ନୂଆଦିଲ୍ଲୀ : ଆମେରିକା ସହ ଯୁଦ୍ଧର ଉତ୍ତେଜନାରେ ଥିବା ଇରାନ, ରୁଷ୍ ସହ ନିକଟରତା ବଢାଇବାକୁ ଚେଷ୍ଟା ଜୋରଦାର କରିଛି। ସୋମବାର ରୁଷରେ ପହଞ୍ଚି ଥିବା ଇରାନୀ ବୈଦେଶିକ ମନ୍ତ୍ରୀ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ୍ କରିଛନ୍ତି। ଏହି ଆଲୋଚନା ପରେ ପୁଟିନ ଜୋର ଦେଇ କହିଛନ୍ତି ଯେ, ତାଙ୍କର ଆଶା ଯେ, ଇରାନର ଲୋକେ ଏହି କଠିନ ସମୟର ସାମ୍ନା କରି ପାରିବେ ଏବଂ ଖୁବ୍ ଶୀଘ୍ର ଶାନ୍ତି ସ୍ଥାପିତ ହୋଇଯିବ। ସେ କହିଛନ୍ତି ଯେ, ରୁଷ୍ ଇରାନ ଉପରେ ଆମେରିକୀୟ ଆକ୍ରମଣର ନିନ୍ଦା କରିଥାଏ ଏବଂ ଉପସାଗରୀୟ କ୍ଷେତ୍ରରେ ଶାନ୍ତି ପାଇଁ ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତୁତ। ଇରାନ ଓ ଉପସାଗରୀୟ ଦେଶ ଗୁଡ଼ିକରେ ଶାନ୍ତି ସ୍ଥାପିତ କରିବା ପାଇଁ ରୁଷ୍ ଯଥାସମ୍ଭବ ପ୍ରୟାସ କରିବ।

ସେଟ୍ ପିଟ୍ସବର୍ଗରେ ହୋଇଥିବା ଏହି ବୈଠକରେ ଇରାନ ପକ୍ଷରୁ ବୈଦେଶିକ ମନ୍ତ୍ରୀ ସୈୟଦ ଅବାସ ଅରାଘଚୀ ଓ ତାଙ୍କ ଟିମ୍ ଉପସ୍ଥିତ ଥିଲେ। ଅନ୍ୟପଟେ ରୁଷୀୟ ରାଷ୍ଟ୍ରପତି ପୁଟିନ , ବୈଦେଶିକ ମନ୍ତ୍ରୀ ସର୍ଗେଇ ସାଭରୋଭଙ୍କ ସମେତ ଅନ୍ୟ ରୁଷୀୟ ଅଧିକାରୀ ଉପସ୍ଥିତ ଥିଲେ। ଇରାନୀ ସରକାର ମିଡ଼ିଆ ମୁତାବିକ , ଏହି ବୈଠକ ପରେ ପୁଟିନ କହିଛନ୍ତି, ଗତ ସପ୍ତାହ ମୋତେ ଇସଲାମିକ କ୍ରାନ୍ତିର ଅୟାତୁଲ୍ଲା ସୈୟଦ ମୋଜତବା ଖାମେନିଙ୍କ ମେସେଜ ମିଳିଥିଲା। ମୁଁ ଆପଣଙ୍କୁ ଏଥିପାଇଁ ମୋର ହାର୍ଦ୍ଦିକ ଧନ୍ୟବାଦ ବ୍ୟକ୍ତ କରିବା ଓ ଏହା ସ୍ପଷ୍ଟ କରିବାକୁ ଅନୁରୋଧ କରୁଛି ଯେ, ରୁଷ୍ ଇରାନ ଠାରୁ ନିଜର ରଣନୀତିକ ସମ୍ୱନ୍ଧ ଗୁଡ଼ିକୁ ଜାରି ରଖିବା ଉଦ୍ଦେଶ୍ୟ ରଖାଥାଏ। ଇରାନ ଓ ଉପସାଗରୀୟ ଦେଶ ଗୁଡ଼ିକରେ ଶାନ୍ତି ସ୍ଥାପିତ କରିବା ପାଇଁ ରୁଷ୍ ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ। ଆଶା ଯେ, ପଶ୍ଚିମ ଏସିଆରେ ଖୁବ୍ ଶୀଘ୍ର ଶାନ୍ତି ସ୍ଥାପିତ ହୋଇଯିବ।

କହି ରଖୁଛି ଯେ, ରୁଷ୍ ଆରମ୍ଭରେ ଆମେରିକା ଓ ଇସ୍ରାଏଲ ଦ୍ୱାରା ତେହେରା ଉପରେ କରାଯାଉ ଥିବା ଆକ୍ରମଣର ନିନ୍ଦା କରି ତୁରନ୍ତ ଅସ୍ତ୍ରବିରତିର ଆହ୍ୱାନ କରିଥିଲା। ଏହା ବ୍ୟତୀତ ପୁଟିନ ଅସ୍ତ୍ରବିରତି କରାଇବା ପାଇଁ ରୁଷୀୟ ମଧ୍ୟସ୍ଥତାର ମଧ୍ୟ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଆମେରିକା ଏହାକୁ ଅସ୍ୱୀକାର କରି ଦେଇ ଥିଲା।

ପାକିସ୍ତାନର ପିସ୍ ଟକ୍ ହେଲା ଫେଲ୍ –

ପୁଟିନ ଓ ଇରାନୀ ପ୍ରତିନିଧିଙ୍କ ଏହି ବୈଠକ ଏମିତି ସମୟରେ ହୋଇଛି, ଯେବେ ପଶ୍ଚିମ ଏସିଆର ସଙ୍କଟ ସମାଧାନ ପାକିସ୍ତାନ ଦ୍ୱାରା ସମ୍ଭବ ହେବା ଲାଗୁ ନାହିଁ। ଇରାନ ଓ ଆମେରିକାର ପ୍ରତିନିଧିମଣ୍ଡଳ ପୁଣି ଥରେ ପାକିସ୍ତାନରେ ଭେଟି ସାରିଛନ୍ତି , କିନ୍ତୁ ଏହାପର ଠାରୁ ଆମେରିକୀୟ ପ୍ରତିନିଧିମଣ୍ଡଳ ପାକିସ୍ତାନ ଆସିବାକୁ ଏଡାଇ ଦେଇଥିବା ବେଳେ ଇରାନୀ ପ୍ରତିନିଧିମଣ୍ଡଳ ପାକିସ୍ତାନୀ ନେତୃତ୍ୱ ସହ ସାକ୍ଷାତ୍ କରି ଆମେରିକୀୟଙ୍କ ସହ କଥା ହେବାକୁ ମନା କରି ଦେଇଥିଲେ। ଇରାନ ପକ୍ଷରୁ ଅଭିଯୋଗ କରିଥିଲେ ଯେ,ପାକିସ୍ତାନ ଏକ ଭଲ ବନ୍ଧୁ ଓ ପଡୋଶୀ , କିନ୍ତୁ ମଧ୍ୟସ୍ଥତା ଭୀବେ ଭରସାଯୋଗ୍ୟ ନୁହେଁ। ଇରାନୀ ସାଂସଦ ଇବ୍ରାହିମ ସୋସିଆଲ ମିଡ଼ିଆରେ ପାକିସ୍ତାନ ଉପରେ ଆକ୍ରମଣ କରି କହି ଥିଲେ ଯେ, ଇସଲାମାବାଦ ଆମେରିକା ବିରୋଧରେ କିଛି ବି କହିଥାଏ।