ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ଇରାନ ସହିତ ଯୁଦ୍ଧ କରିବାରେ ବ୍ୟସ୍ତ, କିନ୍ତୁ ତାଙ୍କ ନିଜ ଦେଶର ସ୍ଥିତି ଅସମ୍ଭାଳ ହେବାକୁ ବସିଲାଣି। କାରଣ ଆମେରିକାରେ ମୁଦ୍ରାସ୍ଫୀତି ଦୁଇ ବର୍ଷର ରେକର୍ଡ ଭାଙ୍ଗିସାରିଛି ।
ଆମେରିକାର ଶ୍ରମ ବିଭାଗ ରିପୋର୍ଟ କରିଛି ଯେ, ମାର୍ଚ୍ଚ ମାସ ପର୍ଯ୍ୟନ୍ତ ୧୨ ମାସରେ ଉପଭୋକ୍ତା ମୂଲ୍ୟ ୩.୩ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଫେବୃଆରୀ ମାସରେ ୨.୪ ପ୍ରତିଶତ ଥିଲା। ଏହା ମୁଖ୍ୟତଃ ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ତୈଳ ମୂଲ୍ୟ ବୃଦ୍ଧିକୁ ଦାୟୀ କରାଯାଉଛି।
ତେଲ ମୂଲ୍ୟ ଆକାଶଛୁଆଁ…
ଶ୍ରମ ବିଭାଗର ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ମାସ ପର୍ଯ୍ୟନ୍ତ ୧୨ ମାସରେ ଉପଭୋକ୍ତା ମୂଲ୍ୟ ୩.୩ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଫେବୃଆରୀ ମାସରେ ୨.୪ ପ୍ରତିଶତ ଥିଲା। ଏହି ବୃଦ୍ଧି ୨୦୨୨ ପରେ ସବୁଠାରୁ ବଡ଼ ମାସିକ ପରିବର୍ତ୍ତନ ମଧ୍ୟରୁ ଗୋଟିଏ, ଯେତେବେଳେ ବିଶ୍ୱ ରୁଷର ୟୁକ୍ରେନ ଆକ୍ରମଣ ଯୋଗୁଁ ସୃଷ୍ଟି ସଙ୍କଟ ସହିତ ଜଡ଼ିତ ଥିଲା। ରିପୋର୍ଟ ଅନୁଯାୟୀ, ଯୁଦ୍ଧ ଯୋଗୁଁ ହରମୁଜ୍ ପ୍ରଣାଳୀ ବନ୍ଦ ହେବା ଫଳରେ ତେଲ ମୂଲ୍ୟ ଆକାଶଛୁଆଁ ହୋଇଛି, ତେଣୁ ପେଟ୍ରୋଲ ପମ୍ପ ଗୁଡ଼ିକରେ ମଧ୍ୟ ଗତ ମାସରେ ମୂଲ୍ୟରେ ତୀବ୍ର ବୃଦ୍ଧି ଦେଖାଯାଇଥିଲା।
ରାଜ୍ୟ ଗୁଡ଼ିକ ମଧ୍ୟ ପ୍ରଭାବିତ ହେଉଛନ୍ତି…
ଫେବୃଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ପେଟ୍ରୋଲ ମୂଲ୍ୟ ୨୧.୨ ପ୍ରତିଶତ ବୃଦ୍ଧି ପାଇଛି। ୧୯୬୭ ମସିହାରେ ସରକାର ତଥ୍ୟ ପ୍ରକାଶ କରିବା ଆରମ୍ଭ କରିବା ପରଠାରୁ ଏହା ସବୁଠାରୁ ବଡ଼ ବୃଦ୍ଧି। ତେଲ ଏବଂ ଇନ୍ଧନ ମୂଲ୍ୟ ମଧ୍ୟ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି, ଯାହା ଫେବୃଆରୀ ୨୦୦୦ ପରଠାରୁ ସବୁଠାରୁ ବଡ଼ ବୃଦ୍ଧି। ଏହି ପ୍ରଭାବ ବିଶେଷ ଭାବରେ କାଲିଫର୍ନିଆ ଭଳି ରାଜ୍ୟରେ ଅନୁଭୂତ ହେଉଛି, ଯେଉଁଠାରେ ପେଟ୍ରୋଲ ମୂଲ୍ୟ ପୂର୍ବରୁ ଆମେରିକାର ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଥିଲା।
ଏହା ସହ ପଢନ୍ତୁ : ଆମେରିକା-ଇରାନ ଆଲୋଚନା ପୂର୍ବରୁ ଟେନସନ୍ରେ ପାକିସ୍ତାନ, କୌଣସି ବିପଦ ଆଶଙ୍କାରେ ଭୂଇଁ ରୁ ଆକାଶ ସୁରକ୍ଷାରେ ଛାଉଣି…