ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଚୁକ୍ତିନାମା ଶେଷ ହେବା ପୂର୍ବରୁ ବର୍ଷିଲା ଇସ୍ରାଏଲ , ଲେବାନନରେ ହମାସର ଆଉ ଜଣେ କମାଣ୍ଡରକୁ ଉଡ଼ାଇଲା

Published By : Prameya | February 17, 2025 9:55 PM

ନୂଆଦିଲ୍ଲୀ :  ଇସ୍ରାଏଲ ସୋମବାର ଲେବାନନରେ ହମାସର ଆଉ ଜଣେ ଟପ୍‌ କମାଣ୍ଡରକୁ ହତ୍ୟା କରିଛି। ଇସ୍ରାଏଲୀୟ ସେନା ବଡ଼ ହମଲା କରି ଇସ୍ରାଏଲ ଓ ହିଜବୁଲ୍ଲାହ ମଧ୍ୟରେ ଯୁଦ୍ଧ ବିରାମର ସମୟ ସୀମା ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ଦକ୍ଷିଣୀ ଲେବାନନର ସିଣ୍ଡୋନରେ , ହମାସର କମାଣ୍ଡର ମହମ୍ମଦ ଶାହିନକୁ ମାରି ଦେଇଛି। ଇସ୍ରାଏଲୀୟ ସେନା ଏକ ବୟାନ ଜାରି କରି ଏହା ସ୍ପଷ୍ଟ କରିଛି। ସେନା କହିଛି କି, ହମାସର କମାଣ୍ଡର ଇସ୍ରାଏଲ ଉପରେ ହମଲା କରିବା ଚେଷ୍ଟାରେ ଥିଲେ , ଏଥିପାଇଁ ତାଙ୍କ ପକ୍ଷରୁ ଏହି ପଦକ୍ଷେପ ଉଠାଯାଇଛି।

ସୋମବାର ସେନା ଏକ ବୟାନରେ କହିଛି, ମହମ୍ମଦ ଶାହିନ ଲେବାନାନୀ ଅଞ୍ଚଳରୁ ଇସ୍ରାଏଲର ଲୋକଙ୍କ ବିରୋଧରେ ହମଲାର ଯୋଜନା ରଚି ଥିଲା। ଏହି ହମଲା ଇରାନ ଦ୍ୱାରା ନିର୍ଦ୍ଦେଶିତ ଓ ବିତ୍ତ ଘୋଷିତ ଥିଲା। ଏଥିରେ ଆହୁରି କୁହାଯାଇଛି, ଶାହିନ ଆତଙ୍କବାଦୀ ସଙ୍ଗଠନର ମାଷ୍ଟରମାଇଣ୍ଡ ଥିଲା ଏବଂ ପୂରା ଯୁଦ୍ଧ ସମୟରେ ଇସ୍ରାଏଲର ଲୋକଙ୍କୁ ଟାର୍ଗେଟ୍‌ କରୁଥିବା ହମଲା ପାଇଁ ଦାୟୀ ଥିଲା।  ଅନ୍ୟପଟେ ଲେବାନନ ଏହି ଡ୍ରୋନ୍‌ ହମଲାରେ ଜଣେ ନାଗରିକଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି। 

କହି ରଖୁଛୁ କି ଏହି ଡ୍ରୋନ୍‌ ହମଲା ଇସ୍ରାଏଲ ଓ ହିଜବୁଲ୍ଲାହ ମଧ୍ୟରେ ଯୁଦ୍ଧ ବିରାମ ଚୁକ୍ତିନାମା ଦ୍ୱାରା ସ୍ଥିର କରାଯାଇ ଥିବା ସମୟ ସୀମାର ଗୋଟିଏ ଦିନ ପୂର୍ବରୁ ହୋଇଛି। ଲେବାନନରେ ପାଖାପାଖି ୧୪ ମାସ ସୁଦ୍ଧା ଚାଲି ଥିବା ଯୁଦ୍ଧ ପରେ,  ଉଭୟ ପକ୍ଷ ମଧ୍ୟରେ ଗତବର୍ଷ ନଭେମ୍ୱରରେ ଯୁଦ୍ଧ ବିରାମ ଚୁକ୍ତିନାମା ଉପରେ ସହମତି ହୋଇ ଥିଲା। ଆମେରିକାର ମଧ୍ୟସ୍ଥତାରେ କରାଯାଇ ଥିବା ଯୁଦ୍ଧ ବିରାମ ଚୁକ୍ତିନାମାରେ ଇସ୍ରାଏଲକୁ ଦକ୍ଷିଣ ଲେବାନନରୁ ନିଜର ସେନା ସଂପୂର୍ଣ୍ଣ ରୂପେ ଫେରେଇ ନେବାକୁ , ୬୦ ଦିନର ସମୟ ଦିଆଯାଇ ଥିଲା। ଅନ୍ୟପଟେ ଲେବାନନ ଭିତରେ ୫ଟି ପୋଷ୍ଟରେ ନିଜର ସୈନିକଙ୍କୁ ଜାରି ରଖିବା ପାଇଁ ଇସ୍ରାଏଲର ଅପିଲ ପରେ ସମୟ ସୀମାକୁ ୧୮ ଫେବ୍ରୁଆରୀ ଯାଏ ବଢାଇ ଦିଆ ଯାଇ ଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.