ନୂଆଦିଲ୍ଲୀ,୧୨/୦୬: ଜୁନ୍ ୧୨ ତାରିଖ, ୨୦୨୫ । ସମୟ ଅପରାହ୍ନ ୧ଟା ୩୮ ମିନିଟ୍ । ଗୁଜରାଟର ଅହମ୍ମଦାବାଦରୁ ଉଡ଼ାଣ ଭରେ ବୋଇଙ୍ଗ ୭୮୭ ଡ୍ରିମଲାଇନର ଏୟାର ଇଣ୍ଡିଆ ବିମାନ ୧୭୧। ଉଡ଼ାଣ ଭରିବାର ୩୨ ସେକେଣ୍ଡରେ ହିଁ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ଶୁଣାଯାଏ, ଗୋଟିଏ ଛାତିଥରା ଭଏସ୍ । ମେ ଡେ, ମେ ଡେ, ମେ ଡେ... । ଆଉ ତା ପରେ ସବୁ ଶେଷ । ମାତ୍ର କେଇଟା ସେକେଣ୍ଡରେ ସମାଧି ପାଲଟିଯାଇଥିଲା ୨୬୦ ଜଣ ମଣିଷଙ୍କ ସ୍ବପ୍ନ । ଭୟଙ୍କର ଦୁର୍ଘଟଣାକୁ ୧୨ ମାସ ,୩୬୫ ଦିନ ବିତି ଯାଇଛି । ହେଲେ ଆଜି ବି କାନ୍ଦୁଛନ୍ତି ପରିବାର । ଏବେ ବି ମନରେ ଅନେକ ପ୍ରଶ୍ନ କିପରି ଘଟିଲା ଏହି ଭୟଙ୍କର ବିମାନ ଦୁର୍ଘଟଣା । ଆତ୍ମୀୟଙ୍କୁ ହରାଇବାର କ୍ଷତକୁ ଭରଣା କରିପାରିନି ସେ କ୍ଷତିପୂରଣ । ସେହିନ ଜଳୁଥିବା ବିମାନ କାନ୍ଦୁଥିଲା ସାରା ଦେଶ । ଭୟଙ୍କର ଦୁର୍ଘଟଣାର ବାର୍ଷିକୀରେ ମୃତକଙ୍କ ପାଇଁ ଦୁଇ ମିନିଟ୍ ନୀରବ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଏୟାର ଇଣ୍ଡିଆ ।
ଆଜି ଜୁନ୍ ୧୨ ତାରିଖ। କ୍ୟାଲେଣ୍ଡରରେ ଏହା ଏକ ସାଧାରଣ ତାରିଖ ହୋଇପାରେ, କିନ୍ତୁ ଅନେକ ପରିବାର ପାଇଁ ଏକ ଅଭୁଲା ଯନ୍ତ୍ରଣାର ଦିନ। କିଏ ସ୍ବପ୍ନ ନେଇ ବିଦେଶ ଯାଉଥିଲା, ଆଉ କିଏ ଭାରତର ସ୍ମୃତିକୁ ନେଇ ସ୍ବଦେଶ ଫେରୁଥିଲା। କିନ୍ତୁ ମାତ୍ର କେଇଟା ସେକେଣ୍ଡରେ ସମାଧି ପାଲଟିଯାଇଥିଲା ୨୬୦ ଜଣ ମଣିଷଙ୍କ ସ୍ବପ୍ନ । ଅହମ୍ମଦାବାଦର ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଶହ ଶହ ଲୋକଙ୍କ ସ୍ୱପ୍ନ, ଆଶା ଓ ଜୀବନକୁ ମୁହୂର୍ତ୍ତକ ମଧ୍ୟରେ ଛାରଖାର କରିଦେଇଥିଲା। ଆଜିକୁ ବର୍ଷେ ବିତିଛି ସତ, କିନ୍ତୁ ସେହି ଦୁର୍ଘଟଣାର ଦୃଶ୍ୟ, ଉଦ୍ଧାରକାରୀଙ୍କ ସଂଘର୍ଷ ଏବଂ ପ୍ରିୟଜନଙ୍କୁ ହରାଇଥିବା ପରିବାରର କୋହ ଆଜି ସମସ୍ତଙ୍କ ହୃଦୟରେ ଏକ ଅଲିଭା ଦାଗ ହୋଇ ରହିଛି । ଦୁର୍ଘଟଣାରେ କାହାର ତ୍ରୁଟି ଥିଲା । ପାଇଲଟଙ୍କର ତ୍ରୁଟି ନା ବିମାନର ଯାନ୍ତ୍ରିକ ସମସ୍ୟାରୁ ଘଟିଲା ଅଘଟଣ ? ଏ ପର୍ଯ୍ୟନ୍ତ ଫାଇନାଲ ରିପୋର୍ଟ ଆସିପାରିନାହିଁ ।
ଏହା ବି ପଢନ୍ତୁ...370 rs Biryani Controversy: କମେଡିଆନ୍ ପ୍ରଣୀତ ଓ ହିମାଂଶୁଙ୍କ ବିରୋଧରେ ଜାତୀୟ ମହିଳା କମିଶନଙ୍କ ବଡ଼ ଆକ୍ସନ, ଡିଜିପିଙ୍କୁ ତଦନ୍ତ ନିର୍ଦ୍ଦେଶ
ଦୁର୍ଘଟଣାରେ ପୀଡ଼ିତ ପରିବାରଙ୍କୁ କ୍ଷତିପୂରଣ ମିଳିଛି । ହେଲେ ସେମାନଙ୍କ କ୍ଷତର ଭରଣା କରିପାରିନାହିଁ ଏହି କ୍ଷତିପୂରଣ । ଆତ୍ମୀୟଙ୍କୁ ହରାଇବାର ଦୁଃଖ ଓ ଦୁର୍ଘଟଣା କିପରି ଘଟିଲା ତାହା ଜାଣିବାକୁ ଆଜି ବି ପରିବାର ଅପେକ୍ଷା କରିଛନ୍ତି । ଦୁର୍ଘଟଣାକୁ ବର୍ଷେ ପୁରୁଛି ହେଲେ ଏମିତି ଗୋଟିଏ ଦିନ ନଥିବ ଯେଉଁଠି ପରିବାର ସେମାନଙ୍କ ଆତ୍ମୀୟଙ୍କୁ ମନେ ପକାଇନଥିବ । କିଏ ଭାଇକୁ ମନେ ପକାଇଛି ତ କିଏ ବାପାକୁ । ତ ପୁଣି ଆଉ କିଏ ପୁଅ, ବୋହୂ ନାତି ନାତୁଣୀଙ୍କୁ ମନେ ପକାଇଛି ମୁଣ୍ଡ ବାଡେଇ କାନ୍ଦୁଛନ୍ତି । ଗୁଜରାଟ ପୂର୍ବ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏହି ଦୁର୍ଘଟଣାରେ ଆଖି ବୁଜିଥିଲେ । ଲଣ୍ଡନରେ ଥିବା ତାଙ୍କ ପୁଅକୁ ଭେଟିବାକୁ ଯାଉଥିଲା ବିଜୟ । ହେଲେ ଏହି ଦୁର୍ଘଟଣା ସହୁ କିଛି ଶେଷ କରିଦେଲା । ସବୁ ପରିବାର ଗୋଟିଏ ଦାବି କରିଛନ୍ତି ଦୁର୍ଘଟଣାର ସତ ସାମ୍ନାକୁ ଆସୁ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।ଗୋଟିଏ ବର୍ଷ ପରେ ମଧ୍ୟ, ପୀଡିତଙ୍କ ପରିବାର ପାଖରେ ଅନେକ ଅସମାପ୍ତ ପ୍ରଶ୍ନ ଅଛି । ସେମାନେ ଜାଣିବାକୁ ଚାହାଁନ୍ତି ଯେ, ଏହି ଦୁର୍ଘଟଣା କାହିଁକି ଘଟିଲା, ବ୍ଲାକ୍ ବାକ୍ସ ଯାଞ୍ଚରୁ କ'ଣ ଜଣାପଡିଲା । କିଏ ଦାୟୀ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ ରିପୋର୍ଟକୁ ଅପେକ୍ଷା କରିଛନ୍ତି । ଦୁର୍ଘଟଣା ପରେ ଦିନ ତ ବିତିଛି ହେଲେ ଯନ୍ତ୍ରଣା ସରୁନି ।
ଅହମ୍ମଦାବାଦ ପ୍ଲେନ୍ କ୍ରାସକୁ ପୂରିଛି ବର୍ଷେ । ଗତବର୍ଷ ଆଜିର ଦିନରେ ଏୟାର ଇଣ୍ଡିଆ ବିମାନ AI-171 ଦୁର୍ଘଟଣା ସାରା ବିଶ୍ବକୁ ଦୋହଲାଇ ଦେଇଥିଲା । ଗୁଜୁରାଟ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରି ଲଣ୍ଡନ ଯାଉଥିବା ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଆତ୍ମାକୁ ପ୍ରମେୟ ଡିଜିଟାଲ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ । ଏତିକି ପ୍ରାର୍ଥନା ଏପରି ଭୟଙ୍କର ଦୁର୍ଘଟଣା କେବ ବି ନଘଟୁ ।