ନୂଆଦିଲ୍ଲୀ,୧୨।୭: ‘ଅପରେସନ୍ ସିନ୍ଦୂର’ ସମୟରେ ଭାରତର ଯୁଦ୍ଧ ବିମାନ ରାଫେଲକୁ ନଷ୍ଟ କରିଥିବାର ଦାବି କରିଥିଲା ପାକିସ୍ତାନ। ସେଭଳି ଭାରତ ମଧ୍ୟ ଏହି ଦାବିକୁ ବାରମ୍ବାର ଖଣ୍ଡନ କରିସାରିଛି। କିନ୍ତୁ ଏହା ଭିତରେ ଏବେ ଆସିଛି ବଡ଼ ଖବର, ଯାହା ପାକିସ୍ତାନର ନିଦ ହଜାଇ ଦେବ। ତାହା ହେଲା ରାଫେଲ ପାଇଁ ଭାରତ ‘ଡିକୟ ସିଷ୍ଟମ’କୁ ଖୁବ୍ ଶୀଘ୍ର ହାସଲ କରିବାକୁ ଚେଷ୍ଟା କରୁଛି।
ଆହୁରି ଶକ୍ତିଶାଳୀ ଓ ମଜବୁତ ହେବ ରାଫେଲ। ଶତ୍ରୁର ମିସାଇଲଠାରୁ ବିମାନକୁ ବଞ୍ଚାଇବ । ଭାରତୀୟ ବାୟୁସେନା ଇସ୍ରାଏଲରୁ ‘ଏକ୍ସ ଗାର୍ଡ’ ଫାଇବର ଅପ୍ଟିକ ଟୋଡ୍ ‘ଡିକୟ ସିଷ୍ଟମ’ ଅର୍ଡର କରିଛି। ଏହି ସିଷ୍ଟମ ରାଫେଲ ଶକ୍ତିକୁ ବଢାଇବ ଓ ଶତ୍ରୁର ପକ୍ଷର ଅଞ୍ଚଳରେ ମଧ୍ୟ ସୁରକ୍ଷିତ ରହିବ। ଏହି ସିଷ୍ଟମକୁ ରାଫେଲ ବିମାନରେ ଲଗାତାର ଟେଷ୍ଟ କରାଯାଇ ସାରିଛି। କିନ୍ତୁ ସପ୍ଲାଇରେ କିଛି ସମସ୍ୟା ଓ ପଶ୍ଚିମ ଏସିଆରେ ଚାଲିଥିବା ଅସ୍ଥିରତା କାରଣରୁ ଡେଲିଭରି ହେବାରେ ବିଳଫ ହୋଉଛି। ଭାରତ ସରକାର ଏବେ ଏହି ସିଷ୍ଟମକୁ ଖୁବ୍ ଶୀଘ୍ର ପାଇବାକୁ ଚେଷ୍ଟା କରୁଛନ୍ତି। ଏହି ସିଷ୍ଟମ ରାଫେଲକୁ ଶତ୍ରୁରୂ ମିସାଇଲଠାରୁ ରକ୍ଷା କରିବାରେ ସାହାର୍ଯ୍ୟ କରିବ।
ଇସ୍ରାଏଲ ଏୟାରଫୋର୍ସ ଏହି ‘ଏକ୍ସଗାର୍ଡ’ ସିଷ୍ଟମକୁ ଖୁବ୍ ବ୍ୟବହାର କରିଥାଏ। ଏହା ଏକ ଏଭଳି ସିଷ୍ଟମ ଯାହାକୁ, ବାରମ୍ବାର ବ୍ୟବହାର କରାଯାଇ ପାରିବ। ଏହାକୁ ଯୁଦ୍ଧ ବିମାନର ଇଲୋକ୍ଟେ୍ରାନିକ୍ସ ଓ୍ବାରଫେୟାର ସିଷ୍ଟମ ସହ ଯୋଡାଯାଇଥାଏ। ଏହି ସିଷ୍ଟମ ଶତ୍ରୁର ମିସାଇଲକୁ ସହଜରେ ଚକମା ଦେବାରେ ସଫଳ ହୋଇଥାଏ। ସିଷ୍ଟମରେ ଏକ ପଡ୍ ଲାଗିଛି ଓ ଏହାକୁ ମିଶନ୍ ବେଳେ ବ୍ୟବହାର କରାଯାଇଥାଏ। ଏହା ଫାଇବର ଅପ୍ଟିକ ଲାଇନ୍ ଜରିଆରେ ବିମାନ ସହ ଯୋଡି ହୋଇ ରହିଥାଏ। ଯେତେବେଳେ ଶତ୍ରୁ ପକ୍ଷ ରାଫେଲ ଉପରେ ମିସାଇଲ ଆକ୍ରମଣ କରିବ ଏହି ସିଷ୍ଟମ ମିସାଇଲକୁ ନିଜ ଆଡକୁ ଟାଣି ନେବ। ମିସାଇଲ ଏହାକୁ ପ୍ରକୃତ ବିମାନ ଭାବି ଆକ୍ରମଣ କରିଦିଅ ଓ ରାଫେଲ ବିମାନ ବଞ୍ଚିଯିବ। ମିଶନ୍ ଶେଷ ହେବା ପରେ, ଏହି ସିଷ୍ଟମକୁ ଭଏସ୍ ପଡ୍ରେ ଫେରାଇ ନିଆଯାଇ ପାରେ।