ନୂଆଦିଲ୍ଲୀ,୯।୩: ଇରାନ ଇସ୍ରାଏଲ ଯୁଦ୍ଧରେ ଏବେ ଏଣ୍ଟ୍ରି ମାରିଲା ତୁର୍କୀ। ଇରାନ ବିରୋଧରେ ଯୁଦ୍ଦରେ ଓହ୍ଲାଇବାର କଲା ଘୋଷଣା। ତୁର୍କୀ ପକ୍ଷରୁ ଏହି ଘୋଷଣା ଇରାନର ବାଲିଷ୍ଟିକ୍ ମିସାଇଲ ଭୂମଧ୍ୟସାଗରକୁ ମାଡ଼ ପରେ କରାଯାଇଛି। ତୁର୍କୀର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବେ ଇରାନକୁ ଧମକ ଦେଇ କହିଛି, ନିଜ ଅଞ୍ଚଳର ସୁରକ୍ଷା ଏବଂ ସାଧାରଣ ଲୋକଙ୍କୁ ବିପଦରେ ପକାଉଥିବା କୌଣସି ପଦକ୍ଷେପ ନେଇ ଆମେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ତେଣୁ ଏଭଳି କୌଣସି ପଦକ୍ଷେପ ଇରାନ ଆଗକୁ ଗ୍ରହଣ ନକରୁ।

ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଆମର ଚେତାବନୀକୁ ମାନି ସବୁ ପକ୍ଷ ପାଇଁ ଲାଭଦାୟକ। ତୁର୍କୀ ଉପରେ ଯଦି କୌଣସି ପ୍ରକାର ବିପଦ ପଡେ ତେବେ ଆମେ ବିନା କୌଣସି କୁଣ୍ଠାବୋଧରେ ସବୁ ପ୍ରକାର ଜରୁରୀ ପଦକ୍ଷେପ ଗ୍ରହଣ କରିବୁ। ଇରାନକୁ ଧମକ ଦେବା ପୂର୍ବରୁ ତୁର୍କୀ ଉତ୍ତର ସାଇପ୍ରସ୍‌ରେ ନିଜର ଯୁଦ୍ଧ ଜାହାଜକୁ ମୁତୟନ କରିଦେଇଛି। ଏଥିରେ ଉତ୍ତର ସାଇପ୍ରସ୍ରେ ୬ ଟି ଏଫ୍-୧୬ ଫାଇଟର ଜେଟ୍ ଓ ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ରହିଛି। ସାଇପ୍ରସ୍‌ର ଉତ୍ତର ଭାଗ ତୁର୍କୀର ନିୟନ୍ତ୍ରଣରେ ରହିଛି। ଯେଉଁଠି ତୁର୍କୀ ୬ ଏଫ୍-୧୬ ଯୁଦ୍ଧ ବିମାନକୁ ମୁତୟନ କରିଛି। ତୁର୍କୀକୁ ଏହି କଥାର ଭୟ ରହିଛି ଯେ, ଇରାନ ପକ୍ଷରୁ ତା’ର ସମର୍ଥନ କରୁଥିବା ଶକ୍ତି ଉତ୍ତର ସାଇପ୍ରସ୍ ଉପରେ ଆକ୍ରମଣ କରିପାରେ।

ଏହା ପୂର୍ବରୁଇରାନକୁ ଧମକ ଦେଇଥିଲା ତୁର୍କୀ ପୂର୍ବରୁ,ଇରାନକୁ ଏହାର ବାୟୁସୀମାରେକୌଣସି କ୍ଷେପଣାସ୍ତ୍ର ପଡ଼ିବା ବିରୁଦ୍ଧରେ ଚେତାବନୀ ଦେଇଥିଲା,କିନ୍ତୁ ଇରାନ ଏହି ଧମକକୁ ସମ୍ପୂର୍ଣ୍ଣ ଅଣଦେଖା କରିଥିଲା। ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଅଭିଯୋଗ ପରେ,ତୁର୍କୀ ଉତ୍ତର ସାଇପ୍ରସରେ ଦୃଢ଼ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲା। ତେଣୁ,ଯଦି ଇରାନ ଉତ୍ତର ସାଇପ୍ରସ ଉପରେ ଆକ୍ରମଣ କରେ,ତେବେ ତୁର୍କୀରଜବାବ୍ କ’ଣ ରହିବ ତାହା ଏହି ଚେତାବନୀକୁ ସ୍ପଷ୍ଟ ହୋଇଛି।

ଆହୁରି ପଢନ୍ତୁ : ଇରାନକୁ ‘ଅଟଳ ସମର୍ଥନ’ ଘୋଷଣା କଲେ ପୁଟିନ, ମୋଜତାବାଙ୍କୁ ସୁପ୍ରିମ ଲିଡର ପାଇଁ ଜଣାଇଲେ ଅଭିନନ୍ଦନ