ନୂଆଦିଲ୍ଲୀ, ୨୭/୨ : ସୋସିଆଲ ମିଡିଆ କମ୍ପାନି ଗୁଡ଼ିକୁ କେନ୍ଦ୍ର ଆଇଟି ମନ୍ତ୍ରୀ ଏବଂ ଇଲେକଟ୍ରୋନିକ୍ସ ମନ୍ତ୍ରୀଙ୍କ ତାଗିଦ୍। ସେମାନଙ୍କ ରାଜସ୍ୱକୁ କଣ୍ଟେଣ୍ଟ କ୍ରିଏଟରଙ୍କ ସହ ଶେୟାର କରିବାକୁ ଅଶ୍ୱିନୀ ବୈଷ୍ଣବ ତାଗିଦ କରିଛନ୍ତି । ଡିଜିଟାଲ ନ୍ୟୁଜ ପବ୍ଲିସର ଆସୋସିଏସନ (ଡିଏନ୍ପିଏ) କନକ୍ଲେଭ ୨୦୨୬କୁ ସମ୍ବୋଧିତ କରି ଶ୍ରୀ ବୈଷ୍ଣବ କହିଲେ, କଣ୍ଟେଣ୍ଟ ପ୍ରସ୍ତୁତ କରୁଥିବା ସାମ୍ବାଦିକ, ପାରମ୍ପରିକ ମିଡିଆ, ଇନଫ୍ଲୁଏନ୍ସର ଏବଂ ଗବେଷକଙ୍କୁ କମ୍ପାନି ସେମାନଙ୍କ ଲାଭରୁ କିଛି ଅଂଶ ନିଶ୍ଚିତ ପ୍ରଦାନ କରିବା ଆବଶ୍ୟକ । ଏହି ନିୟମ ପାଳନ କରୁ ନ ଥିବା କମ୍ପାନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେବ । ଏବେ ଇଣ୍ଟରନେଟର ବଡ଼ ପରିବର୍ତ୍ତନ ଆସିଛି । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସୂଚନା ଆଦାନ ପ୍ରଦାନର ଏହା ମାଧ୍ୟମ ହୋଇଛି ।

ଅଶ୍ୱିନୀ ବୈଷ୍ଣବ ପୁଣି କହିଛନ୍ତି, କୌଣସି ଦେଶ ପାଇଁ ଉତ୍ତରଦାୟିତ୍ୱ ନାହିଁ ବୋଲି ଏବେ କମ୍ପାନି କହିପାରିବେ ନାହିଁ । ଏବେ କମ୍ପାନି ବିଶ୍ୱ ପାଇଁ ହୋଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ମନ୍ତ୍ରୀ ଡିପ୍ଫେକ୍ ଏବଂ ଭୂଲ ସୁଚନା ଜନୀତ କ୍ୟାମ୍ପେନ ଲାଗି ଚିନ୍ତାପ୍ରକଟ କରିଛନ୍ତି । ଡିପ୍ଫେକ୍ ଯୋଗୁ ଯେଉଁ ଆହ୍ୱାନ ସାମ୍ନାକୁ ଆସିଛି ତାହା ପୂର୍ବରୁ କେବେ ହୋଇ ନ ଥିଲା । ଭ୍ରମ ସୃଷ୍ଟି କରୁଥିବା କଣ୍ଟେଣ୍ଟ ସମାଜକୁ କ୍ଷତି ପହଞ୍ଚାଉଛି । ଡିପ୍ ଫେକ୍ ଏବଂ ଭୂଲ ସୂଚନାଠାରୁ ଲୋକଙ୍କୁ ରକ୍ଷା କରିବା, ଭରସା ଜିତିବା, ଡିଜିଟାଲ ସ୍ପେଶକୁ ସୁରକ୍ଷିତ କରିବା ଅତି ଜରୁରି।

ଏହି ଖବରଟିକୁ ପଢନ୍ତୁ- ହିନ୍ଦୁ ଦେବୀ-ଦେବତାଙ୍କ ଉପରେ ଖରାପ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା, ୟୁଟ୍ୟୁବର ଅନ୍ୱେଶଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ