ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ୍‌ଙ୍କ ଉପରେ ଇସ୍ରାଏଲ ଲଗାଇଲା ବ୍ୟାନ୍, କହିଲା- ଆତଙ୍କବାଦୀଙ୍କୁ ଦେଉଛନ୍ତି ସମର୍ଥନ…

Published By : Harapriya Biswal | October 2, 2024 6:29 PM

ନୂଆଦିଲ୍ଲୀ,୨।୧୦: ଇସ୍ରାଏଲ ଓ ଇରାନ ମଧ୍ୟରେ ଆରମ୍ଭ ହୋଇଛି ଘମାଘୋଟ ଲଢେଇ। ମଙ୍ଗଳବାର ରାତିରୁ ଦୁଇପଟୁ ଜାରି ରହିଛି ଏୟାର ଷ୍ଟ୍ରାଇକ୍। ଏହାର ପ୍ରଭାବ ଏବେ ପୁରା ଦୁନିଆରେ ଦେଖିବାକୁ ମିଳିଛି। ବିଶେଷ କରି ମଧ୍ୟ ପୂର୍ବ ଦେଶରେ ଉତ୍ତେଜନାମୂଳକ ସ୍ଥିତି ଜାରି ରହିଛି। ଇସ୍ରାଏଲ ସେନା ଲେବାନନ୍‌ରେ ପଶି ହିଜବୁଲ୍ଲାର ଯୋଦ୍ଧାଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଛି। ସେଭଳି ଆମେରିକା ମଧ୍ୟ ଇରାନକୁ ଚେତାବନୀ ଜାରି କରିଛି। 

ଏସବୁ ଭିତରେ ଇସ୍ରାଏଲ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ୍‌ଙ୍କୁ ନିଜ ଦେଶରେ ବ୍ୟାନ୍ କରିଛି। ଏହା ସହ ଇରାନରେ ଗୁଟରେସ୍‌ଙ୍କ ପ୍ରବେଶ ନେଇ କଟକଣା ଲଗାଇଛି। ଇସ୍ରାଏଲର ବୈଦେଶିକ ମନ୍ତ୍ରୀ କ୍ୟାଟ୍ରେଜ୍‌ କହିଛନ୍ତି, ଇରାନ ପକ୍ଷରୁ ହୋଇଥିବା ଆକ୍ରମଣକୁ ନିନ୍ଦା କରିବାରେ ଯିଏ ଅସମର୍ଥ, ସେ ଇସ୍ରାଏଲ ମାଟିରେ ପାଦ ଦେବାର ଯୋଗ୍ୟ ନୁହଁନ୍ତି। ଏଇ (ଗୁଟରେସ୍) ଇସ୍ରାଏଲକୁ ଘୃଣା କରୁଥିବା ଜାତିସଂଘ ମହାସଚିବ, ଯିଏକି ଆତଙ୍କବାଦୀ, ଦୁଷ୍କର୍ମକାରୀ ଓ ହତ୍ୟାକାରୀଙ୍କୁ ସମର୍ଥନ ଦେଉଛନ୍ତି। ଗୁଟରେସ୍‌  ଜାତିସଂଘ ଇତିହାସର ଦାଗ ରୂପରେ ମନେପକାଯିବ।’

ଇସ୍ରାଏଲ ବୈଦେଶିକ ମନ୍ତ୍ରୀ କହିଛନ୍ତି, ସେ ଏଭଳି ଜଣେ ମହାସଚିବ ଯିଏକି ୭ ଅକ୍ଟୋବରରେ ହମାସର ନରସଂହାର ଓ ଯୌନ ଅତ୍ୟାଚାରକୁ ନିନ୍ଦା କଲେନି, ନା ସେ ତାକୁ ଆତଙ୍କବାଦୀ ସଂଗଠନ ଘୋଷିତ କରିବାର ଚେଷ୍ଟାରେ କୌଣସି ନେତୃତ୍ବ ନେଇଥିଲେ। ଜଣେ ମହାସଚିବ ଯିଏକି ହମାସ, ହିଜବୁଲ୍ଲା,ହୁତି ଓ ଏବେ ଇରାନ(ବିଶ୍ବ ଆତଙ୍କବାଦର ଜନନୀ) ଆତଙ୍କବାଦୀ, ଦୁଷ୍କର୍ମକାରୀ ଓ ହତ୍ୟାକାରୀଙ୍କୁ ସମର୍ଥନ ଦେଉଛନ୍ତି। ଇସ୍ରାଏଲ ନିଜ ନାଗରିକଙ୍କ ସୁରକ୍ଷା କରିବା ଓ ନିଜ ରାଷ୍ଟ୍ରୀୟ ଗାରିମାକୁ ବଜାୟ ରଖିବ, ଗୁଟରେସ୍‌  ରୁହନ୍ତୁ କିମ୍ବା ନରୁହନ୍ତୁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.