ନୂଆଦିଲ୍ଲୀ,୫।୩: ଇରାନ-ଆମେରିକା-ଇସ୍ରାଏଲ ଲଢେଇ ଏବେ ସମୁଦ୍ରରେ ପହଁଞ୍ଚିଛି। ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଗୁରୁବାର ଦାବି କରିଛି ଯେ ଏହାର ନୌସେନା ଉତ୍ତର ଫରାସର ଉପସାଗରରେ ଏକ ଆମେରିକୀୟ ତୈଳ ଟ୍ୟାଙ୍କର ଉପରେ ମିସାଇଲ ଆକ୍ରମଣ କରିଛି। IRGC ଅନୁଯାୟୀ, ଆକ୍ରମଣ ପରେ ଆମେରିକାର ତୈଳ ଟ୍ୟାଙ୍କର ଏବେ ସମୁଦ୍ର ଭିତରେ ଜଳୁଛି।

ଇରାନର ସରକାରୀ ଗଣମାଧ୍ୟମ ମେହର ନ୍ୟୁଜ୍ ଅନୁଯାୟୀ, IRGC କହିଛି ଯେ ଏହି ଆକ୍ରମଣ ଆମେରିକାର ଆକ୍ରମଣର ଜବାବ ଥିଲା ଏବଂ ଆମେରିକା, ଇସ୍ରାଏଲ କିମ୍ବା ସେମାନଙ୍କୁ ସମର୍ଥନ କରୁଥିବା ୟୁରୋପୀୟ ଦେଶଗୁଡ଼ିକର ସାମରିକ କିମ୍ବା ବାଣିଜ୍ୟିକ ଜାହାଜଗୁଡ଼ିକୁ ଷ୍ଟେ୍ରଟ୍ ଅଫ୍ ହର୍ମୁଜ ଦେଇ ଯିବାକୁ ଦିଆଯିବ ନାହିଁ। ଯଦି ଏପରି ଜାହାଜ ଦେଖାଯାଏ, ତେବେ ସେମାନଙ୍କୁ ଟାର୍ଗେଟ କରାଯିବ।

ଆଇଆରଜିସି ପୁଣିଥରେ କହିଛି ଯେ ଯୁଦ୍ଧ ସମୟରେ ଇରାନ୍ ଷ୍ଟେ୍ରଟ୍ ଅଫ୍ ହର୍ମୁଜକୁ ନିୟନ୍ତ୍ରଣ କରୁଛି। ଆମେରିକା ପକ୍ଷରୁ ଗତକାଲି ଇରାନର ନୌସେନା ଜାହାଜକୁ ସବମରିନ୍ ଆକ୍ରମଣ କରି ଭାରତ ମହାସାଗରରେ ଇରାନ ଫ୍ରିଗେଟ୍IRIS Denaକୁ ଟରପିଡୋରୁ ବୁଡାଇ ଦେଇଥିଲା। ସେହି ଜାହାଜ ଭାରତର ମିଳନ୍ ୨୦୨୬ ନାଭାଲ ଏକ୍ସରସାଇଜ୍ରୁ ଫେରୁଥିଲା। ଏହି ଆକ୍ରମଣରେ ୧୦୦ ରୁ ଅଧିକ କ୍ରୁ ମେମ୍ବରଙ୍କ ମୃତ୍ୟୁର ହୋଇଥିବାର ଆଶଙ୍କା କରାଯାଉଛି। ଆମେରିକାର ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ପରେ ଆଇଆରଜିସି ଏହାକୁ ଯେଶାକୁ ତେସା ବୋଲି କହିଛି।

ଆମେରିକା ପକ୍ଷରୁ ଏପର୍ଯ୍ୟନ୍ତ ଏହି ଆକ୍ରମଣର କୌଣସି ନିଶ୍ଚିତତା ମିଳିନାହିଁ। ଆମେରିକା ପୂର୍ବରୁ ଇରାନର ଦାବିକୁ ‘ମିଥ୍ୟା ଖବର’ବୋଲି ଖାରଜ କରିସାରିଛି, କିନ୍ତୁ ଯଦି ଏହା ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ଉପସାଗରରେ ଜାହାଜ ପରିବହନ ପ୍ରତି ବିପଦକୁ ଯଥେଷ୍ଟ ବୃଦ୍ଧି କରିବ। ଷ୍ଟ୍ରେଟ ଅଫ ହର୍ମୁc ବିଶ୍ୱର ୨୦%ତୈଳ ପରିବହନ କରେ। ପୂର୍ବରୁ ଅନେକ ଟ୍ୟାଙ୍କର ଉପରେ ପୂର୍ବରୁ ଆକ୍ରମଣ ହୋଇସାରିଛି।