ଦାମ୍ପତ୍ୟ ଜୀବନରେ ଦୂରତା ଆସିବା ଓ ସାଥୀକୁ ଅନେକ କଥା ଲୁଚାଇବା ସାଧାରଣ ସମସ୍ୟା । କିନ୍ତୁ ଏହାକୁ ଅଣଦେଖା କରିବା ଦ୍ୱାରା ସମ୍ପର୍କରେ କ୍ରମଶଃ ଦୂରତା ବଢିଚାଲେ । ପରବର୍ତ୍ତୀ ମୁହୂର୍ତ୍ତରେ ସମ୍ପର୍କ ଦୁର୍ବଳ ହୋଇପଡେ । ତେଣୁ ଦୂରତା ବଢିବା ପୂର୍ବରୁ ସମ୍ପର୍କର ଡୋରକୁ ମଜଭୁତ୍ କରିବାର ପ୍ରୟାସ କରିବା ଆବଶ୍ୟକ । ଆପଣ ଯଦି ସମ୍ପର୍କରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି? ସାଥୀ ଆପଣଙ୍କ ଆଗରେ କୌଣସି କଥା ଲୁଚାଉଛନ୍ତି କି? ଯଦି ହଁ, ତେବେ ବ୍ୟସ୍ତ ହୁଅନ୍ତୁନାହିଁ । ସବୁ ସମ୍ପର୍କରେ ଏମିତି ମୋଡ ନିଶ୍ଚୟ ଆସିଥାଏ । ଏଭଳି ଚ୍ୟାଲେଞ୍ଜକୁ ସାମ୍ନା ଉଚିତ୍ ।
ଖୋଲାଖୋଲି ଭାବେ କଥା ହୁଅନ୍ତୁ, କିନ୍ତୁ ନମ୍ରତାର ସହ: ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି କମ୍ୟୁନିକେଶନ୍ । ନିଜ ସାଥୀ ସହ ସିଧାସଳଖ, ଶାନ୍ତ ଭାବେ ଓ ପ୍ରେମରେ କଥା ହୁଅନ୍ତୁ । ତାଙ୍କୁ ନିଜର ଅନୁଭବ ବିଷୟରେ ଜଣାନ୍ତୁ । କଥା ଲୁଚାଇବା ଦ୍ୱାରା ଆପଣଙ୍କୁ କିପରି ଅନୁଭବ ହେଉଛି ଜଣାନ୍ତୁ । ଆରୋପ ଲଗାଇବା ପରିବର୍ତ୍ତେ ନିଜ ଭାବନାକୁ ବ୍ୟକ୍ତ କରନ୍ତୁ ।
ଶୁଣିବା ଅଭ୍ୟାସ ବଢାନ୍ତୁ: କେବଳ ନିଜ କଥା କହିବା ଯଥେଷ୍ଟ ନୁହେଁ, ସାଥୀର କଥାକୁ ଧୈର୍ଯ୍ୟର ସହ ଶୁଣିବା ମଧ୍ୟ ଜରୁରି । ତାଙ୍କ କଥାକୁ ପୁରା କହିବାର ସୁଯୋଗ ନିଶ୍ଚୟ ଦିଅନ୍ତୁ । ତାଙ୍କ କଥାରେ ପ୍ରତିବନ୍ଧକ ନ ହୋଇ ପୁରା ସମସ୍ୟା ଓ କଥା ଲୁଚାଇବାର ସମସ୍ତ କାରଣକୁ ଧୈର୍ଯ୍ୟର ସହ ଶୁଣନ୍ତୁ । ଏପରି କରିବା ଦ୍ୱାରା ସମସ୍ୟାର ମୂଳ କାରଣ ଜାଣିପାରିବେ ।
ଭରସାର ମାହୋଲ୍ ସୃଷ୍ଟି କରନ୍ତୁ: ସମ୍ପର୍କରେ ଦୂରତା ଆସିବାର ସବୁଠାରୁ ବଡ କାରଣ ହେଉଛି ଭରସାର ଅଭାବ । ତେଣୁ ସାଥୀଙ୍କ ମନରେ ଭରସା ଆସିବାକୁ ଦିଅନ୍ତୁ ଯେ ଆପଣ ତାଙ୍କୁ ବୁଝୁଛନ୍ତି । ତାଙ୍କ ଭୁଲ୍ ଉପରେ କୌଣସି ପ୍ରତିକ୍ରିୟା ଦିଅନ୍ତୁନାହିଁ । ବରଂ ଏକ ସୁରକ୍ଷିତ ମାହୋଲ୍ ବଜାୟ ରଖନ୍ତୁ । ଫଳରେ ସାଥୀ ବିନା ଭୟରେ କୌଣସି କଥା କହିପାରିବେ । ଛୋଟ ଛୋଟ କଥା ବାଣ୍ଟନ୍ତୁ, ଫଳରେ ବିଶ୍ୱାସ ବଢିବ ।
ସାଙ୍ଗ ହୋଇ ସମୟ ବିତାନ୍ତୁ: ବ୍ୟସ୍ତବହୁଳ ଜୀବନ ଯୋଗୁ ପରସ୍ପର ସହ ସମୟ ବିତାଇବା କଷ୍ଟକର ହୋଇପଡୁଛି । ତଥାପି କିଛି ସମୟ ବାହାର କରି ସାଥୀଙ୍କ ସହ ସମୟ ବିତାନ୍ତୁ । ଏହାହିଁ ଦୂରତାକୁ କମାଇପାରିବା । କିଛି ସମୟ ପାଇଁ ଏକାଠି ବାହାରକୁ ବୁଲିବାକୁ କିମ୍ବା ଫିଲ୍ମ ଦେଖିବାକୁ ଯାଆନ୍ତୁ । ଏପରି କରିବା ଦ୍ୱାରା ପୁରୁଣାଦିନ କ୍ରମଶଃ ସତେଜ ହୋଇଥାଏ ।
ନିଜକୁ ତଥା ସମ୍ପର୍କକୁ ସମୟ ଦିଅନ୍ତୁ: ଯେକୌଣସି ସମସ୍ୟାକୁ ଠିକ୍ କରିବାକୁ ହେଲେ ସମୟ ଦେବାକୁ ପଡିଥାଏ । ଧୈର୍ଯ୍ୟ ରଖନ୍ତୁ, ସମ୍ପର୍କକୁ ଠିକ୍ କରିବାକୁ ହେଲେ ନିଜକୁ ତଥା ସାଥୀକୁ କିଛି ସମୟ ଦେବାକୁ ପଡିଥାଏ । କାରଣ ତୁରନ୍ତ ସବୁକିଛି ଠିକ୍ ହୋଇଯାଇ ନଥାଏ । ଯଦି ସମସ୍ୟା ଗମ୍ଭୀର ହୋଇଥାଏ, ତେବେ ସମ୍ପର୍କରେ ସୁଧାର ଆଣୁଥିବା ପରାମର୍ଶଦାତାଙ୍କ ସହ ପରାମର୍ଶ