ତହରାନ,୧୯/୦୫: ହୋର୍ମୁଜରେ ଆମେରିକା ନୌସେନା ଲଗାଇଥିବା ଅବରୋଧକୁ ନେଇ ଇରାନ କଡ଼ା ଆଭିମୁଖ୍ୟ ପୋଷଣ କରିଛି । ଇରାନର ସୁପ୍ରିମ ଲିଡର ମୋଜତବା ଖାମେନେଇଙ୍କ ପରାମର୍ଶଦାତା ତଥା ଆଇଆରଜିସିର ପୂର୍ବତନ କମାଣ୍ଡର ମୋହସିନ ରେଜାଈ ଏହି ପ୍ରସଙ୍ଗରେ ଆମେରିକାକୁ କଡ଼ା ଚେତାବନୀ ଦେଇଛନ୍ତି । କହିଛନ୍ତି, ହୋର୍ମୁଜ ପ୍ରଣାଳୀରୁ ତୁରନ୍ତ ଅବରୋଧ ହଟିବା ଉଚିତ । ଆମେରିକା ଯଦି ଏହାକୁ ନ ହଟାଏ, ତେବେ ଓମାନ ସାଗରକୁ ମାର୍କିନ ସେନାର କବରସ୍ଥଳୀରେ ପରିଣତ କରିଦେବୁ ।
ସରକାରୀ ଟିଭି ଚ୍ୟାନେଲ୍କୁ ଦେଇଥିବା ସାକ୍ଷାତକାରରେ ରେଜାଈ କହିଛନ୍ତି, ଆମେରିକାର ନୌସେନାକୁ ଆମେ ବାରମ୍ବାର ଅବରୋଧ ହଟାଇବାକୁ କହୁଛୁ । ଏହାଦ୍ୱାରା ହୋର୍ମୁଜ ପ୍ରଣାଳୀ ପୁଣି ସ୍ୱାଭାବିକ ହୋଇପାରିବ । ଫଳରେ ଶକ୍ତି ସଙ୍କଟ ଟଳିଯିବ । କିନ୍ତୁ ଅବରୋଧ ହଟାଇବାକୁ ଏହା କୌଣସି ପଦକ୍ଷେପ ନେଉନାହିଁ । ଏହି ଅବରୋଧ ବର୍ତ୍ତମାନ ଯୁଦ୍ଧ ସ୍ଥିତି ଭଳି ହୋଇଛି ଏବଂ ଏହାର ଜବାବ ଦେବା ଇରାନର ଅଧିକାର । ଯେତେ ଲମ୍ବା ଏହି ନୌସେନା ନାକାବନ୍ଦୀ ଜାରି ରହିବ, ସେ ପର୍ଯ୍ୟନ୍ତ ଦୁନିଆ କ୍ଷତିର ସମ୍ମୁଖୀନ ହୋଇ ଚାଲୁଥିବ ।
ଅଧିକ ପଢ଼ନ୍ତୁୃ- US-Iran War: ୪୮ ଘଣ୍ଟା ଭିତରେ ଇରାନ ଉପରେ ହୋଇପାରେ ବଡ଼ ହମଲା ! ଟ୍ରମ୍ପଙ୍କ ଉପରେ ଚାପ ପକାଉଛି ଇସ୍ରାଏଲ୍