ନୂଆଦିଲ୍ଲୀ,୨୮।୮: ସିରିଆର ରାଜଧାନୀ ଦମ୍ମେସକରେ ଇସ୍ରାଏଲ ସେନାର ଜୋରଦାର ହମଲା। ଦୁଇ ଦିନ ପୂର୍ବରୁ ଇସ୍ରାଏଲ ସେନା ଏଠାରେ ବିମାନ ଆକ୍ରମଣ କରିଥିଲା। ଏହାପରେ ବୁଧବାର ଓ ଗୁରୁବାର ରାତିରେ ବୋମାମାଡ଼ କରିଥିଲା। ଏହାପରେ ସ୍ଥଳ ସେନାର ସୈନିକମାନେ ଦମିଶଂକରେ ପ୍ରବେଶ କରିଛନ୍ତି। ଇସ୍ରାଏଲୀ ସେନା ଏହାକୁ ରେଡ ବୋଲି ଘୋଷଣା କରିଛି। ସିରିଆର ପ୍ରତିରକ୍ଷା ମନ୍ତ୍ରଣାଳୟର କହିବା ଅନୁସାରେ, ଏହି ଆକ୍ରମଣ ଦମିଶଂକ ନିକଟରେ ଥିବା ତଳ ମାନେହ ଅଞ୍ଚଳରେ ହୋଇଛି, ଯାହାକି ପୂର୍ବରୁ ସିରିଆ ସେନାର ବେସ୍ ଥିଲା। ଇସ୍ରାଏଲୀ ସେନା ଏହି ସାଇଟ୍ରେ ଫାଇଟର ଜେଟ୍ରେ ଆକ୍ରମଣ କରିଛି। ମଙ୍ଗଳବାର ଏହି ଆକ୍ରମଣ ହୋଇଥିଲା, ଯେଉଁଥିରେ ସିରିଆର ଅନେକ ସୈନିକଙ୍କ ମୃତ୍ୟୁ ହୋଇଥିଲା।
ସିରିଆର ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ବୁଧବାର ଏଠାରେ ବୋମାମାଡ଼ ହୋଇଥିଲା। ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ ଯେ, ଇସ୍ରାଏଲ ସେଠାରେ ନିଜ ସୈନିକଙ୍କୁ ଓହ୍ଲାଇବାର ଲକ୍ଷ୍ୟ ରଖିଥିଲା। ସିରିଆର ସାମରିକ ସୁତ୍ର ଅନୁସାରେ, ଇସ୍ରାଏଲର ସୈନିକ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ରେଡ୍ କରିଥିଲେ। ଏହି ରେଡ୍ ଦକ୍ଷିଣ ପଶ୍ଚିମରେ ଥିବା ଅଞ୍ଚଳରେ ହୋଇଥିଲା। ଏହି ସାମରିକ ବେସ୍କୁ ପୂର୍ବରୁ ଇରାନ ମଧ୍ୟ ବ୍ୟବହାର କରୁଥିଲା, କିନ୍ତୁ ଇସ୍ରାଏଲର ବସର ଅଲ୍ ଅସଦ ଶାସନ ଏହାକୁ ନଷ୍ଟ କରିଦେଇଥିଲା। ଏହି ବେସ୍ରେ ବହୁ ସିରିଆ ସେନା ମୁତୟନ ରହିଥିଲେ।
ଅଲ ଜଜିରା ପକ୍ଷରୁ କୁହାଯାଇଛି, ଏହି ରେଡ୍ରେ ୪ ହେଲିକପ୍ଟର, ଦୁଇଟି ଫାଇଟର ଜେଟ୍ର ବ୍ୟବହାର କରାଯାଇଛି। ଏହାଛଡା ଅନେକ ସୈନିକ ଏଥିରେ ସାମିଲ ଥିଲେ। ସିରିୟନ ଅବଜରଭେଟରୀ ଫର ହ୍ୟୁମାନ ରାଇଟସ୍ର କହିବା ଅନୁସାରେ, ଏହି ସାଇଟ୍ରେ ଲେବାନନ୍ରେ ସକ୍ରିୟ ଆତଙ୍କୀ ଗୋଷ୍ଠୀ ହିଜବୁଲ୍ଲାହ ମଧ୍ୟ ଆକ୍ଟିଭ ଥିଲା। ଅସଦ ଶାସନ ସରିବା ପେର ଏହା ପ୍ରଥମ ଥର ହୋଇଛି, ଯେତେବେଳେ ଏହି ରେଡ ଇସ୍ରାଏଲ କରିଛି।