ମୁମ୍ବାଇ,୨୩/୫ : ପ୍ରତ୍ୟେକଙ୍କ ମନରେ ପ୍ରଶ୍ନ ଅଛି କି କ’ଣ ରୋହିତ ଶର୍ମା ସମ୍ପୂର୍ଣ୍ଣ ଭାବେ ଫିଟ୍ ଅଛନ୍ତି । ଯଦି ଆପଣ ‘ହିଟମ୍ୟାନ୍’ଙ୍କ ଫ୍ୟାନ୍ ଅଟନ୍ତି ଏବଂ ତାଙ୍କ ଫିଟନେସକୁ ନେଇ ଚିନ୍ତିତ ଅଛନ୍ତି ତେବେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ମହେଲା ଜୟବର୍ଦ୍ଧନ ତା’ର ଜବାବ ଦେଇଛନ୍ତି। ଜୟବର୍ଦ୍ଧନଙ୍କ କହିବା ଅନୁସାରେ, ମୋର ଏବଂ ଆମର ମେଡ଼ିକାଲ୍ ଟିମ୍ ହିସାବରେ ରୋହିତ ଶର୍ମା ଶତ ପ୍ରତିଶତ ଫିଟ୍ ଅଛନ୍ତି । ହାମଷ୍ଟ୍ରିଙ୍ଗ୍ ଆଘାତ ଭଲ ହେବା ପରେ ପ୍ରଥମ ମ୍ୟାଚରେ ଆମେ ତାଙ୍କୁ ନେଇ ଟିକେ ସତର୍କ ଥିଲୁ । ମାତ୍ର ବର୍ତ୍ତମାନ ଦଳର କମ୍ବିନେଶନକୁ ଧ୍ୟାନରେ ରଖି ଏକ ପ୍ରଭାବଶାଳୀ ସବ୍ ଭାବରେ ଖେଳୁଛନ୍ତି । ସେ ଜଣେ ଦଳୀୟ ଖେଳାଳି ଅଟନ୍ତି ଏବଂ ସେ ଏହାକୁ ଭଲ ଭାବରେ ବୁଝନ୍ତି।"
ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମା ହାମଷ୍ଟ୍ରିଙ୍ଗ୍ ଆଘାତ ଯୋଗୁଁ ଚଳିତ IPL ସିଜିନ୍ରେ ପ୍ରାୟ ତିନି ସପ୍ତାହ ପାଇଁ ଖେଳରୁ ବାହାରେ ଥିଲେ। ଏହି ସମୟ ମଧ୍ୟରେ ସେ ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସରେ ରିପୋର୍ଟ କରିବାରେ ବିଫଳ ହୋଇଥିଲେ । ଏହା ବୋର୍ଡ଼ ଏବଂ ଟିମ୍ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର ବିଷୟ ହୋଇଛି । ଆଇପିଏଲ ଶେଷ ହେବା ପରେ, ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଖେଳିବ। ରୋହିତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଛି । କିନ୍ତୁ ତାଙ୍କର ଉପସ୍ଥିତି ସମ୍ପୂର୍ଣ୍ଣ ଭାବରେ ତାଙ୍କ ଫିଟନେସ୍ ଉପରେ ନିର୍ଭର କରେ। ଯଦି ସେ ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି, ତେବେ ସେ ଯୋଗ୍ୟ ହେବେ ନାହିଁ ।
ଆଫଗାନିସ୍ତାନ ଲାଗି ଭାରତୀୟ ଖେଳାଳୀ :
ଶୁଭମାନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟାସ ଅୟର (ଉପ-ଅଧିନାୟକ), କେ.ଏଲ ରାହୁଲ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ପ୍ରିନ୍ସ ଯାଦବ, ପ୍ରସାଦ କୃଷ୍ଣ, ଗୁରନୁର ବରାଡ଼ ଏବଂ ହର୍ଷ ଦୁବେ।