ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବନ୍ଦ ହେବ ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଲେବାନନ୍ ସହ ଅସ୍ତ୍ରବିରତି ଚୁକ୍ତିନାମାକୁ ଇସ୍ରାଇଲର ସମର୍ଥନ

Published By : Ankita S | November 27, 2024 8:27 AM

ନୂଆଦିଲ୍ଲୀ,୨୭/୧୧ : ବନ୍ଦ ହେବ ମଧ୍ୟପ୍ରାଚ୍ୟରେ ଯୁଦ୍ଧ । ଫେରିବ ଶାନ୍ତି ।  ଇସ୍ରାଇଲ ଏବଂ ହିଜବୁଲ୍ଲା ମଧ୍ୟରେ ଲେବାନନନରେ ଚାଲିଥିବା ଯୁଦ୍ଧ ଏବେ ଥମିବାକୁ ଯାଉଛି । କାରଣ ଇସ୍ରାଇଲ ସୁରକ୍ଷା  କ୍ୟାବିନେଟରେ  ଇରାନ ସମର୍ଥିତ ହିଜବୁଲ୍ଲା ସହିତ ଅସ୍ତ୍ରବିରତି ଚୁକ୍ତିନାମାକୁ ସମର୍ଥନ ମିଳିଛି । ଚୁକ୍ତିନାମକୁ ସମର୍ଥନ ମିଳିଥିବାରୁ  ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡିପାରେ । ଏହି ନିଷ୍ପତ୍ତିକୁ ଆମେରିକା ସମେତ ଅନ୍ଯ ରାଷ୍ଟ୍ର ମୁଖ୍ଯ ସମର୍ଥନ କରିଛନ୍ତି । ସେପଟେ ଚୁକ୍ତି ଭାଙ୍ଗିଲେ ଛାଡିବୁନି ବୋଲି କହିଛି ଇସ୍ରାଇଲ ।

ଇସ୍ରାଇଲ ଏବଂ ହିଜବୁଲ୍ଲା ମଧ୍ୟରେ ଲେବାନନରେ ପାଖାପାଖି ୩୮୦୦ ଲୋକଙ୍କ ମୃତ୍ୟୁ ହୋଇଛି । ୧୬୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୀର୍ଘ ଦିନ ହେବ ଇସ୍ରାଇଲ ଓ ହିଜବୁଲ୍ଲା ମଧ୍ୟରେ ଲାଗିରହିଥିବା ଯୁଦ୍ଧ ଏବେ ବନ୍ଦ ହେବାକୁ ଯାଉଛି । ହିଜବୁଲ୍ଲା ସହିତ ଅସ୍ତ୍ରବିରତି ଚୁକ୍ତିନାମାକୁ ସମର୍ଥନ କରିଛି ଇସ୍ରାଇଲ । ଗଣମାଧ୍ୟମ ଏଜେନ୍ସିଂ ଅନୁସାରେ ଇସ୍ରାଇଲ କ୍ୟାବିନେଟରେ ଅସ୍ତ୍ରବିରତିକୁ ମଞ୍ଜୁରୀ ମିଳିଛି। ଏବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ  ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଦ୍ବାରା ଅସ୍ତ୍ରବିରତି  ଘୋଷଣା କରାଯିବାର ସମ୍ଭାବନା ରହିଛି । ଅସ୍ତ୍ରବିରତି ଚୁକ୍ତିନାମା ଆଧାରରେ  ଇସ୍ରାଇଲ ସେନା ସେ ଦକ୍ଷିଣ ଲେବାନନରୁ ପଛକୁ ହଟିବେ। ଏହି ସ୍ଥାନରେ ଲେବାନନ ସେନା ମୁତୟନ ହେବେ । ଏହା ସହିତ  ହିଜବୁଲ୍ଲା ଲିଟାନୀ ନଦୀର ଦକ୍ଷିଣରେ ସୀମାରେ ସଶସ୍ତ୍ର ବଳର ଉପସ୍ଥିତି ଶେଷ କରିବାକୁ ହେବ ।

ସେହିପରି ଲେବାନନ ବିଦେଶୀ  ମନ୍ତ୍ରୀ  ଅଦୁଲ୍ଲା ବୋ ହବିବ କହିଛନ୍ତି, ଲେବାନନ ସେନା ଇସ୍ରାଇଲ ସୈନିକକୁ ପଛକୁ ଫେରିବା ନେଇ ଦକ୍ଷିଣ ଲେବାନନରେ ଅତି କମରେ ୫୦୦୦ ସେନା ମୁତୟନ ହେବେ । ଇସ୍ରାଇଲ ଆକ୍ରମଣରେ ଧ୍ବନ୍ସଂ ଲେବାନନରୁ ପୁନନିର୍ମାଣରେ ଆମେରିକା ଗୁରୁତ୍ବପୂର୍ଣ୍ଣ  ଭୂମିକା ତୁଲାଇପାରେ ।

ଅସ୍ତ୍ରବିରତି ନିଷ୍ପତ୍ତି ପରେ  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ମୋ ପାଖରେ ମଧ୍ୟପ୍ରାଚ୍ୟ ପାଇଁ ଖୁସି ଖବର ରହିଛି । ମୁଁ ଲେବାନନ ଓ ଇସ୍ରାଇଲ ପ୍ରଧାନମନ୍ତ୍ରୀଙ୍କ  ସହ କଥା ହୋଇଛି । ମୁଁ ଏହା ଘୋଷଣା କରି ଖୁସିବ୍ୟକ୍ତ କରୁଛି କି ଇସ୍ରାଇଲ ଓ ହିଜବୁଲ୍ଲା ମଧ୍ୟରେ ବିନାଶକାରୀ ସଂଘର୍ଷକୁ ସମାପ୍ତ କରିବାକୁ ଆମେରିକା ପ୍ରସ୍ତାବକୁ ସ୍ବୀକାର କରିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.