ନୂଆଦିଲ୍ଲୀ,୧୦/୦୩; ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ୧୧ ଦିନରେ ପହଞ୍ଚିଛି । ଘମାଘୋଟ ଲଢେଇ ଭିତରେ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ସେ କହିଛନ୍ତି ଯୁଦ୍ଧ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯଦିଓ ସେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଦେଇ ନାହାଁନ୍ତି କିନ୍ତୁ ଇରାନ ସହିତ ଖୁବଶୀଘ୍ର ସମ୍ପୂର୍ଣ୍ଣ ସମାପ୍ତ ହେବାକୁ ଯାଉଛି ବୋଲି କହିଛନ୍ତି । ସେପଟେ ଟ୍ରମ୍ପଙ୍କ ଏହି ଦାବିକୁ ନେଇ ଫାୟାର ହୋଇଛି  ଇରାନ । ସେ କହିଛି ଆମେରିକା ନୁହେଁ ଆମେ ସ୍ଥିର କରିବୁ ଯୁଦ୍ଧ କେବେ ଶେଷ ହେବ ।

ଏକ ସାମ୍ବାଦିକ ସମ୍ମିଳନୀରେ ଯୁଦ୍ଧ ବିଷୟରେ କହିବାକୁ ଯାଇ ଟ୍ରମ୍ପ କହିଛନ୍ତି, "ଆମେ ଏହାକୁ ମଧ୍ୟ ଶେଷ କରିବାର ବହୁତ ନିକଟତର । ମୁଁ କୌଣସି ଆତଙ୍କବାଦୀ ଶାସନକୁ ବିଶ୍ୱକୁ ବନ୍ଧକ ରଖିବାକୁ ଏବଂ ବିଶ୍ୱ ତୈଳ ଯୋଗାଣ ବନ୍ଦ କରିବାକୁ ଚେଷ୍ଟା କରିବାକୁ ଅନୁମତି ଦେବି ନାହିଁ । ଯଦି ଇରାନ ଏପରି କିଛି କରେ, ତେବେ ସେମାନେ ଏହାଠାରୁ ବହୁତ କଠୋର ଦଣ୍ଡ ପାଇବେ । "ଶୀଘ୍ର" ର ଅର୍ଥ "ଗୋଟିଏ ସପ୍ତାହ ମଧ୍ୟରେ" କି ବୋଲି ପଚରାଯିବାରୁ ଟ୍ରମ୍ପ ଉତ୍ତର ଦେଇଥିଲେ, "ନା, କିନ୍ତୁ ମୁଁ ଭାବୁଛି ଶୀଘ୍ର ।" ଯେ ଇସଲାମିକ ଗଣରାଜ୍ୟର ସେନା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ସେମାନଙ୍କର ନୌସେନା ନାହିଁ । ବାୟୁସେନା ବି ନାହିଁ । ବହୁତ କମ୍ ମିସାଇଲ ବାକି ଅଛି । ସେମାନଙ୍କ ଡ୍ରୋନ ସବୁଠି ଖସାଇ ଦିଆଯାଇଛି । ତେହେରାନ ପାଖରେ ସାମରିକ ଶକ୍ତି ଭଳି କିଛି ବାକି ନାହିଁ ।''

ଏହା ବି ପଢନ୍ତୁ...'୨୦ ଗୁଣା ଅଧିକ ଆକ୍ରମଣ କରିବୁ, ମୃତ୍ୟୁ, ନିଆଁ ଏବଂ କ୍ରୋଧ ବିନାଶ ଆଣିବ' ; ଇରାନକୁ ଟ୍ରମ୍ପଙ୍କ ବଡ଼ ଧମକ  

ଜବାବ ଦେଲା ଇରାନ- ମଧ୍ୟପ୍ରାଚ୍ୟ ଯୁଦ୍ଧ ଦିନକୁ ଦିନ ତୀବ୍ର ହେଉଛି । ଇରାନର ରିଭୋଲ୍ୟୁସନାରୀ ଗାର୍ଡ ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନର ଜବାବ ଦେଇଛି । ଆଇଆରଜିସି କହିଛି ଯେ ଯୁଦ୍ଧର ଫଳାଫଳ ଇରାନ ନିଷ୍ପତ୍ତି ନେବ ଏବଂ ଯଦି ଆମେରିକୀୟ ଏବଂ ଇସ୍ରାଏଲୀ ଆକ୍ରମଣ ଜାରି ରହେ ତେବେ ତେହେରାନ ଏହି ଅଞ୍ଚଳକୁ ଗୋଟିଏ ଲିଟର ବି ତେଲ ରପ୍ତାନୀ କରିବାକୁ ଦେବ ନାହିଁ । ଆଞ୍ଚଳିକ ଗତିଶୀଳତା ଏବଂ ଭବିଷ୍ୟତ ବର୍ତ୍ତମାନ ଆମର ସଶସ୍ତ୍ର ବାହିନୀ ହାତରେ । ଆମେରିକୀୟ ସୈନ୍ୟ ଯୁଦ୍ଧ ଶେଷ କରିବେ ନାହିଁ । ଇରାନ ପୂର୍ବରୁ କହିଛି ଯେ ଏହା ଆମେରିକା ନିକଟରେ ଆତ୍ମସମର୍ପଣ କରିବ ନାହିଁ । ଏକ ଦୀର୍ଘ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ । 

ଇରାନର ଆକ୍ରମଣ ଜାରି- ଇରାନ ତାର ନୂଆ ସର୍ବୋଚ୍ଚ ନେତାଙ୍କ ନିର୍ବାଚନ ସହିତ ମିଶି ଇସ୍ରାଏଲ ଏବଂ ଆମେରିକୀୟ ସାମିରକ ଘାଟି ଉପରେ ନୂଆ ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ ଖୋରମଶହର, ଫତାହ ଏବଂ ଖୈବର ହାଇପରସୋନିକ ଏବଂ ବାଲାଷ୍ଟିକ ମିସାଇଲ ସହିତ ଡ୍ରୋନ ମାଡ କରାଯାଇଛି । ୟୁଏଇ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ ରାଜଧାନୀ ଆବୁଧାବିରେ ଏୟାରଷ୍ଟ୍ରାଇକକୁ ରୋକି ଦିଆଯାଇଛି କିନ୍ତୁ ୨ଟି ଅଲଗା ଅଲଗା ସ୍ଥାନରେ ଭଗ୍ନାବଶେଷ ପଡିଛି । ଯେଉଁଥିରେ ୨ ଜଣ ଆହତ ହୋଇଛନ୍ତି । ଇରାନୀ କ୍ଷେପଣାସ୍ତ୍ର ଖସାଇଥିବା ତୁର୍କୀ ଦାବି କରିଛି । ହେଲେ ଇରାନ ବୈଦେଶିକ ମନ୍ତ୍ରଣାଳୟ ଏହାକୁ ଅସ୍ୱୀକାର କରିଛନ୍ତି ।

ଇନ୍ଧନ ସଙ୍କଟ ଘନଉଛି- ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟା ଭିତରେ ବିଶ୍ୱକୁ ତୈଳ ଯୋଗାଣ ପ୍ରଭାବିତ କରିଛି । ଇରାନ ଅଧିକାରୀ ଚେତାବନୀ ଦେଇଛନ୍ତି ଯେ, ଯଦି ଆମେରିକା ଏହା ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ଜାରି ରଖେ ତେହେ ପରିସ୍ଥିତି ଆହୁରି ଖରାପ ହେବ । ଖାତମ ଅଲ- ଆନବିୟା କେନ୍ଦ୍ରୀୟ ମୁଖ୍ୟାଳୟ ମୁଖପାତ୍ର କହିଛନ୍ତି, ଇରାନ ଏପର୍ଯ୍ୟନ୍ତ ଆଞ୍ଚଳିକ ତୈଳ ଏବଂ ଇନ୍ଧନ ପ୍ରତିଷ୍ଠାନକୁ ଟାର୍ଗେଟ କରିନାହିଁ । କିନ୍ତୁ ଯଦି ଆକ୍ରମଣ ଜାରି ରହେ ତେବେ ଏହାର ପୁନର୍ବିଚାର କରିପାରେ । ସେ ଚେତାବନୀ ଦେଇଛନ୍ତି, ଯଦି ଶକ୍ତିଭିତ୍ତିଭୂମିକୁ ଟାର୍ଗେଟ କରାଯାଏ ତେବେ ତୈଳ ମୂଲ୍ୟ ବ୍ୟାରେଲ ପିଛା ୨୦୦ ଡଲାର ପହଞ୍ଚିପାରେ ।