ନୂଆଦିଲ୍ଲୀ ୨୦/୦୭: ବଲିଉଡ୍ ଅଭିନେତା ଅର୍ଜୁନ କପୁର। ତାଙ୍କ ଲଭ୍ ଲାଇଫ୍ ପ୍ରାୟତଃ ଆଲୋଚନାର ବିଷୟ ହୋଇଥାଏ। 'ଲକ୍ ଅପ୍ ୨'ରେ ପାମେଲାଙ୍କୁ ମଜାଳିଆ ଅନ୍ଦାଜରେ ପ୍ରପୋଜ୍ କରିବାର କିଛି ଦିନ ପରେ, ଅର୍ଜୁନଙ୍କୁ ସାହିବାଙ୍କ ସହ ଦେଖିବାକୁ ମିଳିଛି। ନିକଟରେ ଅର୍ଜୁନ ଏବଂ ସାହିବା ବାଲିଙ୍କୁ ଲଣ୍ଡନରେ ଏକାଠି ଦେଖିବାକୁ ମିଳିଥିଲା, ଯାହାଦ୍ୱାରା ସେମାନେ ଡେଟିଂ କରୁଥିବା ଚର୍ଚ୍ଚା ହୋଇଥିଲା। ଜୁଲାଇ ୧୯ ରବିବାର ଦିନ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ସମୟରେ ଉଭୟଙ୍କୁ ଏକାଠି ଦେଖାଯାଇଥିଲା। ଷ୍ଟାଡିୟମରୁ ଉଭୟଙ୍କ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

ସାହିବା ବାଲି ଏବଂ ଅର୍ଜୁନ କପୁରଙ୍କୁ ଏକାଠି ଦେଖି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ସେମାନଙ୍କ ମଧ୍ୟରେ ବନ୍ଧୁତା ବ୍ୟତୀତ ଆଉ କିଛି ଅଛି କି? ଅଭିନେତା ସମ୍ପ୍ରତି 'ଲକ୍ ଅପ୍ ୨' ଶୋ'ରେ ପାମେଲା ସେରେନାଙ୍କୁ ମଜାରେ ପ୍ରପୋଜ୍ କରି ଚର୍ଚ୍ଚାକୁ ଆସିଥିଲେ। ବର୍ତ୍ତମାନ, ଅର୍ଜୁନଙ୍କୁ ସାହିବାଙ୍କ ସହ ଦେଖିବାକୁ ମିଳିଛି, ଉଭୟ ସମାନ ନୀଳ ପୋଷାକ ପିନ୍ଧିଛନ୍ତି। ଅର୍ଜୁନ ଏବଂ ସାହିବାଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ, ନେଟିଜେନମାନେ କମେଣ୍ଟ ସେକ୍ସନରେ ସେମାନଙ୍କର ପ୍ରତିକ୍ରିୟା ସେୟାର କରିଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, "ସେମାନେ ଏକାଠି ଅଛନ୍ତି କି? ଆଉ ଜଣେ ଲେଖିଛନ୍ତି, "କଣ ଚାଲିଛି?"।

ଆହୁରି ପଢ଼ନ୍ତୁ...Celina Jaitly Comeback: ୧୫ ବର୍ଷ ପରେ ପରଦାକୁ ଫେରୁଛନ୍ତି ସେଲିନା, ସେୟାର କଲେ ଇମୋସନାଲ୍ ପୋଷ୍ଟ

ତେବେ, ଅଭିନେତା ଏପର୍ଯ୍ୟନ୍ତ ଏହି ଡେଟିଂ ଗୁଜବ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ତଥାପି, ସାହିବା ବାଲି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅର୍ଜୁନ କପୁରଙ୍କ ସହ ଏକ ଫଟୋ ସେୟାର କରିଛନ୍ତି, ଯାହା ଏହି କଳ୍ପନାଜଳ୍ପନାକୁ ଆହୁରି ଖୋରାକ ଯୋଗାଇଛି। ସାହିବା ଏକ ମଜାଦାର ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ଅର୍ଜୁନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପରେ ଡେଟିଂ ଗୁଜବ ଆରମ୍ଭ ହୋଇଥିଲା; ଅର୍ଜୁନଙ୍କ ପରବର୍ତ୍ତୀ ପ୍ରତିକ୍ରିୟା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।