ନୂଆଦିଲ୍ଲା,୧୮/୦୭: ଇରାନ ସମର୍ଥିତ ଇରାକର ଏକ ଆତଙ୍କବାଦୀ ଗୋଷ୍ଠୀ ଆଇଆରଆଇ (ଇସ୍ଲାମିକ ରେଜିଷ୍ଟାନ୍ସ ଇନ୍ ଇରାକ) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ଲାଗି ପୁରସ୍କାର ଘୋଷଣା କରିଛି । ଏହି ଆତଙ୍କୀ ସଙ୍ଗଠନ କହିଛି ଯେକେହି ଟ୍ରମ୍ପଙ୍କୁ ହତ୍ୟା କଲେ ତାଙ୍କୁ ୧୦ ମିଲିୟନ ଡଲାର ଅର୍ଥାତ ପ୍ରାୟ ୯ କୋଟି ୬୨ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ । ୨୦୨୦ରେ ଆମେରିକାର ଡ୍ରୋନ ଆକ୍ରମଣରେ ଇରାନ ସେନା ଜେନେରାଲ କାସିମ ସୋଲେମାନି ଏବଂ ଇରାକୀ ଆତଙ୍କବାଦୀ ନେତା ଅବୁ ମହଦି ଅଲ୍-ମହନ୍ଦିସଙ୍କ ମୃତ୍ୟୁ ଘଟିଥିଲା । ସେମାନଙ୍କ ମୃତ୍ୟୁର ପ୍ରତିଶୋଧ ନେବା ଲାଗି ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଆଇଆରଆଇ ଚାହୁଁଛି । ଗତ ୧୬ ତାରିଖରେ ସଙ୍ଗଠନ ପକ୍ଷରୁ ଜାରି ଏକ ବିବୃତ୍ତିରେ ଟ୍ରମ୍ପଙ୍କୁ ଅପରାଧୀ ଭାବେ ଉଲ୍ଲେଖ କରାଯାଇଛି । ଇରାକ ପ୍ରଧାନମନ୍ତ୍ରୀ ଅଲି ଅଲ୍-ଜୈଦିଙ୍କ ସହ ହ୍ୱାଇଟ୍ ହାଉସରେ ବୈଠକ ଅବସରରେ ଟ୍ରମ୍ପ ଡ୍ରୋନ ଆକ୍ରମଣରେ ସୁଲେମାନି ଓ ଅଲ୍-ମହନ୍ଦିସଙ୍କୁ ହତ୍ୟା କରାଯାଇଥିବା ସ୍ୱୀକାର କରିଥିଲେ । ଏହା ପରେ ଆଇଆଇଆର ଟ୍ରମ୍ପଙ୍କୁ ହତ୍ୟା କରିବା ଲାଗି ଏହି ପୁରସ୍କାର ଘୋଷଣା କରିଛି ।

ଇରାକରେ ଇସଲାମିକ୍ ରେଜିଷ୍ଟାନ୍ସ (ଆଇଆରଆଇ)  ଇରାକୀ ମିଲିସିଆ ଗୋଷ୍ଠୀ କହିଛି ଯେ, ଯିଏ ଟ୍ରମ୍ପଙ୍କୁ ହତ୍ୟା କରିବ, ତାଙ୍କୁ ବ୍ୟକ୍ତିଗତ ଭାବରେ ହତ୍ୟା କରି କିମ୍ବା ଅନ୍ୟମାନଙ୍କୁ ଏପରି କରିବାକୁ ନିର୍ଦ୍ଦେଶ ଦେଇ, କିମ୍ବା ଜଣେ ବ୍ୟକ୍ତି, ଗୋଷ୍ଠୀ, ସଂଗଠନ କିମ୍ବା ପ୍ରତିଷ୍ଠାନ ଭାବରେ ଏପରି କରିବାରେ ସହାୟତା କରେ ତେବେ ତାଙ୍କୁ ପୁରସ୍କାର ଦିଆଯିବ । ଟ୍ରମ୍ପ କାସିମ ସୋଲେମାନୀଙ୍କ ଉପରେ ଆକ୍ରମଣ ବିଷୟରେ ଉଲ୍ଲେଖ କରିଥିଲେ । ଟ୍ରମ୍ପ ଏହି ସପ୍ତାହରେ ହ୍ୱାଇଟ୍ ହାଉସରେ ଇରାକ ପ୍ରଧାନମନ୍ତ୍ରୀ ଅଲି ଅଲ-ଜୈଦିଙ୍କ ସହ ତାଙ୍କର ସାକ୍ଷାତ ସମୟରେ ୨୦୨୦ ଆମେରିକାର କାର୍ଯ୍ୟାନୁଷ୍ଠାନ ବିଷୟରେ ଉଲ୍ଲେଖ କରିଥିଲେ । ଟ୍ରମ୍ପ ଇରାନୀ ଜେନେରାଲ କାସିମ ସୋଲେମାନୀଙ୍କୁ ଟାର୍ଗେଟ କରିବାର ନିଷ୍ପତ୍ତିକୁ ସମର୍ଥନ କରି କହିଥିଲେ ଯେ, ଏହି ଆକ୍ରମଣ ଏକ ବଡ଼ ବିପଦକୁ ଦୂର କରିଦେଇଛି । ସେ ସେହି ଆକ୍ରମଣରେ ନିହତ ହୋଇଥିବା ଅଲ-ମୁହାଣ୍ଡିସଙ୍କ ବିଷୟରେ ମଧ୍ୟ କହିଥିଲେ ଟ୍ରମ୍ପ ।

 

ଏହା ବି ପଢନ୍ତୁ...US-Iran war: MQ-9 ଡ୍ରୋନ୍ ଧ୍ୱସ୍ତ; ହୋର୍ମୁଜରେ ଜଳିଗଲା ତେଲ ଟ୍ୟାଙ୍କର, ଅନେକ ସହରରେ ମିସାଇଲ୍ ମାଡ଼, ଚରମ ସ୍ଥିତିରେ ଇରାନ୍- ଆମେରିକା ଯୁଦ୍ଧ

ଇରାନର ସବୁଠାରୁ ଶକ୍ତିଶାଳୀ ସାମରିକ କମାଣ୍ଡର ବିବେଚିତ ଜେନେରାଲ କାସେମ ସୋଲେମାନି ଜାନୁଆରୀ ୨୦୨୦ରେ ବାଗଦାଦ ନିକଟରେ ଆମେରିକାର ଡ୍ରୋନ ଆକ୍ରମଣରେ ନିହତ ହୋଇଥିଲେ । ଇରାନର ଏଲିଟ୍ କୁଦସ୍ ଫୋର୍ସର ମୁଖ୍ୟ ଭାବରେ, ସୋଲେମାନି ମଧ୍ୟପ୍ରାଚ୍ୟରେ ଇରାନର ସାମରିକ ଅଭିଯାନର ନେତୃତ୍ୱ ନେଇଥିଲେ । ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ଟ୍ରମ୍ପ ତାଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଦାୟୀ କରିଥିଲେ ।  ସୋଲେମାନି ଇରାନର ଦ୍ୱିତୀୟ ସବୁଠାକୁ ଶକ୍ତିଶାଳୀ ବ୍ୟକ୍ତି ଥିଲେ । ଇରାନ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)ର ଏକ ସ୍ୱତନ୍ତ୍ର ୟୁନିଟ୍, ଯାହା ବିଦେଶରେ ମିଶନ ପରିଚାଳନା କରେ, କୁଦସ୍ ଫୋର୍ସ ସିଧାସଳଖ ଅଲି ଖାମେନିଙ୍କୁ ରିପୋର୍ଟ କରୁଥିଲା ।

ଏହା ବି ପଢନ୍ତୁ...ଟ୍ରମ୍ପଙ୍କୁ ହତ୍ୟା ପାଇଁ ଇରାନର ବିଭିନ୍ନ ଛକରେ ବଡ ବଡ ହୋର୍ଡିଂ, ଇଂରାଜୀ ଓ ପାର୍ସୀ ଭାଷାରେ ଧମକପୂର୍ଣ୍ମ ଚେତାବନୀ...