ନୂଆଦିଲ୍ଲୀ,୯।୩: ଆମେରିକା ଓ ଇରାନ ଭିତରେ ଲଗାତାର ଯୁଦ୍ଧ ଜାରି ରହିଛି। ଏବେ ଏଥିରେ ଘାତକ ହତିଆରର ବୃଦ୍ଧି ମଧ୍ୟ ହେବାରେ ଲାଗିଛି। ସୋମବାର ହ୍ୟୁମାନ ରାଇଟସ୍ ଓ୍ବାଚ୍ କହିଛି ଲେବାନନ୍ର ଏକ ଗାଁ ଉପରେ ‘ ହ୍ବାଇଟ୍ ଫସଫରସ୍ ’ ପକାଯାଇଛି। ବୟାନରେ ଏହା ମଧ୍ୟ କୁହାଯାଇଛି ଯେ,ହ୍ୟୁମାନ୍ ରାଇଟସ୍ ୭ଟି ଫଟୋକୁ ଭେରିଫାଏ କରିଛି। ଏଥିରୁ ଏହା ସ୍ପଷ୍ଟ ଯେ, ଇସ୍ରାଏଲ ଲେବାନନ୍ର ଗାଁ ୟୋହମୋରରେ ‘ ହ୍ବାଇଟ ଫସଫରସ ଆର୍ଟିଲାରୀ’ ବ୍ୟବହରୀ କରିଛି। ତେବେ ଏବେ ଏହା ସ୍ପଷ୍ଟ ହୋଇପାରିନି ଯେ, ଏଭଳି କେମିକାଲର ପ୍ରଭାବ ଗାଁ ଲୋକଙ୍କ ଉପରେ ପଡିଛି କି ନାହିଁ ?
ଏହି ଆକ୍ରମଣ ଇସ୍ରାଏଲ ସେନାର ଚେତାବନୀର ଠିକ୍ ପରେ ଘଟିଛି ଯେଉଁଥିରେ ଦକ୍ଷିଣ ଲେବାନନ୍ର ଏକାଧିକ ଗାଁକୁ ଖାଲି କରିବାକୁ କୁହାଯାଇଥିଲା। ହ୍ୟୁମାନ୍ ରାଇଟସ୍ ଓ୍ବାଚ୍ ଏହାକୁ ନେଇ ଚେତାବନୀ ଜାରି କରିଛି। ଏଥିରେ କୁହାଯାଇଛି ଅଧିକ ଜନସଂଖ୍ୟା ଥିବା ଅଞ୍ଚଳରେ ‘ଫସଫରସ୍ ଫାୟାର’ କରିବା ଅନ୍ତର୍ଜାତୀୟ ଆଇନର ଉଲଂଘନ। ଏହାଦ୍ବାରା ବିଲ୍ଡିଂରେ ନିଆଁ ଲାଗିପାରେ। ଏହାଦ୍ବାରା ଶରୀରରେ ସଂକ୍ରମଣ ଓ ଅଙ୍ଗ କାମ କରିବା ବନ୍ଦ କରିବା ସହ ଫୁସଫୁସ୍ ଫେଲ୍ ହେବାର ଭଳି ସମସ୍ୟା ସୃଷ୍ଟି ହେବ।
ଏହାଦ୍ବାରା ନାଗରିକଙ୍କ ସ୍ବାସ୍ଥ୍ୟ ଉପରେ ଗମ୍ଭୀର ଓ ଭୟଙ୍କର ପ୍ରଭାବ ପଡିପାରେ। ବର୍ତ୍ତମାନ ଇସ୍ରାଏଲ ସେନା ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ଟିପ୍ପଣୀ ଦେଇ ନାହିଁ। ତେବେ ସେ ପୂର୍ବରୁ ମଧ୍ୟ ଦାବି କରିଥିଲେ ଯେ ଧଳା ଫସଫରସ୍ ଧୂଆଁ ଲୋକଙ୍କୁ ଟାର୍ଗେଟ କରିବାକୁ ବ୍ୟବହାର କରାଯାଏ ନାହିଁ। ମାନବାଧିକାର ସଂଗଠନ ଯେଉଁଥିରେ ଏମନିଷ୍ଟି ଇଣ୍ଟର ନ୍ୟାସନାଲ ମଧ୍ୟ ରହିଛି। ଜଣାପଡିଛି ଯେ, ଏହି ହତିଆର ଇସ୍ରାଏଲ ପୂର୍ବରୁ ବହୁବାର ବ୍ୟବହାର କରିସାରିଛି। ଧଳା ଫସଫରସ୍ ହେଉଛି ଏକ ରାସାୟନିକ ପଦାର୍ଥ ଯାହା ତୋପ ସେଲ୍, ବୋମା ଏବଂ ରକେଟ୍ ରେ ବ୍ୟବହାର ହୋଇଥାଏ । ଅମ୍ଳଜାନର ସଂସ୍ପର୍ଶରେ ଆସିଲେ ତାହା ଜଳିଯାଏ। ଏହା ଘର, କୃଷି କ୍ଷେତ୍ର ଏବଂ ଅନ୍ୟାନ୍ୟ ସାଧାରଣ ବସ୍ତୁରେ ନିଆଁ ଲଗାଇପାରେ।
ବର୍ତ୍ତମାନ ଇସ୍ରାଏଲ ସେନା ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ଟିପ୍ପଣୀ ଦେଇ ନାହିଁ। ତେବେ ସେ ପୂର୍ବରୁ ମଧ୍ୟ ଦାବି କରିଥିଲେ ଯେ ଧଳା ଫସଫରସ୍ ଧୂଆଁ ଲୋକଙ୍କ ଉପରେ ପ୍ରୟୋଗ କରିନଥାଏ। ତେବେ ମାନବାଧିକାର ସଂଗଠନ ଯେଉଁଥିରେ ଏମନିଷ୍ଟି ଇଣ୍ଟର ନ୍ୟାସନାଲ ମଧ୍ୟ ରହିଛି। ତା’ର କହିବା ଅନୁସାରେ,ଏହି ହତିଆର ଇସ୍ରାଏଲ ପୂର୍ବରୁ ବହୁବାର ବ୍ୟବହାର କରିସାରିଛି।
ଆହୁରି ପଢନ୍ତୁ:ଗୋଟିଏ ପଟେ ଇସ୍ରାଏଲର ନଜର,ଅନ୍ୟପକ୍ଷେ ଆଭ୍ୟନ୍ତରୀଣ କ୍ଷମତା ବିବାଦ: ଇରାନର ନୂତନ ସୁପ୍ରିମ ଲିଡରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ