ନୂଆଦିଲ୍ଲୀ, ୩୧ /୦୩; ମଧ୍ୟପ୍ରାଚ୍ୟ ଯୁଦ୍ଧ ଥମିବାର କୌଣସି ସଙ୍କେତ ଦେଖା ଯାଉନାହିଁ । ଆମେରିକା-ଇରାନ ମଧ୍ୟରେ ଆକ୍ରମଣ-ଧମକପୂର୍ଣ୍ଣ ବୟାନ ବାଜି ଜାରି ରହିଛି । ଇରାନରୁ ଭାରତ ଆସିବାକୁ ଥିବା ବିମାନ ଉପରେ ଆମେରିକା ଆଟାକ୍ କରିଛି । ଏହାକୁ ନେଇ ଇରାନ କ୍ରୋଧିତ ହୋଇଛି । ଏହାକୁ ଅପରାଧ ବୋଲି କହିଛି । ଆମେରିକା ଉପରେ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛି । ଇରାନର ମସଦହ ଅନ୍ତର୍ଜାତୀୟ ବିମାନବନ୍ଦରରେ ଠିଆ ହୋଇଥିବା ଏକ ମହାନ ଏୟାର ବିମାନକୁ ଆମେରିକାର ଏୟାରଷ୍ଟ୍ରାଇକ୍ କରିଛି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଇରାନୀ ସୂତ୍ରକୁ ମିଳିଥିବା ସୂଚନା ଅନୁସାରେ ମସଦହ ବିମାନବନ୍ଦରରେ ଆମେରିକାର ଆକ୍ରମଣରେ ଭାରତ ଯାଉଥିବା ଏକ ଇରାନୀ ବେସାମରିକ ବିମାନକୁ ଟାର୍ଗେଟ କରାଯାଇଛି ।
ଇରାନର ବେସାମରିକ ବିମାନ ଚଳାଚଳ ସଂଗଠନ ଏହି ଘଟଣାକୁ ଯୁଦ୍ଧ ଅପରାଧ ଏବଂ ଅନ୍ତର୍ଜାତୀୟ ଆଇନର ସ୍ପଷ୍ଟ ଉଲ୍ଲଂଘନ ବୋଲି କହି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି । ଭାରତରେ ଥିବା ଇରାନୀ ଦୂତାବାସ ଦ୍ୱାରା ଜାରି ଏକ ବିବୃତ୍ତିରେ ସଂଗଠନ କହିଛି ଯେ, ବିମାନଟି ବିଭିନ୍ନ ଦେଶରୁ ଆମଦାନି ହୋଇଥିବା ଔଷଧ ଏବଂ ଚିକିତ୍ସା ଉପକରଣ ବହନ କରୁଥିଲା ଏବଂ ଏକ ମାନବିକ ମିଶନରେ ଥିଲା । ବିମାନଟି ଏପ୍ରିଲ ପହିଲାରେ ମାନବିକ ସହାୟତା ସାମଗ୍ରୀ ନେବା ପାଇଁ ଦିଲ୍ଲୀ ଯିବାର ଥିଲା । ଏପ୍ରିଲ ୧ ତାରିଖ ସକାଳ ୪ଟାରେ ଦିଲ୍ଲୀରେ ପହଞ୍ଚିବାର ଥିଲା । ଆକ୍ରମଣ ସମୟରେ ବିମାନଟି ମସହଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାର୍କିଂ କରାଯାଇଥିଲା, ଯାହା ସାହାଯ୍ୟ କାର୍ଯ୍ୟକୁ ବାଧା ଦେଇଥିଲା । ବିମାନଟି ଭାରତ ଏବଂ ଇରାନ ମଧ୍ୟରେ ଚାଲିଥିବା ମାନବିକ ସହାୟତା ପ୍ରୟାସର ଏକ ଅଂଶ ଥିଲା । ସେପଟେ ଦୁବାଇ ବନ୍ଦରରେ କୁଏତର ଏକ ତେଲ ଟ୍ୟାଙ୍କରରେ ଅଗ୍ନିକାଣ୍ଡ ଘଟିଛି । ଅଲ୍ ସାଲମି ନାମକ ତେଲ ଭର୍ତ୍ତି ଟ୍ୟାଙ୍କରଟି ସଂପୂର୍ଣ୍ଣ ଜଳିଯାଇଛି ।
ଏହା ବି ପଢନ୍ତୁ...ତେହେରାନ ଉପରେ ପରମାଣୁ ଆକ୍ରମଣ ? ୟୁଏନ କୂଟନୀତିଜ୍ଞ କଲେ ଭୟଙ୍କର ଦାବି , ଦେଇ ଦେଲେ ଇସ୍ତଫା
ମହାନ ଏୟାରଲାଇନ୍ସର ବିମାନ ଉପରେ ଆକ୍ରମଣ - ଇରାନର ମସହଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକା ଆକ୍ରମଣରେ ମହାନ ଏୟାରଲାଇନ୍ସ (ଇରାନ ଏୟାରଲାଇନ୍ସ)ର ଏକ ବିମାନ କ୍ଷତିଗ୍ରସ୍ତ ହୋଇଛି । ଆମେରିକା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏହି ମାସର ଆରମ୍ଭରେ, ଦିଲ୍ଲୀ ଇରାନକୁ ସହାୟତା ପଠାଇଥିଲା, ଯାହା ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ସଭ୍ୟତା ଏବଂ ମାନବିକ ସମ୍ପର୍କକୁ ପ୍ରତିଫଳିତ କରେ ।
କାର୍ଯ୍ୟାନୁଷ୍ଠାନ ଦାବି- ସଂଗଠନ କହିଛି ଯେ, ଏହି ମାମଲାକୁ ଅନ୍ତର୍ଜାତୀୟ ସ୍ତରରେ ଉଠାଇବା ଏବଂ ଦାୟୀ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ଦାବି କରୁଛି । ଆମେରିକାର ଏୟାରଷ୍ଟ୍ରାଇକରେ ମହାନ ଏୟାରର ଏକ ବିମାନ କ୍ଷତିଗ୍ରସ୍ତ ହୋଇଛି । ବିମାନଟି ଔଷଧ ସମେତ ମାନବିକ ସାମଗ୍ରୀ ନେଇ ନୂଆଦିଲ୍ଲୀ ଯାଉଥିଲା । ଏହି ଘଟଣା ଏପରି ସମୟରେ ହୋଇଛି ଯେବେ ଇରାନ ଭାରତ ସହିତ ମାନବିକ ପରିବହନ ଉପରେ କାମ କରୁଛି । ଏହି ମାସ ଆରମ୍ଭରୁ ଭାରତ ଇରାନକୁ ସାହାଯ୍ୟ ପଠାଇଥିଲା ।