ମୁମ୍ବାଇ,୬/୯ : ୨୦୨୫ଏସିଆ କପର ଆରମ୍ଭ ହେବାକୁ ଏବେ କେବଳ ୩ଦିନ ବାକି ରହିଛି । ଏସିଆ କ୍ରିକେଟର ଏହି ମହାକୁମ୍ଭ ୯ ସେପ୍ଟେମ୍ବରରୁ ୨୮ସେପ୍ଟେମ୍ବର ମଧ୍ୟରେ ଆବୁ ଧାବି ଏବଂ ଦୁବାଇରେ ଖେଳାଯିବ । ଏଥର ଏସିଆ କପରେ ପ୍ରାୟ ୮ଟିମ୍ ଭାଗ ନେଉଛନ୍ତି । ଯାହାଙ୍କୁ ଦୁଇଟି ଗ୍ରୁପରେ ବଣ୍ଟାଯାଇଛି । ୨୦୨୫ଏସିଆ କପରେ ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନ ଏବଂ ହଂକଂ ମଧ୍ୟରେ ଖେଳାଯିବ । ସେହିଭଳି ଟିମ୍ ଇଣ୍ଡିଆ ନିଜର ପ୍ରଥମ ମ୍ୟାଚ୍ ୧୦ସେପ୍ଟମ୍ବରରେ ୟୁଏଇ ବିପକ୍ଷରେ ଖେଳିବ । ଏହା ମଧ୍ୟରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ ଏସିଆ କପ୍ ଲାଗି ଭାରତର ପ୍ଲେଇଂ ଇଲେଭେନ ଚୟନ କରିଛନ୍ତି ।
ଇରଫାନ ନିଜର ପ୍ଲେଇଂ ଇଲେଭେନରେ ଅଭିଷେକ ଶର୍ମା ଏବଂ ଶୁଭମନ ଗିଲଙ୍କୁ ଓପନର ଭାବେ ଚୟନ କରାଯାଇଛି । ଗିଲ୍ ଟିମର ଉପଅଧିନାୟକ ବି ଅଟନ୍ତି । ଏହାପରେ ୩ନମ୍ବରରେ ଟି-୨୦ରେ ବିଶ୍ବର ନମ୍ବର -୨ବ୍ୟାଟର ତିଲକ ବର୍ମା ଅଛନ୍ତି । ୪ନମ୍ବରରେ ଇରଫାନ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ରଖିଛି ।
ଇରଫାନ ନିଜ ପ୍ଲେଇଂ ଇଲେଭେନରେ ଜିତେଶ ଶର୍ମାଙ୍କୁ ରଖିନାହିଁ । ସେ ଓ୍ବିକେଟକିପର ଭାବେ ସଞ୍ଜୁ ସ୍ୟାମସନଙ୍କୁ ଚୟନ କରିଛନ୍ତି । ଯିଏ ୫ନମ୍ବରରେ ଖେଳିବେ । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପରେ ଅକ୍ଷର ପଟେଲ । ଏହିଭଳି ଭାବେ ଇରଫାନଙ୍କ ଟିମରେ ବ୍ୟାଟର ଭାବେ ୭ଜଣ ବିକଳ୍ପ ଅଛନ୍ତି । ସେହିଭଳି ବୋଲିଂରେ ଇରଫାନ ଚାଇନାମ୍ୟାନ କୂଲଦୀପ ଯାଦବ ଏବଂ ମିଷ୍ଟ୍ରି ସ୍ପିନର ବଋଣ ଚକ୍ରବର୍ତ୍ତିଙ୍କୁ ଚୟନ କରିଛନ୍ତି । ସେହିଭଳି ଦ୍ରୁତ ବୋଲର ଭାବେ ଜସପ୍ରୀତ ବୁମରାହ ଏବଂ ଅର୍ଶଦୀପ ସିଂହ ଅଛନ୍ତି । ଏହି ୪ଜଣଙ୍କ ସହ ଉଭୟଙ୍କ ଲାଗି ହାର୍ଦ୍ଦିକ ଏବଂ ଅକ୍ଷର ବି ଅଛନ୍ତି । ଏଭଳି ସ୍ଥଳେ ଭାରତ ନିକଟରେ ଏହି ପ୍ଲେଇଂ ଇଲେଭେନରେ ବୋଲିଂରେ ପ୍ରାୟ ୬ବିକଳ୍ପ ରହିବେ । ଇରଫାନ ପଠାନଙ୍କ ପ୍ଲେଇଂ ଇଲେଭେନ ଭାବେ ଶିବମ ଦୁବେ, ରିଙ୍କୁ ସିଂହ, ଜିତେଶ ଶର୍ମା ଏବଂ ହର୍ଷିତ ରାଣା ବେଞ୍ଚରେ ଅଛନ୍ତି ।
ଏସିଆ କପ୍ ଲାଗି ଇରଫାନ ପଠାନ ଚୟନ କରିଥିବା ଭାରତର ପ୍ଲେଇଂ ଇଲେଭେନ : ଅଭିଷେକ ଶର୍ମା, ଶୁଭମନ ଗିଲ୍, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ସଞ୍ଜୁ ସ୍ୟାମସନ(ଓ୍ବିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୂଲଦୀପ ଯାଦବ, ବଋଣ ଚକ୍ରବର୍ତ୍ତି, ଜସପ୍ରୀତ ବୁମରାହ ଏବଂ ଅର୍ଶଦୀପ ସିଂହ ।
୨୦୨୫ଏସିଆ କପ୍ ଲାଗି ଭାରତର ୧୫ଜଣିଆ ଟିମ୍ : ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଶୁଭମନ ଗିଲ୍, ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିଭମ ଦୁବେ, ଜିତେଶ ଶର୍ମା, ଅର୍ଶଦୀପ ସିଂହ, କୂଲଦୀପ ଯାଦବ, ସଞ୍ଜୁ ସ୍ୟାମସନ, ହର୍ଷିତ ରାଣା, ରିଙ୍କୁ ସିଂହ, ଅକ୍ଷର ପଟେଲ, ଜସପ୍ରୀତ ବୁମରାହ ଏବଂ ବଋଣ ଚକ୍ରବର୍ତ୍ତି ।