ନୂଆଦିଲ୍ଲୀ,୧୭/୦୩; ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍୧୯ରେ ସନରାଇଜର୍ସ ଦଳ ଖେଳିବ ଉଦ୍‌ଘାଟନୀ ମୁକାବିଲା । ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷ ଏହି ମ୍ୟାଚରେ ଇଶାନ କିଷନ ଦଳର ନେତୃତ୍ୱ ନେବା ସମ୍ଭାବନା ରହିଛି । ସନରାଇଜର୍ସ ଦଳର ଅଧିନାୟକ ଥିବା ଅଷ୍ଟ୍ରେଲିଆ ଖେଳାଳି ପ୍ୟାଟ୍ କମିନ୍ସ ଆହତ ଥିବାରୁ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳି ନଥିଲେ । ଏବେ ସୁଦ୍ଧା ତାଙ୍କ ଫିଟ୍ନେସ ରିପୋର୍ଟ ସନରାଇଜର୍ସ ନିକଟରେ ପହଞ୍ଚି ନାହିଁ । କମିନ୍ସଙ୍କ ଅନୁପସ୍ଥିତିରେ କିଷନଙ୍କୁ ନେତୃତ୍ୱ ନେବାର ସୁଯୋଗ ମିଳିବା ଆଶା କରାଯାଉଛି । କମିନ୍ସ ଫିଟ୍ ହୋଇ ଦଳକୁ ଫେରିଲେ ନେତୃତ୍ୱ ନେବେ । କିଷନ ସମ୍ପ୍ରତି ଚମତ୍କାର ଫର୍ମରେ ରହିଛନ୍ତି ।

 

ଏହା ବି ପଢନ୍ତୁ...ଆଇପିଏଲକୁ ଆଉ ୧୧ ଦିନ; ଫୋଷ୍ଟର ୫ଥରର ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗ୍ସ ଫିଲ୍ଡିଂ କୋଚ

ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସେ ୨୧୭ ରନ ସଂଗ୍ରହ କରି ଭାରତକୁ ଚାମ୍ପିଅନ୍ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କିଷନଙ୍କ ନେତୃତ୍ୱରେ ଝାଡ଼ଖଣ୍ଡ ଗତ ସିଜନରେ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ୍ ହୋଇଥିଲା । ସନରାଇଜର୍ସ ମ୍ୟାନେଜମେଣ୍ଟ କିଷନଙ୍କ ଦକ୍ଷତା ଉପରେ ଯଥେଷ୍ଟ ଭରସା ରଖିଛି । ତେଣୁ ସେ ଅଧିନାୟକ ଦୌଡ଼ରେ ସବୁଠୁ ଆଗରେ ରହିଛନ୍ତି । ସନରାଇଜର୍ସ ଦଳରେ ଟ୍ରେଭିସ୍ ହେଡ୍, ଅଭିଷେକ ଶର୍ମା, ହେନରିକ କ୍ଲାସେନଙ୍କ ଭଳି ସଫଳ ଖେଳାଳି ରହିଛନ୍ତି । ମାତ୍ର ସେମାନଙ୍କ ଅପେକ୍ଷା କିଷନଙ୍କୁ ଅଗ୍ରାଧିକାର ମିଳିଛି । ୨୦୨୫ ସିଜନ ପୂର୍ବରୁ ମେଗା ନିଲାମରେ ସନରାଇଜର୍ସ ୧୧.୨୫ କୋଟି ଟଙ୍କା ମୂଲ୍ୟରେ କିଷନଙ୍କୁ କିଣିଥିଲା । ଗତ ସିଜନରେ ସେ ଦଳ ପକ୍ଷରୁ ଏକ ଶତକୀୟ ପାଳି ଖେଳିଥିଲେ ।  ଆଇପିଏଲ ସିଜନ୍ ୧୯ରେ ପ୍ରଥମ ମ୍ୟାଚ ଡିଫେଣ୍ଡି ଚାମ୍ପିଅନ ବିପକ୍ଷରେ ମାର୍ଚ୍ଚ ୨୮ ତାରିଖରେ ଖେଳିବ ସନରାଇଜର୍ସ ହାଇଦ୍ରାବାଦ ।