ନୂଆଦିଲ୍ଲୀ, ୦୨/୦୩: ଗ୍ରୀଷ୍ମ ଛୁଟିରେ ତୀର୍ଥଯାତ୍ରା ପ୍ଲାନ୍ । EMIରେ କରିପାରିବେ ଧାର୍ମିକ ଯାତ୍ରା । ୭ ଜ୍ୟୋର୍ତିଲିଙ୍ଗ ଯାତ୍ରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ଏଭଳି କିଛି ଦମଦାର୍ ପ୍ୟାକେଜ୍ ନେଇ ଆସିଛି ଇଣ୍ଡିଆନ୍ ରେଲଓ୍ବେ କ୍ୟାଟେରିଂ ଏଣ୍ଡ୍ ଟୁରିଜିମ୍ କର୍ପୋରେସନ । ଆଇଆରସିଟିସି ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍ ମାଧ୍ୟମରେ ଏହି ତୀର୍ଥଯାତ୍ରା କରାଇବ ।
କେତେ ଦିନର ଯାତ୍ରା ରହିବ:
ଆଇଆରସିଟିସି ଗ୍ରୀଷ୍ମ ଛୁଟି ତୀର୍ଥଯାତ୍ରା ପ୍ୟାକେଜରେ ୧୧ ଦିନ ଏବଂ ୧୨ ରାତିର ଯାତ୍ରା ସାମିଲ୍ ରହିଛି । ଏହି ଟୁର୍ ଏପ୍ରିଲ୍ ୨୭ ତାରି୨୦୨୬ରୁ ମେ’ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଭାରତ ଗୌରବ ପର୍ଯ୍ୟଟକ ଟ୍ରେନ୍ ଉତ୍ତର ପ୍ରଦେଶର ଗୋରଖପୁର ରେଲଓ୍ବେ ଷ୍ଟେସନ ଯାତ୍ରା ଆରମ୍ଭ କରିବ । ପର୍ଯ୍ୟଟକଙ୍କୁ ଉଜୈନ୍ନ ସ୍ଥିତ ମହାକାଳେଶ୍ବର ଜ୍ୟୋର୍ତିଲିଙ୍ଗ, ଓଁକାରଶ୍ବର ଜ୍ୟୋର୍ତିଲିଙ୍ଗ, ଗୁଜରାଟର ଦ୍ବାରିକାଧୀଶ, ଭେଣ୍ଟ ଦ୍ବାରିକା, ନାଗେଶ୍ବର ଜ୍ୟୋର୍ତିଲିଙ୍ଗ, ସିଗ୍ନେଚର ବ୍ରିଜ୍, ସୋମନାଥ ଜ୍ୟୋର୍ତିଲିଙ୍ଗ, ନାସିକରେ ତ୍ରୟମ୍ବକେଶ୍ବର, ପଞ୍ଚବଟି, କାଳାରାମ ମନ୍ଦିର, ଭୀମାଶଙ୍କର ଜ୍ୟୋର୍ତିଲିଙ୍ଗ, ସମ୍ଭାଜୀ ନଗର,ରେ ଘୃର୍ଣ୍ଣଶ୍ବର ଜ୍ୟୋର୍ତିଲିଙ୍ଗର ଭ୍ରମଣ କରାଯିବ । ଏହା ସହିତ ପର୍ଯ୍ୟଟକଙ୍କୁ ଏହି ସ୍ଥାନରେ ଥିବା ଅନ୍ୟ ମନ୍ଦିର ଗୁଡ଼ିକ ଭ୍ରମଣା କରାଯିବ ।
କେତୋଟି ଷ୍ଟେସନରେ ରହିବ ଗାଡ଼ି/କ’ଣ ସୁବିଧା ମିଳିବ
୧. ଗୋରଖପୁର
୨. ମନକାପୁର
୩. ଅୟୋଧ୍ୟା କ୍ୟାଣ୍ଟ
୪. ସୁଲତାନପୁର
୫. ମାଁ ବେଲ୍ହା ଦେବୀ ଧାମ (ପ୍ରତାପଗଡ଼)
୬. ପ୍ରୟାଗରାଜ ସଙ୍ଗମ
୭. ରାୟବରେଲୀ / ଲକ୍ନୌ
୮. କାନପୁର ସେଣ୍ଟ୍ରାଲ
୯. ଉରଇ
୧୦. ବୀରାଙ୍ଗନା ଲକ୍ଷ୍ମୀବାଇ (ଝାନ୍ସି)
୧୧. ଲଲିତପୁର
ବର୍ଥ ସଂଖ୍ୟା:
- ମୋଟ୍ ୭୫୧ଟି ବର୍ଥ ଉପଲବ୍ଧ ରହିବ
- 2AC: ୪୯ ସିଟ୍
- 3AC: ୨୧୦ ସିଟ୍
- ସ୍ଲିପର କ୍ଲାସ୍: ୪୯୨ ସିଟ୍
ସୁବିଧା: ସ୍ଲିପର କ୍ଲାସ୍ ଟ୍ରେନ୍ ଯାତ୍ରା
- ଇକନୋମି ଶ୍ରେଣୀ (ସ୍ଲିପର କ୍ଲାସ୍):
- ପ୍ରତି ବ୍ୟକ୍ତି: ₹୨୩,୫୦୦
- ଶିଶୁ (୫–୧୧ ବର୍ଷ): ₹୨୨,୧୬୦
- ନନ୍-AC ହୋଟେଲ୍ରେ ଡବଲ୍/ଟ୍ରିପଲ୍ ରୁମ୍
- ୱାଶ୍ ରୁମ୍ ଏବଂ ଚେଞ୍ଜିଂ ସୁବିଧା
- ନନ୍-AC ଟ୍ରାନ୍ସପୋର୍ଟ
ଷ୍ଟାଣ୍ଡାର୍ଡ ଶ୍ରେଣୀ (3AC)
- ପ୍ରତି ବ୍ୟକ୍ତି: ₹୪୦,୦୦୦
- ଶିଶୁ (୫–୧୧ ବର୍ଷ): ₹୩୮,୪୩୦
- ସୁବିଧା: 3AC ଟ୍ରେନ୍ ଯାତ୍ରା
- AC ହୋଟେଲ୍ରେ ରହଣି
- ୱାଶ୍ ରୁମ୍ & ଚେଞ୍ଜିଂ ସୁବିଧା
- ନନ୍-AC ଟ୍ରାନ୍ସପୋର୍ଟ
କମ୍ଫର୍ଟ ଶ୍ରେଣୀ (2AC କ୍ଲାସ୍)
- ପ୍ରତି ବ୍ୟକ୍ତି ପ୍ୟାକେଜ୍ ମୂଲ୍ୟ: ₹୫୩,୨୬୦
- ଶିଶୁ (୫–୧୧ ବର୍ଷ) ପାଇଁ: ₹୫୧,୩୭୦
- ସୁବିଧାଗୁଡିକ: 2AC କ୍ଲାସ୍ ଟ୍ରେନ୍ ଯାତ୍ରା
- ଏସି ହୋଟେଲ୍ରେ ଡବଲ୍/ଟ୍ରିପଲ୍ ରୁମ୍ରେ ରହଣି
- ଏସି ହୋଟେଲ୍ରେ ୱାଶ୍ & ଚେଞ୍ଜିଂ ସୁବିଧା
- ଏସି ଯାତାୟାତ ବ୍ୟବସ୍ଥା ରହିଛି
IRCTCର ଉତ୍ତର ଅଞ୍ଚଳର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ଅଜିତ କୁମାର ସିହ୍ନା କହିଛନ୍ତି, ଏହି ପ୍ୟାକେଜ୍ର ବୁକିଂ “ପ୍ରଥମେ ଆସ, ପ୍ରଥମେ ପାଓ” ଆଧାରରେ କରାଯିବ। ଯାତ୍ରା ସେବାରେ LTC (Leave Travel Concession) ଓ EMI ସୁବିଧା ମଧ୍ୟ ଉପଲବ୍ଧ ରହିବ । EMI ସୁବିଧା IRCTC ପୋର୍ଟାଲ୍ରେ ଉପଲବ୍ଧ ସରକାରୀ ଓ ବେସରକାରୀ ବ୍ୟାଙ୍କ ମାଧ୍ୟମରେ ନେଇ ପାରିବେ ତୀର୍ଥଯାତ୍ରୀ । ଅଫଲାଇନରେ ପ୍ୟାକେଜ୍ ପର୍ଯ୍ୟଟନ ଭବନ, ଗୋମତୀ ନଗର, ଲକ୍ନୌରେ ଅବସ୍ଥିତ IRCTC କାର୍ଯ୍ୟାଳୟରେ ବୁକିଂ କରାଯାଇପାରିବ। ସେହିପରି ଅନଲାଇନରେ IRCTC Tourism ୱେବସାଇଟ୍ (www.irctctourism.com) ମାଧ୍ୟମରେ ମଧ୍ୟ ସହଜରେ ଅନଲାଇନ୍ ବୁକିଂ ହୋଇପାରିବ ।