ସନ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ପ୍ରଫିଟ୍ ଦିଏ। ଭେଣ୍ଡିରେ ପ୍ରୋଟିନ୍, ଡାଏଟାରୀ ଫାଇବର, ଫାଇଟୋଷ୍ଟେରଲ୍ସ, ଭିଟାମିନ୍ ବି କମ୍ପ୍ଲେକ୍ସ, ଭିଟାମିନ୍ ଏ, ଭିଟାମିନ୍ ସି, ପୋଟାସିୟମ୍, କ୍ୟାଲସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍, କପର, ସେଲେନିୟମ୍, ମାଙ୍ଗାନିଜ୍, ଜିଙ୍କ୍, ସୋଡିୟମ୍ ଏବଂ ଆଇରନ୍ ଅଛି। ଏଥିରେ ଥିବା ମିନେରାଲ୍ ଏବଂ ଭିଟାମିନ୍ ହାର୍ଟ, ମସ୍ତିଷ୍କ, ଯକୃତ, ବୃକକ୍ ଏବଂ ଅନ୍ତନଳୀକୁ ସୁସ୍ଥ ରଖେ। ଟାଇପ୍-୨ ଡାଇବେଟିସ୍ ପାଇଁ ଭେଣ୍ଡି ଭଲ କାମ ଦିଏ। ଏଥିରେ ପ୍ରୋଟିନ ଓ ଫାଇବର୍ ରହିଛି।
ଆହୁରି ପଢନ୍ତୁ- ଏଠି ରବିବାର ଡ୍ରେସ୍ ସଫା କଲେ ଜେଲ୍, ଲାଉଡ୍ ମ୍ୟୁଜିକ୍ ଶୁଣିଲେ ଉଠାଇନେବ ପୁଲିସ
ରଜର ମଜା ନେବା ପାଇଁ ଲାଗିଲା ସୁଭଦ୍ରା ଶକ୍ତି ବଜାର,ରାଜଧାନୀରେ ନିଅନ୍ତୁ ସବୁ ପିଠା ପଣାର ମଜା...