ନୂଆଦିଲ୍ଲୀ,୨୪।୨:  ଯୁଦ୍ଧ ସ୍ଥିତି ଭିତରେ ଇରାନ ସେନାର ଏକ ହେଲିକପ୍ଟର କ୍ରାସ୍ ହୋଇଛି। ମଙ୍ଗଳବାର ସେଣ୍ଟ୍ରାଲ ଇରାନରେ ହୋଇଥିବା ଏହି ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି। ସରକାରୀ ମିଡିଆ ପକ୍ଷରୁ ଏହି ରିପୋର୍ଟ ଦିଆଯାଇଛି। ହେଲିକପ୍ଟର ଇସଫାହାନ୍ ପ୍ରଦେଶରେ କ୍ରାସ୍ ହୋଇଛି। ତସନିମ୍ ମିଡିଆ ଏଜେନ୍ସି ଅନୁସାରେ, ଇରାନ ସେନାର ଆଭିଏସନ୍ ୟୁନିଟ୍‌ର ଏକ ହେଲିକପ୍ଟର ମଙ୍ଗଳବାର ସକାଳେ ଇସଫାହାନ ପ୍ରଦେଶର ଖୋମେନି ସହର କାଉଣ୍ଟି ସ୍ଥିତ ଫଳ ଏବଂ ପରିବା ମାର୍କେଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ପାଇଲଟ୍,କୋ-ପାଇଲଟ୍ ଓ ଅନ୍ୟ ଦୁଇ ଜଣ ବିକ୍ରେତାଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ଇସଫହାନ ପ୍ରଦେଶର ସଙ୍କଟ ପରିଚାଳନା ମହାନିର୍ଦ୍ଦେଶକ କହିଛନ୍ତି,ଉଦ୍ଧାରକାରୀ ଦଳ,ଦମକଳବାହିନୀ ଓ ଜରୁରୀ ଚିକିତ୍ସା ସେନା ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା।ସେ ନିର୍ଆ ବୁଝାଇବା କାମ ଆରମ୍ଭ କରିଦେଇଛନ୍ତି। ଏହି ଘଟଣା ଏପରି ଏକ ସମୟରେ ଆସିଛି ଯେତେବେଳେ ଇରାନ ଉପରେ ଆମେରିକାର ଆକ୍ରମଣ ଧମକ ମଧ୍ୟରେ ଇରାନ ସେନା ହାଇ ଆଲର୍ଟରେ ଅଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସୀମିତ ଆକ୍ରମଣ ଧମକ ଦେଇଛନ୍ତି। ନିକଟରେ ଫ୍ଲାଇଟ୍ ଟ୍ରାକିଂ ତଥ୍ୟରୁ ଜଣାପଡ଼ିଛି ଯେ ଆମେରିକାରୁ ମଧ୍ୟପ୍ରାଚ୍ୟ ଏବଂ ଏସିଆ ଅଞ୍ଚଳକୁ ସୁରକ୍ଷା କର୍ମୀ, ଗୋଳାବାରୁଦ ଏବଂ ଉପକରଣ ବହନ କରୁଥିବା ବିମାନ ନିରନ୍ତର ଯିବା ଆସିବା କରିବାରେ ଲାଗିଛି। ପ୍ରତିବନ୍ଧକ ସହିତ ସଂଘର୍ଷ କରୁଥିବା ଇରାନ, ନିକଟରେ କିଛି ବର୍ଷ ଗୁଡ଼ିକରେ ଅନେକ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଅଧିକାରୀମାନେ ପୁରୁଣା ବିମାନର ରକ୍ଷଣାବେକ୍ଷଣ ପାଇଁ ସ୍ପେୟାର ପାର୍ଟସ୍ ପାଇବାରେ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି। ବିମାନ ଗୁଡିକ ପୁରୁଣା ହୋଇଯାଇଥିବାରୁ ଦୁର୍ଘଟଣା ଘଟୁଥିବାର କୁହାଯାଉଛି।

ଆହୁରି ପଢନ୍ତୁ : ଭାରତ ଆସୁଛନ୍ତି କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି, ପିଏମ୍ ମୋଦିଙ୍କୁ କରିବେ ସାକ୍ଷାତ: ଏହି ସବୁ ପ୍ରସଙ୍ଗ ଉପରେ ହେବ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା